Bhattarika Temple Flooded: ଭଟ୍ଟାରିକା ମନ୍ଦିରରେ ବନ୍ୟା ପାଣି, ବଢୁଛି ମହାନଦୀ

Aug 26, 2026 - 14:24
Bhattarika Temple Flooded: ଭଟ୍ଟାରିକା ମନ୍ଦିରରେ ବନ୍ୟା ପାଣି, ବଢୁଛି ମହାନଦୀ

କଟକ ଜିଲ୍ଲା ବଡମ୍ବା ଅଞ୍ଚଳରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ସୃଷ୍ଟି ହୋଇଛି ବନ୍ୟା ଭୟ। ପ୍ରସିଦ୍ଧ ଶକ୍ତିପୀଠ ମାଆ ଭଟ୍ଟାରିକା ମନ୍ଦିରକୁ ମଧ୍ୟ ବନ୍ୟାଜଳ ପ୍ରବେଶ କରିଛି। ବର୍ତ୍ତମାନ ବନ୍ୟାଜଳ ମନ୍ଦିରର ଗର୍ଭଗୃହ ପର୍ଯ୍ୟନ୍ତ ପହଞ୍ଚିଥିବାରୁ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ତେବେ ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ସଜାଗ ରହିଛି ମନ୍ଦିର ପ୍ରଶାସନ।

ଜଳସ୍ତର ଉପରେ ଲଗାତାର ନଜର ରଖାଯାଉଛି। ଆଉ ଦୁଇ ଫୁଟ ପାଣି ବଢ଼ିଲେ ମାଆ ଭଟ୍ଟାରିକାଙ୍କ ବିଗ୍ରହଙ୍କୁ ସୁରକ୍ଷା ଦୃଷ୍ଟିରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ପ୍ରସ୍ତୁତି ରଖାଯାଇଛି। ବନ୍ୟା ପରିସ୍ଥିତି ସତ୍ତ୍ୱେ ମାଆଙ୍କ ନୀତିକାନ୍ତିରେ କୌଣସି ବ୍ୟାଘାତ ଘଟିନାହିଁ। ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ଓ ନୀତିକାନ୍ତି ଜାରି ରହିଛି। ପ୍ରଶାସନ ଓ ମନ୍ଦିର କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ସତର୍କ ରହିଥିବାବେଳେ ଜଳସ୍ତରର ପରବର୍ତ୍ତୀ ସ୍ଥିତି ଉପରେ ସମସ୍ତଙ୍କ ନଜର ରହିଛି । କଟକ ବଡମ୍ବା ଭଟ୍ଟାରିକା ମନ୍ଦିରରେ ବନ୍ୟାପାଣି 
ବନ୍ୟାଜଳ ମନ୍ଦିର ଗର୍ଭଗୃହ ପର୍ଯ୍ୟନ୍ତ ପହଞ୍ଚିଛି 
ଭକ୍ତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା
ସ୍ଥିତିକୁ ନେଇ ସଜାଗ ମନ୍ଦିର ପ୍ରଶାସନ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।