Mumbai: ସିଜେପି ପ୍ରତିବାଦ ସଭାରେ ଅଘଟଣ: ହୃଦଘାତରେ ୭୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

Oct 03, 2026 - 17:46
Mumbai: ସିଜେପି ପ୍ରତିବାଦ ସଭାରେ ଅଘଟଣ: ହୃଦଘାତରେ ୭୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

"ମୁମ୍ବାଇ: ମୁମ୍ବାଇର ଐତିହାସିକ ଶିବାଜୀ ପାର୍କଠାରେ ଆୟୋଜିତ କାକରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିବାଦ ସଭା ସମୟରେ ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି।

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନରେ ଅନିୟମିତତା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଶୁକ୍ରବାର ଦିନ ଏହି ବିକ୍ଷୋଭ ପ୍ରଦର୍ଶନ ଆୟୋଜିତ ହୋଇଥିଲା।

ଶିବାଜୀ ପାର୍କ ପୁଲିସ ଷ୍ଟେସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ଜଣକ ପଡ଼ୋଶୀ ଠାଣେର ''ଦୋସ୍ତି ୱେଷ୍ଟ କାଉଣ୍ଟି''ର ଗୋପାଳକୃଷ୍ଣ ସୁବ୍ରମଣ୍ୟମ ପିଲ୍ଲାଈ ବୋଲି ଜଣାପଡ଼ିଛି।Advertisment ସୂଚନାନୁସାରେ, ସିଜେପି ପକ୍ଷରୁ ଆୟୋଜିତ ଏହି ପ୍ରତିବାଦ ସଭାରେ ଯୋଗଦେବା ପାଇଁ ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ପିଲ୍ଲାଈ ଶିବାଜୀ ପାର୍କରେ ପହଞ୍ଚିଥିଲେ।

ତେବେ ବିକ୍ଷୋଭ ଚାଲିଥିବା ବେଳେ ଅପରାହ୍ନ ୫ଟା ସମୟରେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ସାଙ୍ଗସାଥୀ ଏବଂ ପୁଲିସ କର୍ମଚାରୀମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ ସୁଦ୍ଧା ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସର ବିନା ଅନୁମତିରେ ଅପରାହ୍ନ ୪ଟାରୁ ଆରମ୍ଭ ହୋଇଥିବା ଏହି ପ୍ରତିବାଦ ସଭାରେ ଅତ୍ୟାଧିକ ଖରା ସତ୍ତ୍ୱେ ହଜାର ହଜାର ସଂଖ୍ୟାରେ ଲୋକ ଶିବାଜୀ ପାର୍କ ଅଞ୍ଚଳରେ ଏକାଠି ହୋଇଥିଲେ।

ଏହି ବିଶାଳ ଜନସମାଗମ ଓ ପ୍ରତିକୂଳ ପାଣିପାଗ ମଧ୍ୟରେ ଏହି ଦୁଃଖଦ ଘଟଣା ଘଟିଛି।

ସ୍ବର୍ଣ୍ଣ ଜିତିବାରେ ବୈଭବ ସର୍ବକନିଷ୍ଠ ଭାରତୀୟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।