Bhubaneswar-Bangkok Flight Service Resumes Today After Temporary Suspension

Oct 02, 2026 - 20:13
Bhubaneswar-Bangkok Flight Service Resumes Today After Temporary Suspension

#ଆଜିଠୁ_ବ୍ୟାଙ୍କକକୁ_ବିମାନ_ସେବା
ଭୁବନେଶ୍ୱରରୁ ବ୍ୟାଙ୍କକକୁ ପୁଣି ଆରମ୍ଭ ହେଉଛି ବିମାନ ସେବା । ଗତ ଜୁଲାଇ ମାସରୁ ଅସ୍ଥାୟୀ ଭାବେ ବନ୍ଦ ଥିବା ଏହି ଆନ୍ତର୍ଜାତୀୟ ରୁଟ୍ ରେ ଆଜିଠାରୁ ପୁଣି ଉଡ଼ିବ ବିମାନ । ବିମାନ ନମ୍ବର ୧୦୬୫ ଆଜି ରାତି ୧୧ଟା ୫ ମିନିଟ୍ ରେ ଭୁବନେଶ୍ୱରରୁ ବ୍ୟାଙ୍କକ ଅଭିମୁଖେ ଉଡ଼ାଣ ଭରିବ । ବ୍ୟାଙ୍କକରୁ ପରଦିନ ସକାଳ ସାଢ଼େ ୫ଟାରେ ଭୁବନେଶ୍ୱର ଅଭିମୁଖେ ବିମାନ ବାହାରିବ । ପ୍ରାଥମିକ ଭାବେ ସପ୍ତାହକୁ ଦୁଇ ଥର ଏହି ସେବା ଚାଲିବ । ଆସନ୍ତା ୨୫ ତାରିଖରୁ ବଦଳିବ ବିମାନର ସମୟସୂଚୀ । ଶୀତକାଳୀନ ସିଡ୍ୟୁଲ୍ ଅନୁସାରେ ରାତି ବଦଳରେ ଦିନ ସମୟରେ ଚାଲିବ ବିମାନ । ଦିନ ୧୧ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଦିନ ୧ଟା ୩୫ରେ ପୁଣି ବ୍ୟାଙ୍କକ ଅଭିମୁଖେ ଉଡ଼ାଣ ଭରିବ । ବ୍ୟାଙ୍କକ ବିମାନ ସେବା ପୁଣି ଆରମ୍ଭ ହେବା ଭୁବନେଶ୍ୱର ବିମାନବନ୍ଦର ପାଇଁ ଭଲ ଖବର । ବ୍ୟାଙ୍କକ ରୁଟ୍ ରେ ଭୁବନେଶ୍ୱରରୁ ଭଲ ଯାତ୍ରୀ ମିଳୁଥିବା ବେଳେ ଆଗାମୀ ଦିନରେ ଦୁବାଇକୁ ବିମାନ ସେବା ଆରମ୍ଭ ପାଇଁ ଉଦ୍ୟମ ଚାଲିଛି । ସେହିପରି, ଯାତ୍ରୀ ଲୋଡ୍ ମିଳିଲେ ସିଙ୍ଗାପୁର ବିମାନ ସେବା ମଧ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
#BhubaneswarBangkokFlight#BhubaneswarAirport#InternationalFlight#AirConnectivity#BangkokFlight#OdishaAviation#DubaiFlight#SingaporeFlight#BhubaneswarNews#OdishaTV#OTV

Air connectivity between Bhubaneswar and Bangkok is resuming from October 2 after the international route remained temporarily suspended since July. Flight 1065 will depart Bhubaneswar for Bangkok at 11:05 pm today, with the return flight scheduled to leave Bangkok at 5:30 am the following day. Initially, the service will operate twice a week. From October 25, the schedule will change under the winter timetable, with the flight operating during the daytime instead of at night. The aircraft will arrive in Bhubaneswar at 11 am and depart for Bangkok again at 1:35 pm. The resumption is significant for Bhubaneswar airport, with the route reportedly receiving good passenger response. Efforts are also underway to restart air services to Dubai, while Singapore connectivity may resume if sufficient passenger load is available.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।