Devotees Crowd Puja Pandals: ବିଜୟାଦଶମୀରେ ଉତ୍ସବମୁଖର ସାରା ଓଡ଼ିଶା, ମା’ଙ୍କ ଦର୍ଶନ ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼
ଆଜି ବିଜୟାଦଶମୀ। ମହାମାୟାଙ୍କ ଦଶହରା ଉତ୍ସବର ଅନ୍ତିମ ପର୍ବ। ଆଜି ମଣ୍ଡପରେ ବିଜୟାଦଶମୀ ଉତ୍ସବ। ମା’ଙ୍କ ଆରାଧନା, ଘଣ୍ଟଘଣ୍ଟା ଓ ମନ୍ତ୍ରୋଚ୍ଚାରଣରେ ମୁଖରିତ ହେଉଛି ପୂଜା ମଣ୍ଡପ। ସବୁଠି ଭକ୍ତିମୟ ପରିବେଶ। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ସବୁଠି ଶ୍ରଦ୍ଧାଳୁଙ୍କ ଭିଡ଼। ପବିତ୍ର ବିଜୟାଦଶମୀରେ ପୂଜା ମଣ୍ଡରେ ସ୍ୱତନ୍ତ୍ର ରୀତିନୀତିରେ ଚାଲିଛି ମା’ଙ୍କ ଆରାଧନା।
ଏହି ଦିନଟି ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଭାବେ ପାଳନ କରାଯାଏ। ଆଜି ପାଳନ ହେବ ରାବଣ ପୋଡ଼ି ଉତ୍ସବ। ରାବଣ ଦହନ ସାଙ୍ଗକୁ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ କରାଯିବ। ରାବଣ ଦହନ ସହ ଆକାଶରେ ବିଭିନ୍ନ ରଙ୍ଗର ଆତସବାଜି ଦେଖିବାକୁ ମିଳିବ।
ଏଥର ରାଜଧାନୀରେ ରାବଣପୋଡ଼ି ପାଇଁ ୯ଟି ସ୍ଥାନକୁ ଅନୁମତି ଦିଆଯାଇଛି। ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଆଜି ମଣ୍ଡପରେ ବିଜୟାଦଶମୀ ଉତ୍ସବ
ମହାମାୟାଙ୍କ ଦଶହରା ଉତ୍ସବର ଅନ୍ତିମ ପର୍ବ
ମା’ଙ୍କ ଦର୍ଶନ ପାଇଁ ସବୁଠି ଶ୍ରଦ୍ଧାଳୁଙ୍କ ଭିଡ଼
ଆଜି ପାଳନ ହେବ ରାବଣ ପୋଡ଼ି
ପ୍ରଦର୍ଶନ କରାଯିବ ଆକର୍ଷଣୀୟ ଆତସବାଜି
ରାଜଧାନୀର ୭ ସ୍ଥାନରେ ରାବଣ ପୋଡ଼ିକୁ ଅନୁମତି
ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।