Bhubaneswar Traffic Nightmare: ଦଶହରା ଭିଡ଼ରେ ରାଜଧାନୀ ଟ୍ରାଫିକ୍ ଜାମ୍, ୩୦ ମିନିଟ୍ ଫସିଲା ଦୁଇ ଆମ୍ବୁଲାନ୍ସ

Oct 21, 2026 - 11:04
Bhubaneswar Traffic Nightmare: ଦଶହରା ଭିଡ଼ରେ ରାଜଧାନୀ ଟ୍ରାଫିକ୍ ଜାମ୍, ୩୦ ମିନିଟ୍ ଫସିଲା ଦୁଇ ଆମ୍ବୁଲାନ୍ସ

ରାଜଧାନୀରେ ନାକେଦମ୍ କରୁଛି ପାର୍ବଣ ବୁଲା ଭିଡ଼। ଭିଡ ଭିତରେ ଫସିଯାଉଛି ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ। ଭୟଙ୍କର ଟ୍ରାଫିକ୍ ଜାମ୍ ଭିତରେ ଘଣ୍ଟା ଘଣ୍ଟା ଧରି ଫରି ରହୁଛନ୍ତି ଜରୁରୀର କାମରେ ଯାଉଥିବା ଗାଡ଼ି ମୋଟର। ଦଶହରା ବୁଲା ପାଇଁ ଲୋକେ ବହୁ ସଂଖ୍ୟାରେ ବିଭିନ୍ନ ମଣ୍ଡପରେ ଭିଡ଼ କରିବା ପରେ ଭୁବନେଶ୍ବର ସହରର ଚାରିଆଡ଼େ ସୃଷ୍ଟି ହୋଇଛି ଟ୍ରାଫିକ୍ ଜାମ୍ ସ୍ଥିତି।

ଗତକାଲି ସଂଧ୍ୟାରେ ଡମଣାରୁ ପଟିଆ ମଧ୍ୟରେ ଟ୍ରାଫିକ୍ ଜାମ୍ ଭିତରେ ଦୁଇଟି ଆମ୍ବୁଲାନ୍ସ ଫସି ରହିଥିଲା। ଆମ୍ବୁଲାନ୍ସ ଦୁଇଟି ପ୍ରାୟ ୩୦ ମିନିଟ୍ ଧରି ଫସି ରହିଥିଲେ। ଟ୍ରାଫିକ୍ ଜାମ୍ ଯୋଗୁଁ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ନେଇ ଉଦ୍ ବେଗ ପ୍ରକାଶ ପାଇଛି।...

ରାଜଧାନୀରେ ନାକେଦମ୍ କରୁଛି ପାର୍ବଣ ବୁଲା ଭିଡ଼
ଭିଡ଼ରେ ଫସୁଛି ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ
ଭୟଙ୍କର ଟ୍ରାଫିକ୍ ଜାମ୍ ରେ ଘଣ୍ଟା ଘଣ୍ଟା ଫସୁଛନ୍ତି ଲୋକେ
ଭୁବନେଶ୍ବର ସହରର ଚାରିଆଡ଼େ ଟ୍ରାଫିକ୍ ଜାମ୍ ସ୍ଥିତି
ଡମଣାରୁ ପଟିଆ ମଧ୍ୟରେ ଫସିଲା ୨ଟି ଆମ୍ବୁଲାନ୍ସ 
ଆମ୍ବୁଲାନ୍ସ ଦୁଇଟି ପ୍ରାୟ ୩୦ ମିନିଟ୍ ଧରି ଫସି ରହିଲେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।