Azam Khan: ଆଜମ୍‌ ଖାନ୍‌ଙ୍କୁ ଝଟ୍‌କା: ଇଡିର ଗିରଫଦାରୀ ଉପରେ ଜରୁରୀ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

Nov 02, 2026 - 14:51
Azam Khan: ଆଜମ୍‌ ଖାନ୍‌ଙ୍କୁ ଝଟ୍‌କା: ଇଡିର ଗିରଫଦାରୀ ଉପରେ ଜରୁରୀ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମହାସଚିବ ଆଜମ୍‌ ଖାନ୍‌ଙ୍କୁ ସୁପ୍ରିମକୋର୍ଟରୁ ସୋମବାର ବଡ଼ ଝଟ୍‌କା ଲାଗିଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ତାଙ୍କୁ କରାଯାଇଥିବା ଗିରଫଦାରୀକୁ ଚାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଜରୁରୀ ଶୁଣାଣି କରିବାକୁ କୋର୍ଟ ମନା କରିଦେଇଛନ୍ତି।

Advertisment ସୂଚନାଯୋଗ୍ୟ, ହାଇକୋର୍ଟରୁ ଜାମିନ୍‌ ମିଳିବା ପରେ ଜେଲ୍‌ରୁ ବାହାରିବା କ୍ଷଣି ଇଡି ତାଙ୍କୁ ଗିରଫ କରିଥିଲା।

ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଏହି ସପ୍ତାହରେ କୌଣସି ସମୟରେ ତାଲିକାଭୁକ୍ତ ହୋଇପାରେ।

ଶନିବାର ସନ୍ଧ୍ୟାରେ ଆଜମ ଖାନଙ୍କୁ ରାମପୁର ଜେଲରୁ ମୁକ୍ତ କରାଯାଇଥିଲା।

ଇଡି ତାଙ୍କୁ ଜେଲ ଗେଟରେ ଗିରଫ କରି ଗାଜିଆବାଦ ନେଇଯାଇଥିଲା।

ଆଜି ରିମାଣ୍ଡ ହାଜତ ଉପରେ ଶୁଣାଣି ସମ୍ଭାବନା ରବିବାର ଗାଜିଆବାଦରେ ହାଜର ହେବା ପରେ, ଆଜମ୍‌ ଖାନ୍‌ଙ୍କୁ ଡାସନା ଜେଲକୁ ପଠାଯାଇଥିଲା।

ଆଜି ତାଙ୍କ ରିମାଣ୍ଡ ହାଜତ ଉପରେ ଶୁଣାଣି ହେବାର ସମ୍ଭାବନା ଅଛି।

ସୁପ୍ରିମ‌କୋର୍ଟରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗଚୀ ଓ ବି ମୋହନାଙ୍କ ଖଣ୍ଡପୀଠ ଆଜମ୍‌ ଖାନ୍‌ଙ୍କ ଓକିଲ ନିଜାମ ପାଶାଙ୍କ ଯୁକ୍ତିକୁ ଧ୍ୟାନକୁ ନେଇଥିଲେ ଓ ଜରୁରୀ ଶୁଣାଣି ପାଇଁ ଆବେଦନକୁ ତାଲିକାଭୁକ୍ତ କରିବାକୁ ମନା କରିଥିଲେ।

ତଥାପି ମୁଖ୍ୟ ବିଚାରପତି କହିଛନ୍ତି ଯେ, ଚଳିତ ସପ୍ତାହରେ ଆବେଦନର ଶୁଣାଣି କରାଯାଇପାରିବ।

Sting Video: ସିଦ୍ଦରମୈୟାଙ୍କ ଷ୍ଟିଂ ଭିଡିଓ ମାମଲା: ପାୱାର ଟିଭି ମୁଖ୍ୟଙ୍କ ଘର ଓ କାର୍ଯ୍ୟାଳୟରେ ବେଙ୍ଗାଲୁରୁ ପୁଲିସ ଚଢ଼ଉ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।