Bhubaneswar Firing Incident: ପୁଣି ଅଶାନ୍ତ ରାଜଧାନୀ! ଦୁଇ ଗୋଷ୍ଠୀ ମୁହାଁମୁହିଁ, ଗୁଳିକାଣ୍ଡରେ ଜଣଙ୍କ ମୃତ୍ୟୁ
ରାଜଧାନୀ ଭୁବନେଶ୍ୱରରେ ପୁଣି ଗର୍ଜିଲା ବନ୍ଧୁକ।
ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୁଳିକାଣ୍ଡରେ ଚାଲିଗଲା ଜଣଙ୍କ ଜୀବନ।
ମୃତକ ହେଉଛନ୍ତି ତପନ ନାହାକ।
ଲିଙ୍ଗରାଜ ଥାନା ଅଞ୍ଚଳର ମାଉସୀମା ଛକ ଓଭରବ୍ରିଜ୍ ଉପରେ ଘଟିଛି ଏହି ରକ୍ତାକ୍ତ ଘଟଣା।
Advertisment ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଉତ୍ତେଜନା ପରେ ଗୁଳିକାଣ୍ଡ ଘଟିଥିଲା।
ଗୁଳିମାଡ଼ରେ ଗୁରୁତର ହୋଇପଡ଼ିଥିଲେ ତପନ ନାହକ।
ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା।
ପରେ ଏକ ଘରୋଇ ହସ୍ପିଟାଲକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି।
ଘଟଣା ପରେ ମାଉସୀମା ଛକ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଲିଙ୍ଗରାଜ ଥାନା ପୋଲିସ।
ଡିସିପି ସରବଣା ବିବେକ୍ ଏମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛନ୍ତି ।
ଗୁଳିକାଣ୍ଡର କାରଣ କ'ଣ ?
କେଉଁମାନେ ଏହି ଘଟଣାରେ ସାମିଲ ଥିଲେ ?
ପୂର୍ବ ଶତ୍ରୁତା ନା ଅନ୍ୟ କୌଣସି କାରଣ ?
ଏସବୁ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।