Bharatpur forest: ଭୁଶୁଡ଼ୁଛି ଭରତପୁର ଜଙ୍ଗଲ ପାଚେରି
"ଖଣ୍ଡଗିରି: କଳିଙ୍ଗ ଷ୍ଟୁଡିଓ ଛକ-ରେଣ୍ଟାଲ କଲୋନି ରାସ୍ତାକଡ଼ରେ ଥିବା ଭରତପୁର ଜଙ୍ଗଲ ପାଚେରି ଧସିବାକୁ ଲାଗିଛି।
ଭଙ୍ଗା ପାଚେରି ଦେଇ ବନ୍ୟ ଜୀବଜନ୍ତୁ ସହର ଭିତରକୁ ପଶି ଆସିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଏନେଇ ବନ ବିଭାଗ ପକ୍ଷରୁ ମରାମତି କାମ ଆରମ୍ଭ ହୋଇଛି।
ପୂର୍ବରୁ ଏହି ରାସ୍ତାକଡ଼ରେ ଥିବା ପାଚେରିର ଦୁଇଟି ସ୍ଥାନ ଭାଙ୍ଗିଥିବାରୁ ଏହାକୁ ମରାମତି କରାଯାଇଥିଲା।
୧୦ ଦିନ ତଳେ ଲଗାତାର ବର୍ଷା ଯୋଗୁ ପାଚେରି ଧସିବାକୁ ଲାଗିଥିଲା।
ବନ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କରାଯିବା ସହିତ ପୂର୍ବ ପାଚେରି ଅପେକ୍ଷା ଏହାକୁ ଅଧିକ ଉଚ୍ଚ କରାଯାଉଛି।Advertisment Crime: ଚନ୍ଦକା ମହୁଲରେ ବଡ଼ଭାଇକୁ ହତ୍ୟା: ବୋମାର ଜବାବ ବୋମାରେ ଦେଲା ସାନଭାଇ ଅନ୍ୟପକ୍ଷରେ, ପାଚେରିକୁ ଲାଗି ପାଇପ୍ ବିଛା କାର୍ଯ୍ୟ ପାଇଁ ଭାଇବ୍ରେଟର୍ ମେସିନ୍ ବ୍ୟବହାର କରାଯାଇ ମାଟି ତଡ଼ାଯାଉଛି।
ଫଳରେ ସୁରକ୍ଷା ପାଚେରି ଅସୁରକ୍ଷିତ ହୋଇପଡ଼ୁଥିବା ଚର୍ଚ୍ଚା ହେଉଛି।
ଅବଶ୍ୟ ପାଚେରିକୁ ଲାଗି ଜଙ୍ଗଲର ମାଟି ପତନ ପାଚେରିଠାରୁ ୨୦ଫୁଟ ତଳକୁ ରହିଥିବା ଏବଂ ଟ୍ରେଞ୍ଚ ଥିବାରୁ ଏହାକୁ ଭେଦ କରି ସହର ଭିତରକୁ ହାତୀ ପଶି ଆସିବା ସମ୍ଭବ ନୁହେଁ ବୋଲି ବନ କର୍ମଚାରୀ କହିଛନ୍ତି।
ତଥାପି ସୁରକ୍ଷା ଦୃଷ୍ଟିରୁ ଖୁବ୍ଶୀଘ୍ର ପାଚେରି ମରାମତି କାମ ଶେଷ ହେବ ବୋଲି ସୂଚନା ଦିଆଯାଇଛି।
Cat Bite: କୁକୁର ନୁହେଁ, ବିଲେଇ କାମୁଡ଼ା ବି ନେଇପାରେ ଜୀବନ!"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।