Daily Horoscope 2nd Sept 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Sep 02, 2026 - 08:57
Daily Horoscope 2nd Sept 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ 
ଅଶ୍ୱନୀ –  ପେଟ ଓ ରକ୍ତ ଜନିତ ଅସୁସ୍ଥତା ପରିଲକ୍ଷିତ ହେବ । ଆଜି ସାଙ୍ଗମାନେ ବହୁତ ସହଯୋଗ କରିବେ । ଅସନ୍ତୋଷ ଭାବନାକୁ ନିଜ ଅବୈଧ ହେବାକୁ ଦିଅନ୍ତୁ ନାହିଁ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ ପୂର୍ଣ୍ଣଫଳ ପାଇବେ । 
ଦ୍ୱିଜା –  ଭାଇ ଭଉଣୀ ପାଇଁ ପାରିବାରିକ ଶାନ୍ତି କେତେକାଂଶରେ ଦେଖାଦେବ ।  ଘର ଓ ଦୋକାନର ମରାମତି ପାଇଁ ଆପଣ ଯୋଜନା କରିପାରିବେ । ଭାଷଣ ବାଜିରେ କ୍ରୋଧକୁ ଆୟତ କରି ଉଚିତ୍ କାର୍ଯ୍ୟ ବିଷୟରେ ପରାମର୍ଶ ଦେବା ଫଳରେ ପ୍ରଂଶସିତ ହେବେ ।
କୃତିକା – କାହାର ଗ୍ୟାରେଣ୍ଟି ନେବା ଠାରୁ ଦୂରେଇ ରୁହନ୍ତୁ । ମହିଳା ମାନଙ୍କର ଖ୍ୟାତି ବୃଦ୍ଧି ପାଇବ । ଛାତ୍ରଛାତ୍ରି ମାନେ ସୁନାମ ଅର୍ଜନ କରିବା ସହିତ ସବୁ ପ୍ରକାର ସୁବିଧା ପାଇବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ପାରାକୁ ଚାଉଳ ଖାଇବାକୁ ଦିଅନ୍ତୁ

ବୃଷ-
କୃତିକା- ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିବେ। କୌଣସି ଚିନ୍ତା ନ କରି କାମରେ ଆଗେଇ ଚାଲନ୍ତୁ । କର୍ମକ୍ଷେତ୍ରରେ ଜଣେ ଅପରିଚିତ ବ୍ୟକ୍ତି ବହୁତ ସାହାଯ୍ୟ କରିବେ।
ରୋହିଣୀ- କର୍ମକ୍ଷେତ୍ରରେ ସତର୍କତାର ସହ ଚଳନ୍ତୁ, ଅନ୍ୟଥା ସାଧାରଣ ଘଟଣା ଭିନ୍ନ ରୂପ ନେଇପାରେ । ଛୋଟ କଥାକୁ କେନ୍ଦ୍ରକରି ପାରିବାରିକ ଶାନ୍ତି ବ୍ୟାହତ ଆଶଙ୍କା ରହିଛି। ଛାତ୍ରଛାତ୍ରୀ ମାନେ ବିଦ୍ୱାନ ଓ ସାହସୀ ହେବେ ।
ମୃଗଶିରା- ଆଇନ ଅଦାଲତରୁ ସୁଫଳ ପାଇବେ ଏବଂ ସମସ୍ୟା ସମାଧାନ ହୋଇଯିବ । ନିିଜ ବୃଦ୍ଧି ବଳ ଓ ବାହୁ ବଳ ପ୍ରୟୋଗ କରି ଧନ ଅର୍ଜନ କରିପାରନ୍ତି । ଯାନବାହନ, ସଭାସମିତି, ପାରିବାରିକ ସମସ୍ୟା ନେଇ ଚିନ୍ତାରେ ରହିବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର- ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ

ମିଥୁନ
ମୃଗଶିରା  - ରୋଗି ମାନଙ୍କ ଅସୁସ୍ଥତା କମି ଯାଇପାରେ । ଭାଗ୍ୟ ଆପଣଙ୍କୁ ବହୁତ ସମର୍ଥନ କରିବ ଓ  କାର‌୍ୟ୍ୟ ଅବସ୍ଥା ଅନୁକୂଳ ହେବ । ପାରିବାରିକ ପରିବେଶ ଅତ୍ୟନ୍ତ ଆନନ୍ଦଦାୟକ ହେବ ।
ଆଦ୍ରା –  ଚାକିରି କ୍ଷେତ୍ରରେ ସନ୍ତୋଷ ଜନକ ଫଳ ମିଳିପାରେ । ସାମାଜିକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଇବ । ଉଚ୍ଚଶିକ୍ଷା ପ୍ରତିଷ୍ଠା ପଥରେ ଆସୁଥିବା ପ୍ରତିବନ୍ଧକ ଗୁଡିକ ହଟିଯିବ । 
ପୁନର୍ବସୁ - ଦୂର ଜାଗାକୁ ସ୍ଥାନାନ୍ତର ହେଲେ ମଧ୍ୟ ସମ୍ମାନ ଓ ପଦବୀରେ ଉନ୍ନତି ଆସିପାରେ । ପୁରୁଣା ଋଣ ପରିଶୋଧ କରିବେ । ଗୃହିଣୀ ମାନଙ୍କ ପାଇଁ ଦିନଟି ଶୁଭପ୍ରଦ ରହିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ

କର୍କଟ-
ପୁନର୍ବସୁ- ଭାବନାତ୍ମକ ରୂପରେ ଅଧିକ ସକ୍ଷମ ଓ ଅନୁଭବି ହେବେ । ପ୍ରିୟ ଜନ ମାନଙ୍କୁ ଆର୍ଥିକ ସାହାର୍ଯ୍ୟ କରିବେ । ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । 
ପୁଷ୍ୟା- ମାନସିକ ସ୍ଥିରତା ଦେଖାଦେବା ସହ କାମରେ ପରିଶ୍ରମ କରି ପ୍ରଂଶସିତ ହେବେ ।  ବିବାହିତ ଜୀବନରେ ପ୍ରେମ ଏବଂ ଆକର୍ଷଣର ପରିସ୍ଥିତି ଦେଖାଦେବ । ରାଜନୀତିରେ ବିରୋଧି ଦଳ ଫାଇଦା ଉଠାଇବେ । 
ଅଶ୍ଲେଷା- ଆପଣଙ୍କ ପାଇଁ ଟଙ୍କା ରୋଜଗାର କରିବାର ଅନେକ ସରଳ ଉପାୟ ମିଳିବ । ଭୁଲ୍ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ। ଜମିଜମା କାରବାର ସକାଶେ ଦିନଟି ବହୁତ ଭଲ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨    
ପ୍ରତିକାର- ଶିବଙ୍କୁ ତାଙ୍କର ଚନ୍ଦ୍ରଶେଖର ଅବତାରରେ ପୂଜା କରିବେ

ସିଂହ
ମଘା –  ଦୁର୍ଘଟଣାର ବିଶେଷ ଭୟ ନାହିଁ, ତଥାପି ସାବଧାନ ରୁହନ୍ତୁ । ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବେ । ବିଦେଶରେ କାମ କରୁଥିବା ଲୋକମାନେ ପଦୋନ୍ନତି ପାଇ ପାରିବେ । ପରିବାରରେ ହସ ଖୁସିର ପରିବେଶ ରହିବ ।
ପୂ , ଫାଲଗୁନୀ –  ବ୍ୟବସାୟରେ ଉନ୍ନତି ସହିତ ଅନେକ ସୁବିଧା ସୁଯୋଗ ପ୍ରାପ୍ତି ହେବ । ପୋଲିସ୍ ଓ ଟିକସ କର୍ମଚାରୀ ମାନଙ୍କ ଠାରୁ ଆକସ୍ମିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କ୍ୟାରିୟରରେ ଭଲ ଫଳାଫଳ ପାଇବେ ।  
ଉ ,ଫାଲଗୁନୀ –  କର୍ମକ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସହିତ ସତାନ୍ତର ଫଳରେ ସେମାନେ ଆପଣଙ୍କୁ ବିରୁଦ୍ଧାଚରଣ କରିବେ । ସମସ୍ତ ବାଧାକୁ ସଂଘର୍ଷ କରି ଆଗକୁ ବଢିପାରିବେ । ମହିଳା ମାନଙ୍କର କାହା ସହିତ ତାଳମେଳ ରହିବ ନାହିଁ । 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ ଥୋଇ ପ୍ରଣାମ କରନ୍ତୁ

କନ୍ୟା-
ଉ,ଫଳଗୁନି- କୌଣସି ନିଷ୍ପତି ନେବା ପୂର୍ବରୁ ଗଭୀର ଚିନ୍ତା କରନ୍ତୁ । ଭାଇଙ୍କ ସହଯୋଗ ପାଇ ବ୍ୟବସାୟ ଆଗକୁ ବଢିବ । ପ୍ରବାସ ଯାତ୍ରାରେ ଲାଭବାନ୍ ହେବେ । 
ହସ୍ତା- ରାଜନୈତିକ କ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତ ହେବ । ଅନୁସନ୍ଧାନ ପ୍ରୋଜେକ୍ଟରେ କାମ କରୁଛନ୍ତି ତେବେ ଆପଣ ଭଲ କରିବାକୁ ସମର୍ଥ ହେବେ । ଦାମ୍ପତ୍ୟ ଜୀବନରେ ସୁନ୍ଦର ମୁହୂର୍ତ୍ତଗୁଡ଼ିକ ଅନୁଭବ କରିବାକୁ ଅଧିକ ସୁଯୋଗ ଆସିବ
ଚିତ୍ରା-  ଆୟ ଉପାର୍ଜନରେ ବାଧାସୃଷ୍ଟି ହୋଇପାରେ । ନୂତନ କର୍ମପ୍ରାପ୍ତିର ସୁଯୋଗ ପାଇବେ । ଯାନବାହାନର ନବୀକରଣ କରିବା ପାଇଁ ମନ ବଳେଇ ପାରନ୍ତି 
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର- ବୁଦ୍ଧ ଦେବଙ୍କର ବୀଜ ମନ୍ତ୍ର ଜପ କରନ୍ତୁ 

ତୁଳା -
ଚିତ୍ରା –  ଦୂରସ୍ଥାନକୁ ଯାତ୍ରାକରି ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ପାରବାରିକ ଜୀବନରେ ଆବଶ୍ୟକ ସ୍ଥଳେ ଛଳନାର ଆଶ୍ରୟ ନେଇ ନିଜର ବ୍ୟକ୍ତିତ୍ୱ ଅକ୍ଷୁର୍ଣ୍ଣ ରଖିବେ । ଅନ୍ୟମାନେ ଆପଣଙ୍କୁ ଭୁଲ୍ ବୁଝିପାରନ୍ତି କିନ୍ତୁ ଠିକ୍ ସିଦ୍ଧାନ୍ତ ଯୋଗୁ କାର୍ଯ୍ୟ ଉତମ ହେବ । 
ସ୍ୱାତୀ –  ମନସ୍ତାପ ଭିତରେ ଚାକିରି କ୍ଷେତ୍ରରେ ସମ୍ମାନ ବଢିବ । ରାଜନୀତିରେ ଶତ୍ରୁ ଓ ବିରୋଧି ମାନଙ୍କୁ ପରାସ୍ତ କରି ବିଜୟୀ ହେବେ । ଶିକ୍ଷାକ୍ଷେତ୍ରରେ ଉଚ୍ଚକାଂକ୍ଷା ଫଳ ସ୍ୱରୂପ ନିଜ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିବେ ।
ବିଶାଖା – ବିଦେଶ ଭ୍ରମଣର ଯୋଗ ରହିଛି । ସଞ୍ଚତ ଅର୍ଥ ବ୍ୟୟ ହୋଇପାରେ । ଭୂ-ସମ୍ପତିକୁ ନେଇ ଚିନ୍ତାରେ ରହିବେ । ମହିଳା ମାନେ ସମସ୍ତଙ୍କ ପ୍ରତି ବ୍ୟବହାର ଭଲ ରଖିବେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଲକ୍ଷ୍ମୀଙ୍କ ପୂଜା ପାଠ କରନ୍ତୁ

ବିଛା-
ବିଶାଖା- ମାନସିକ ଦୁଶ୍ଚିନ୍ତା ଦୂରେଇ ଯାଇ ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ ।        
ଅନୁରାଧା- ରାଜନୀତିରେ ଉଚିତ୍ ପନ୍ଥା ଗ୍ରହଣ କରି ପ୍ରଶଂସା ପାଇବେ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ୱୟ ରହି ବନ୍ଧୁତ୍ୱ ବୃଦ୍ଧି ପାଇବ । ଆର୍ଥିକ ସ୍ଥିତି ଭଲ ରହିବ । 
ଜ୍ୟେଷ୍ଠା- ଋଣ ସୂତ୍ରରେ ଅର୍ଥଲାଭ କରିବେ ଓ ଶିଳ୍ପ ବାଣିଜ୍ୟରେ ଉନ୍ନତି ଘଟିବ। ଅନ୍ୟମାନଙ୍କ ଦ୍ୱାରା ପ୍ରତାରିତ ହୋଇ ମାନସିକ ସ୍ତରରେ କଷ୍ଟ ଅନୁଭବ କରିପାରନ୍ତି। ଭୂ-ସମ୍ପତି କିଣିବାର ଯୋଗ ରହିଛି ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ସୂର‌୍ୟ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ

ଧନୁ
ମୂଳା –  ମାନସିକ ସ୍ଥିରତା ଦେଖାଦେବ । ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ । କାର‌୍ୟ୍ୟ କ୍ଷେତ୍ରରେ ପଦୋନ୍ନତିର ସଙ୍କେତ ପାଇବା ସହ ସୁଖଶାନ୍ତି ବୃଦ୍ଧି ପାଇବ । ବ୍ୟବସାୟ ଓ ପେସାଦାର ମାନଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ପୂ , ଷାଢା –  ଚାକିରି କ୍ଷେତ୍ରରେ ଭଲ କାମ କରି ପ୍ରଶଂସାର ପାତ୍ର ହେବେ ।  ରାଜନୀତି କ୍ଷେତ୍ରରେ ପ୍ରଚୁର ଖଟଣି ଖଟି ଖଟି ନିଜର ଭାବ ମୂର୍ତିକୁ ବଜାୟ ରଖିବେ । ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବା ସହ ମନ ଖୁସି ରହିବ ।
ଉ , ଷାଢା –  ଶତୃ ମାନଙ୍କ ଚକ୍ରାନ୍ତ ଓ କାର୍ଯ୍ୟ କଳାପ ଆପଣଙ୍କୁ ଦୁଃଖି କରିପାରେ । ବାଦବିବାଦ ସୃଷ୍ଟି ହୋଇ ପରେ ସମାଧାନ ହୋଇଯିବ । ମହିଳା ମାନଙ୍କୁ ନୂଆ ଚାକିରିର ସୁଯୋଗ ମିଳିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦୀ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ

ମକର-
ଉ,ଷାଢା- କର୍ମ କ୍ଷେତ୍ରରେ ଶୁଭ ସମାଚାର ଶୁଣି ଖୁସି ହେବେ । ସାଙ୍ଗସାଥୀ ମାନେ ସାହାର୍ଯ୍ୟ ସହଯୋଗ କରିବା ଫଳରେ ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ । ଖାଦ୍ୟ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ ।     
ଶ୍ରବଣା- ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ । ରାଜନୀତିରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । ଆମୋଦ ପ୍ରମୋଦ, କ୍ରିଡା, ମନୋରଞ୍ଜନରେ ଆଗ୍ରହ ବଢିବ । 
ଧନିଷ୍ଠା- ନିଜ ଲୋକମାନେ କହିବେ ଗୋଟିଏ କଥା ଏବଂ କାମ ବେଳକୁ ଠିକ୍ ତାହାର ଓଲଟା କରିପାରନ୍ତି। ପରିବହନରେ ଲାଭବାନ୍ ହେବେ । ଅତିଥି ସତ୍କାର କରି ଆତ୍ମସନ୍ତୋଷ ଲାଭ କରିବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଗୋମାତାଙ୍କୁ ସବୁଜ ଚାରା ଏବଂ କିଛି ଗୁଣ୍ଡ ଖାଇବାକୁ ଦିଅନ୍ତୁ    

କୁମ୍ଭ
ଧନିଷ୍ଠା –  ରୋଗ ସାମୟିକ ହେ କେ ମଧ୍ୟ ସାଧାରଣ ଭାବେ ଶାରୀରିକ ଅବସ୍ଥା ଭଲ ରହିବ । ପରିବାରର ସମପର୍କୀୟ ଙ୍କ କୈାଣସି ଘଟଣା ଯୋଗୁଁ ବ୍ୟତିବ୍ୟସ୍ତ ହୋଇଯିବେ । ନୂଆ ଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ ।
ଶତଭିଷା –  କେତେକ ନୂତନ ସୁଯୋଗ ସହିତ ଅର୍ଥଲାଭ ସୁଯୋଗ ମିଳିବ ।  ରାଜନୀତି କ୍ଷେତ୍ରରେ ବେଶ୍ ଆନନ୍ଦ ଅନୁଭବ କରିବେ । ଚାକିରୀ କ୍ଷେତ୍ରରେ ମହିଳା ମାନେ କେତେକ ସୁବିଧା ସୁଯୋଗ ଲାଭ କରିବେ ।
ପୂ , ଭାଦ୍ରପଦ  –  ଶିକ୍ଷାକ୍ଷେତ୍ରରେ ଆଶାଜନକ ଭାବେ ଫଳ ପାଇବେ । ଜେଲରୁ ଜାମିନ୍ ମିଳିପାରେ । ଆଶାଜନକ ଦିଗରୁ ଅର୍ଥାଗମରେ ସୁବିଧା ଘଟିପାରେ । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ

ମୀନ-
ପୂ,ଭାଦ୍ରପଦ- ପ୍ରତ୍ୟେକ କ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କହିବା ଦ୍ୱାରା କାମ ହାସଲ କରିପାରିବେ । ପନିପରିବା ଆଦି ବ୍ୟବସାୟରୁ ବେଶ୍ ଲାଭବାନ ହୋଇ ପାରିବେ । ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ।
ଉ,ଭାଦ୍ରପଦ- କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ନିଜକାମ ପଛକୁ ପକାଇ ଅନ୍ୟମାନଙ୍କ ନିର୍ଦ୍ଦେଶରେ କାମ କରିପାରନ୍ତି । ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇ ମନସ୍କାମନା ପୂର୍ଣ୍ଣ ହେବ । 
ରେବତୀ- ଚଳଚ୍ଚିତ୍ର ତଥା ମନୋରଞ୍ଜନରେ ନିଜକୁ ନିୟୋଜିତ କଲେ ପ୍ରଶଂସିତ ହେବେ। ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ। ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କଥା କହି କାମ ହାସଲରେ ସମର୍ଥ ହେବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର- ମିଠା, ହଳଦିଆ ଚାଉଳ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଭଗବାନଙ୍କୁ ଅର୍ପଣ କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।