Bhubaneswar Traffic Bollards Damaged: ୮ ମାସରେ ବୋଲାର୍ଡ୍ସ ବେହାଲ୍; କେଉଁଠି ଭାଙ୍ଗିଲା, କେଉଁଠି ଗାଏବ! ୨୦ଟି ସ୍ଥାନରେ ଲାଗିଥିଲା

Oct 25, 2026 - 19:16
Bhubaneswar Traffic Bollards Damaged: ୮ ମାସରେ ବୋଲାର୍ଡ୍ସ ବେହାଲ୍; କେଉଁଠି ଭାଙ୍ଗିଲା, କେଉଁଠି ଗାଏବ! ୨୦ଟି ସ୍ଥାନରେ ଲାଗିଥିଲା

ରାଜଧାନୀରେ ଟ୍ରାଫିକ୍ ଟେନସନ୍ ଦୂର କରିବାକୁ ଲାଗିଥିଲା ବୋଲାର୍ଡ୍ସ ।

ଉଦ୍ଦେଶ୍ୟ ଥିଲା, ବାମପାର୍ଶ୍ୱ ରାସ୍ତା ରହିବ ଫ୍ରି, ଟ୍ରାଫିକ୍ ଜାମ୍ ରୁ ମିଳିବ ମୁକ୍ତି ।

ହେଲେ ମାତ୍ର ୮ ମାସରେ ବୋଲାର୍ଡ୍ସର ଅବସ୍ଥା ବେହାଲ୍ ।

କେଉଁଠି ଭାଙ୍ଗିଗଲାଣି, କେଉଁଠି ଗାଏବ ହୋଇଗଲାଣି ତ ଆଉ କେଉଁଠି ରାସ୍ତାରେ ମିଶିଗଲାଣି ।

ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ଫେଲ୍ ମାରୁଛି ଟ୍ରାଫିକ୍ ନିୟନ୍ତ୍ରଣ ଯୋଜନା ।

କେବେ ସୁଧୁରିବ ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥା?

ଦେଖନ୍ତୁ ଏହି ରିପୋର୍ଟ ।

Advertisment ଆଠ ମାସରେ ଆଣ୍ଠେଇଲା ବୋଲାର୍ଡ୍ସ।

କେଉଁଠି ଭାଙ୍ଗିଲା...

କେଉଁଠି ଗାଏବ ହେଲା...

ଆଉ କେଉଁଠି ରାସ୍ତାରେ ପିଚୁ ଭଳି ମିଶିଗଲା ।

ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର କରିବାକୁ କମିଶନରେଟ୍ ପୋଲିସ ଲଗାଇଥିବା ବୋଲାର୍ଡ୍ସର ଏବେ ଏମିତି ଅବସ୍ଥା।

ଟ୍ରାଫିକ ପୋଷ୍ଟର ବାମପାର୍ଶ୍ୱ ରାସ୍ତାକୁ ଫ୍ରି ରଖିବାକୁ ହୋଇଥିଲା ବ୍ୟବସ୍ଥା।

ହେଲେ ଅମାନିଆ ଗାଡ଼ି ଚାଳକଙ୍କ ଆଗରେ ଫେଲ୍ ମାରିଛି ଏହି ଯୋଜନା।

ରାଜଧାନୀ ଭୁବନେଶ୍ବରର ସିଆରପି ଛକ ରାସ୍ତାରେ ପେଷ୍ଟ ହୋଇଯାଇଛି ବୋଲାର୍ଡ୍ସ।

ଖରା କି ଗରମରେ ନୁହେଁ, ବରଂ ଏହା ଉପରେ ବାରମ୍ବାର ଗାଡ଼ି ଚଢ଼ାଇ ରାସ୍ତାରେ ମିଶାଇ ଦେଇଛନ୍ତି ଅମାନିଆ ଗାଡି ଚାଳକ।

Advertisment ସାଲିଆସାହି-ଏକାମ୍ରକାନନ ରୋଡ୍ ଗୋଲେଇ ଛକ।

ଏଠି ବି ସମାନ ଅବସ୍ଥା।

କେଉଁଠି ବୋଲାର୍ଡ୍ସ ଉଭାନ୍ ହୋଇଗଲାଣି ତ ଆଉ କେଉଁଠି ଅଧାଖଣ୍ଡିଆ ହୋଇ ପଡ଼ିରହିଛି।

ଆଉ ଏ ହେଉଛି ନାଲକୋ ଛକ।

ଏଠି ରାସ୍ତା ଉପରେ ନୁହେଁ, ରାସ୍ତାକଡ଼ରେ ପଡ଼ିଛି ବୋଲାର୍ଡ୍ସ।

କିଛି ଟ୍ରାଫିକ ପୋଷ୍ଟ କ୍ୟାବିନ୍ ପାଖରେ ଗଦା ହୋଇଛି।

ରାଜଧାନୀର ୨୦ଟି ସ୍ଥାନରେ ଲାଗିଥିଲା ଟ୍ରାଫିକ ବୋଲାର୍ଡ୍ସ।

ଉଦ୍ଦେଶ୍ୟ ଥିଲା ବାମପାର୍ଶ୍ୱ ରାସ୍ତାକୁ ଫ୍ରି ରଖିବା।

ଯେମିତି ସିଧା କିମ୍ବା ଡାହାଣକୁ ଯିବାକୁ ଥିବା ଗାଡ଼ି ପାଇଁ ବାମକୁ ଯାଉଥିବା ଗାଡ଼ି ଅଟକି ନରହିବ।

ଟ୍ରାଫିକ ଜାମ୍ ଓ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଥିଲା କମିଶନରେଟ୍ ପୋଲିସ।

ହେଲେ ମାତ୍ର ଆଠ ମାସରେ ଯୋଜନାର ଏମିତି ଅବସ୍ଥା।

ଆଉ ଏବେ ବାମପାର୍ଶ୍ୱ ରାସ୍ତା ଫାଙ୍କା ରହିବା ବଦଳରେ ପୂରା ଜାମ୍।

ସିଧା ଓ ଡାହାଣକୁ ଯିବାକୁ ଥିବା ଗାଡ଼ି ଚାଳକ ବି ବାମପଟ ରାସ୍ତା ଅବରୋଧ କରୁଛନ୍ତି।

କେବଳ ବାଇକ୍ ନୁହେଁ, ଆମ ବସ୍, ଘରୋଇ ବସ୍ ଓ କାର୍ ଚାଳକ ବି ଟ୍ରାଫିକ ନିୟମକୁ ବେଖାତିର କରୁଛନ୍ତି।

ଏବେ ଦିନ ଅପେକ୍ଷା ସନ୍ଧ୍ୟା ହେଲେ ଟ୍ରାଫିକ ପୋଷ୍ଟରେ ଭିଡ଼ ବଢୁଛି, ବାମକୁ ଯିବାକୁ ଚାହୁଁଥିବା ଗାଡ଼ି ଚାଳକଙ୍କୁ ବି ସିଗନାଲରେ ଅଟକିବାକୁ ପଡ଼ୁଛି।

ସେପଟେ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ବି ଅମାନିଆ ମାନୁନାହାନ୍ତି ବୋଲି କହିଛନ୍ତି ଟ୍ରାଫିକ ଏସିପି।

ଏବେ ପ୍ରଶ୍ନ, କେବଳ ବୋଲାର୍ଡ୍ସ ଲଗାଇଦେଲେ କ'ଣ ସୁଧୁରିଯିବ ରାଜଧାନୀର ଟ୍ରାଫିକ ବ୍ୟବସ୍ଥା?

ଭାଙ୍ଗିଥିବା ବୋଲାର୍ଡ୍ସ କେବେ ବଦଳାଯିବ?

ଆଉ ବାମପାର୍ଶ୍ୱ ରାସ୍ତା ଅବରୋଧ କରୁଥିବା ଅମାନିଆଙ୍କ ବିରୋଧରେ କେବେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ?

ପାର୍ବଣ ବେଳେ ଟ୍ରାଫିକ ଟେନସନ୍ ରୁ ରାଜଧାନୀବାସୀଙ୍କୁ କେବେ ମିଳିବ ମୁକ୍ତି?

୮ ମାସରେ ବୋଲାର୍ଡ୍ସ ବେହାଲ୍.

କେଉଁଠି ଭାଙ୍ଗିଲା, କେଉଁଠି ଗାଏବ!

୨୦ଟି ସ୍ଥାନରେ ଲାଗିଥିଲା ବୋଲାର୍ଡ୍ସ ବାମପାର୍ଶ୍ୱ ରାସ୍ତା ଅବରୋଧ କରୁଛନ୍ତି ଅମାନିଆ କେବେ ବଦଳିବ ଭଙ୍ଗା ବୋଲାର୍ଡ୍ସ?

ଅମାନିଆଙ୍କ ବିରୋଧରେ କେବେ କଡ଼ା କାର୍ଯ୍ୟାନୁଷ୍ଠାନ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।