Bhadrak Job Fraud Case: ଚାକିରି ଲୋଭ ଦେଖାଇ ଚୂନ ଲଗାଇଲେ ୪.୧୯ ଲକ୍ଷ ଟଙ୍କା
ଭଦ୍ରକ (ହରିହର ନାୟକ): ଚାକିରିର ମିଛ ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି।
ଏନେଇ ନେଇ ଭଦ୍ରକ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
Advertisment ଆଣ୍ଠେଇଛି ଆଣ୍ଟିଫ୍ରଡ୍ ସେଲ୍: ମାତିଛନ୍ତି ଚାକିରି ଠକେଇ ରୢାକେଟ୍ ସୂଚନ ଜଣେ ବ୍ୟକ୍ତିଙ୍କଠାରୁ ମୋଟ ୪ ଲକ୍ଷ ୧୯ ହଜାର ୧୪୬ ଟଙ୍କା ନିଆଯାଇଥିବା ଅଭିଯୋଗକୁ ନେଇ ତିନି ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।
ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ଚାକିରି ଠକେଇ ରୢାକେଟ୍ର ଗୁମର ଖୋଲୁଛି: ସାରା ରାଜ୍ୟରୁ ଲୁଟିଛନ୍ତି କୋଟି କୋଟି ବାସୁଦେବପୁର ଥାନା ଅନ୍ତର୍ଗତ ନଇଛଣାପୁର ଗ୍ରାମର ପର୍ଶୁରାମ ସାହୁଙ୍କ ଅଭିଯୋଗ ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର କଥିଆପଡ଼ା ଅଞ୍ଚଳର ରମାକାନ୍ତ ଦାସ, ଭଦ୍ରକ ଟାଉନ୍ର ମୁନା ସାମଲ ଓ ରାକେଶ ପ୍ରସାଦ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ବିଭିନ୍ନ ସମୟରେ ତାଙ୍କ ଠାରୁ ଫୋନ୍ପେ' ଓ ନଗଦ ମାଧ୍ୟମରେ ମୋଟ ୪,୧୯,୧୪୬ ଟଙ୍କା ଠକେଇ ହୋଇଥିବା ସେ ଅଭିଯୋଗ କରିଛନ୍ତି।
ସୁନ୍ଦରଗଡ଼ ମେଡିକାଲ କଲେଜ ଚାକିରି ଠକେଇ ମାମଲା: ପୁଲିସ ହାତରେ ଫେରାର ରଣାବାବୁ ଅଭିଯୋଗ ଆଧାରରେ ଭଦ୍ରକ ଟାଉନ୍ ଥାନା ପୁଲିସ ମାମଲା ନଂ ୬୪୫/୨୦୨୬, ତାରିଖ ୨୭ ଅକ୍ଟୋବରରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୮(୪) ଓ ୩(୫) ଅନୁଯାୟୀ ମାମଲା ରୁଜୁ କରିଛି।
ଏସ୍ଆଇ ଏ.ପି.
ମହାପାତ୍ର ଘଟଣାର ତଦନ୍ତ ଭାର ନେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।