Bhutan: ଜଳାତଙ୍କମୁକ୍ତ ଭୁଟାନ

Sep 08, 2026 - 07:42
Bhutan: ଜଳାତଙ୍କମୁକ୍ତ ଭୁଟାନ

"ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଭୁଟାନ୍‌କୁ କୁକୁର କାମୁଡ଼ାଜନିତ ଜଳାତଙ୍କମୁକ୍ତ ଦେଶର ମାନ୍ୟତା ଦେଇଛି।

ଏହି ମାନ୍ୟତା ପାଇବାରେ ଭୁଟାନ ଦକ୍ଷିଣ-ପୂର୍ବ ଏସିଆର ପ୍ରଥମ ଦେଶ ପାଲଟିଛି।

ଭୁଟାନ୍‌ରେ ଶେଷ ଥର ୨୦୨୩ ଜୁନ୍‌ରେ ଜଳାତଙ୍କଜନିତ ମୃତ୍ୟୁ ହୋଇଥିଲା। "ଡବ୍ଲୁଏଚ୍‌ଓ"ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଅଧାନୋମ୍ ଗେବ୍ରେୟେସସ୍ କହିଛନ୍ତି, “ଭୁଟାନ୍‌ର ସଫଳତା ଦର୍ଶାଉଛି ଯେ ମଣିଷ, ପ୍ରାଣୀ ଓ ପରିବେଶର ସ୍ୱାସ୍ଥ୍ୟ ପରସ୍ପର ସହ ଓତପ୍ରୋତ ଭାବେ ଜଡ଼ିତ।Advertisment Nabarangpur: ଓସ୍ବାସ ଫାଇଲ୍ ପ୍ରକ୍ରିୟାକରଣରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଥମ ସ୍ୱାସ୍ଥ୍ୟକର୍ମୀ ଓ ପ୍ରାଣୀଚିକିତ୍ସକଙ୍କୁ ଏକାଠି କରି ଭୁଟାନ୍‌ ଦେଖାଇ ଦେଇଛି ଯେ ଜଳାତଙ୍କ ବିରୋଧରେ ଲଢ଼େଇ କିଛି ଅଲଗା ନୁହେଁ, ବରଂ ସବୁ ଆହ୍ବାନ ମିଳିତ ଉଦ୍ୟମ ମାଧ୍ୟମରେ ଜିତାଯାଇପାରିବ।"" ଏହି ସଫଳତା ହାସଲ ପଛରେ ରହିଛି ଏକ ଦଶନ୍ଧି ହେଲା ଅନୁସରଣ କରାଯାଇଆସୁଥିବା "ୱାନ୍ ହେଲ୍‌ଥ" ନୀତି।

ଏହି ନୀତି ଦ୍ବାରା ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ବୟକୁ ସୁଗମ କରାଯାଉଛି, ଯାହା ଦ୍ବାରା ମଣିଷ, ପଶୁ, ଗଛଲତା ଓ ପରିବେଶର ସ୍ବାସ୍ଥ୍ୟରେ ଏକସମୟରେ ଉନ୍ନତି ସାଧନ ହୋଇପାରିବ।

ଏହି ଅଭିଯାନ ପାଇଁ ଭୁଟାନ୍‌କୁ "ଭୁଟାନ ହେଲ୍‌ଥ ଟ୍ରଷ୍ଟ ଫଣ୍ଡ୍‌", "ପାଣ୍ଡେମିକ୍ ଫଣ୍ଡ୍‌" ଓ ଅନ୍ୟାନ୍ୟ ସଂସ୍ଥାରୁ ଆର୍ଥିକ ସହାୟତା ମିଳିଥିଲା।ଏହି ସଫଳତା ଭାରତ ପାଇଁ ମଧ୍ୟ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ କାରଣ ପୃଥିବୀରେ ପ୍ରତି ବର୍ଷ ଜଳାତଙ୍କରେ ମୃତ୍ୟୁବରଣ କରୁଥିବା ୫୯,୦୦୦ ଜଣଙ୍କ ମଧ୍ୟରୁ ଏକ-ତୃତୀୟାଂଶ (ପ୍ରାୟ ୨୦,୦୦୦) ହେଉଛନ୍ତି ଭାରତୀୟ।

ରାଜନୈତିକ ଇଚ୍ଛାଶକ୍ତି, ସାମାଜିକ ସହଯୋଗ ଓ ପର୍ଯ୍ୟାପ୍ତ ପାଣ୍ଠି ବଳରେ ଭାରତ ମଧ୍ୟ ଜଳାତଙ୍କ ନାମକ କଳଙ୍କରୁ ମୁକ୍ତ ହୋଇପାରିବ।

Horoscope 2026 September 08: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।