Bhadrak: ରି ଆଡ଼ମିଶନ ଅର୍ଥ ଫେରାଇବା ଦାବିରେ କଲେଜ ଗେଟରେ ତାଲା

Oct 03, 2026 - 17:24
Bhadrak: ରି ଆଡ଼ମିଶନ ଅର୍ଥ ଫେରାଇବା ଦାବିରେ କଲେଜ ଗେଟରେ ତାଲା

"କୁଆମରା: ରି ଆଡ଼ମିଶନ ଅର୍ଥ ଫେରାଇବା ଦାବି ନେଇ ଆଜି ଭଦ୍ରକ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ କୁଆମରା ସାରସ୍ଵତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ଦୁଇ) ର ଛାତ୍ରଛାତ୍ରୀମାନେ ଗେଟରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଚଳିତ ବର୍ଷ ସରକାର କେଜିରୁ ପିଜି ଛାତ୍ରଛାତ୍ରୀମାନଙ୍କ ଆଡ଼ମିସନ ମାଗଣା କରିଥିବାବେଳେ କେତେକ କଲେଜ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ନିକଟରୁ ରି ଆଡ଼ମିଶନ ଅର୍ଥ ନେଇଥିବାର ଜଣାଯାଇଛି।

ତେବେ ସରକାରଙ୍କ ଘୋଷଣା ପରେ କିଛି କଲେଜ ରି ଆଡ଼ମିଶନ ମାଗଣା କରିଥିବାବେଳେ କେତେକ କଲେଜ ଅର୍ଥ ନେଇଥିଲେ।

ମାତ୍ର ଇତି ମଧ୍ୟରେ ଅର୍ଥ ନେଇଥିବା କେତେକ କଲେଜ ଛାତ୍ର ଛାତ୍ରୀମାନଙ୍କୁ ତାଙ୍କର ରି ଆଡ଼ମିଶନ ଅର୍ଥ ଫେରାଇ ଦେଇଥିବାର ଜଣାପଡ଼ିଛି।

ମାତ୍ର କୁଆମରା ସାରସ୍ଵତ କଲେଜର ଦ୍ବିତୀୟ ବର୍ଷର‌ ଛାତ୍ରଛାତ୍ରୀଙ୍କଠାରୁ ନେଇଥିବା ଅର୍ଥ ଏ ପର୍ଯ୍ୟନ୍ତ ଫେରାଇ ନଥିବାରୁ ଛାତ୍ରଛାତ୍ରୀ ଆଜି ପ୍ରତିବାଦ କରିବା ସହ ତାଙ୍କଠାରୁ ନେଇଥିବା ରି ଆଡ଼ମିଶନ ଅର୍ଥକୁ ତୁରନ୍ତ ଫେରାଇ ଦେବାକୁ ଜିଦ୍ ଧରି ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ।Advertisment ଆହୁରି ପଢନ୍ତୁ: Satyagraha Digital Platform: ସତ୍ୟାଗ୍ରହ ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ କଲେ ରାହୁଲ ଗାନ୍ଧୀ: ସଂଘର୍ଷ ଏବଂ ଅନ୍ୟାୟର କାହାଣୀ ବଖାଣିବେ ଲୋକେ ଖବର ପାଇ କୁଆମରା ଫାଣ୍ଡି ଅଧିକାରୀ ରସାନନ୍ଦ ମହାନ୍ତି ଓ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି ଅଧ୍ଯକ୍ଷ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

ଶେଷରେ ଛାତ୍ରଛାତ୍ରୀମାନଙ୍କଠାରୁ ରି ଆଡ଼ମିଶନ ବାବଦକୁ ନିଆ ଯାଇଥିବା ଅର୍ଥକୁ ଆସନ୍ତା ୯ ତାରିଖ ଶୁକ୍ରବାର ସୁଦ୍ଧା ଫେରାଇ ଦିଆଯିବ ବୋଲି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରି ଥିଲେ ଛାତ୍ରଛାତ୍ରୀ।

ଉଲ୍ଲେଖ ଥାଉ କି, ଉକ୍ତ କଲେଜର ଦ୍ବିତୀୟ ବର୍ଷର କଳା ବିଭାଗର ୧୭୨ ଓ ବିଜ୍ଞାନରେ ୨୭ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।

ତେବେ କଳା ବିଭାଗ ଛାତ୍ରଛାତ୍ରୀଙ୍କ ଠାରୁ ରି ଆଡ଼ମିଶନ ବାବଦରେ ୨୮୧୮ ଲେଖାଏଁ ଟଙ୍କା ଆଦାୟ ହୋଇଥିବାବେଳେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କଠାରୁ ୩୦୨୯ ଲେଖାଏଁ ଟଙ୍କା ଆଦାୟ ହୋଇଥିଲା।

କଳା ବିଭାଗର ୧୦୮ ଓ ବିଜ୍ଞାନର ୨୫ ଜଣ ଛାତ୍ରଛାତ୍ରୀ ରି ଆଡ଼ମିଶନ ଅର୍ଥ ଜମା ଦେଇଥିବାବେଳେ ଅବଶିଷ୍ଟ ଛାତ୍ରଛାତ୍ରୀମାନଙ୍କଠାରୁ ଆଦାୟ ହୋଇ ନଥିଲା।

ତେବେ ସରକାରଙ୍କ ଘୋଷଣା ପୂର୍ବରୁ ରି ଆଡ଼ମିଶନ ଅର୍ଥ ନିଆ ଯାଇଥିଲା ଓ ସରକାରଙ୍କ ଘୋଷଣା ପରେ ଆଉ ଆଦାୟ ହୋଇ ନଥିଲା ବୋଲି ଅଧ୍ୟକ୍ଷ ବିଜୟ କୁମାର ବାରିକ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।