Bhubaneswar BMC meeting: BMC ବୈଠକରେ ହଙ୍ଗାମା! ମେୟରଙ୍କୁ ପ୍ରଶ୍ନ କରିବାରୁ କର୍ପୋରେଟରଙ୍କ ଉପରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ
ଉଠିଲା ପଡ଼ିଲା ବିଏମସି କର୍ପୋରେସନ ବୈଠକ।
ମୁହାଁ ମୁହିଁ ହୋଇଗଲେ ମେୟର ଓ କର୍ପୋରେଟର।
ଫେସବୁକ୍ ଲାଇଭ୍ କରି ନିଲମ୍ବିତ ହେଲେ କର୍ପୋରେଟର।
ବିଏମସି କର୍ପୋରେସନ ବୈଠକରେ ହାଇଡ୍ରାମା।
ନିଜ ୱାର୍ଡର ବିଭିନ୍ନ ପ୍ରସଙ୍ଗକୁ ନେଇ ମେୟର ସୁଲୋଚନା ଦାସଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିଲେ 37 ନମ୍ବର ୱାର୍ଡ କର୍ପୋରେଟର ବନ୍ଦିତା ପାଲ।
ଏପରିକି ଫେସବୁକ ଲାଇଭ କରି ସିଧା ସଳଖ ପ୍ରଶ୍ନର ଉତ୍ତର ରଖିବାକୁ ମେୟରଙ୍କୁ କହିଥିଲେ।
ଯାହାକୁ ନେଇ ମେୟର ଅସନ୍ତୋଷ ହୋଇ ତାଙ୍କୁ ନିଲମ୍ବନ କରିଥିଲେ।
ଏହାକୁ ହାସ୍ୟାସ୍ପଦ ଓ ଦଳୀୟ ରାଜନୀତି କରୁଥିବା କହିବା ସହ କର୍ପୋରେଟରଙ୍କୁ ନିଲମ୍ବନ କରିବା ଅଧିକାର ମେୟରଙ୍କ ନାହିଁ ବୋଲି କହିଛନ୍ତି ବନ୍ଦିତା ।
BMC ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ କରିବା ସହ ନାରାବାଜି ଦେଇଥିଲେ କର୍ପୋରେଟର।
ଜୋର ଧଥିରିଲା ଫଳକ ରାଜନୀତି।
ପରିମଳ, ସୌନ୍ଦର୍ଯ୍ୟ କରଣ street ଲାଇଟ ଓ ବିଭିନ୍ନ ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବ ନେଇ ବର୍ଷିଲେ କର୍ପୋରେଟର।
ଗତ ଫେବୃଆରୀରୁ ସାନିଟେସନ ଟେଣ୍ଡର ନେଇଥିବା ସଂସ୍ଥାର ଚୁକ୍ତି ଶେଷ ହୋଇଥିଲେ ବି ନୂତନ ଟେଣ୍ଡର ପ୍ରକ୍ରିୟା ଏବେ ଯାଏଁ ଚୂଡାନ୍ତ ହୋଇପାରିନି।
ଟେଣ୍ଡର ଡାକିବା ଅଧିକାର ବିଏମସିର ହେଲେ ଅନୁମତି ପାଇଁ ନଗର ଉନ୍ନୟନ ବିଭାଗକୁ ଅପେକ୍ଷା କରିବାକୁ ପଡୁଛି ବୋଲି କର୍ପୋରେଟର ଅଭିଯୋଗ କରିଛନ୍ତି।
ଏହାକୁ ନେଇ ବୈଠକ ଛାଡି ଧାରଣା ଦେଇଥିଲେ ବିଜେଡି କର୍ପୋରେଟର।
ସେପଟେ ବିଭିନ୍ନ ପ୍ରକଳ୍ପ ଉଦଘାଟନ ବେଳେ ଫଳକରେ ନାମ ଲେଖାକୁ ନେଇ ପରସ୍ପରକୁ ଦୋଷାରୋପ କରିଛନ୍ତି ବିଜେଡି ଓ ବିଜେପି କର୍ପୋରେଟର ।
ଭୁବନେଶ୍ଵର ମହାନଗରରେ ସାନିଟେସନ, ଷ୍ଟ୍ରିଟ ଲାଇଟ, ବର୍ଷା ଜଳ ନିଷ୍କାସନ ଭଳି ଅନେକ ସମସ୍ୟା ଥିବାବେଳେ ଏହାର ସମାଧାନ କେବେ ହେଉଛି ତା ଉପରେ ନଜର ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।