Naraz Fufa Ji ‘ନାରାଜ ଫୁଫା ଜୀ’ଙ୍କୁ ଏବେ କାମ ମିଳିଗଲା: ରାହୁଲଙ୍କୁ ଟାର୍ଗେଟ୍‌ କଲେ ମୋଦୀ

Sep 08, 2026 - 21:50
Naraz Fufa Ji ‘ନାରାଜ ଫୁଫା ଜୀ’ଙ୍କୁ ଏବେ କାମ ମିଳିଗଲା: ରାହୁଲଙ୍କୁ ଟାର୍ଗେଟ୍‌ କଲେ ମୋଦୀ

"ବଡ଼ୋଦରା: ବିକାଶମୂଳକ କାର୍ଯ୍ୟକୁ ନେଇ ସରକାରଙ୍କୁ ପ୍ରଶ୍ନ କରୁଥିବା ବିରୋଧୀଙ୍କୁ ମଙ୍ଗଳବାର ପୁଣି ଥରେ ଟାର୍ଗେଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଗୁଜରାଟର ବଡୋଦରାରେ "ନମୋ ଫର୍‌ ବିକଶିତ ଭାରତ" କାର୍ଯ୍ୟକ୍ରମରେ ଯୋଗଦେଇ ସେ "ନାରାଜ ଫୁଫା ଜୀ" ବା "ରାଗୀ ପିଇସା" ଭଳି ଶବ୍ଦ ବ୍ୟବହାର କରି ସମାଲୋଚକଙ୍କୁ କଟାକ୍ଷ କରିଥିଲେ।

ଏହି ଅବସରରେ ସେ ପ୍ରାୟ ୩୫,୦୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ।Advertisment ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୨,୮୦୦ କିଲୋମିଟର ଦୀର୍ଘ ଉତ୍ସର୍ଗୀକୃତ ମାଲବାହୀ ରେଳପଥ (ଫ୍ରେଟ୍‌ କରିଡର୍‌) ରହିଛି।

ଏହାକୁ ମୋଦୀ ଏକବିଂଶ ଶତାବ୍ଦୀର ଏକ ଐତିହାସିକ ସଫଳତା ବୋଲି କହିଛନ୍ତି।

ବିକାଶର ଗତି ଓ ସରକାରଙ୍କ କାର୍ଯ୍ୟଶୈଳୀରେ ୨୦୧୪ ପରଠାରୁ ପରିବର୍ତ୍ତନ ଆସିଛି ବୋଲି ସେ କହିଥିଲେ।

ମୋଦୀ କହିଥିଲେ ଯେ ଏହି ଫ୍ରେଟ୍‌ କରିଡର୍‌ ପ୍ରକଳ୍ପ ୨୦୦୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ପରିକଳ୍ପିତ ହୋଇଥିଲା।

କିନ୍ତୁ ମନମୋହନ ସିଂହଙ୍କ ନେତୃତ୍ବାଧୀନ ଉପା ସରକାର ସମୟରେ ଏହାର କାମ ଆଗେଇ ନଥିଲା।

୨୦୧୪ରେ ବିଜେପି ସରକାରକୁ ଆସିବା ପରେ ଏହାର କାମ ତ୍ବରାନ୍ବିତ ହୋଇଥିବା ସେ ଦାବି କରିଥିଲେ।

ଫ୍ରେଟ୍‌ କରିଡର୍‌ର ଆବଶ୍ୟକତାକୁ ନେଇ ପ୍ରଶ୍ନ କରୁଥିବା ଲୋକଙ୍କୁ କଟାକ୍ଷ କରି ମୋଦୀ କହିଥିଲେ, ଏବେ ଜଣେ "ନାରାଜ ଫୁଫା ଜୀ" ପଚାରିବେ ଟ୍ରକ୍‌ ଚାଳକମାନେ କ"ଣ କରିବେ।

ଏବେ ଫୁଫା ଜୀଙ୍କୁ କାମ ମିଳିଗଲା ବୋଲି ସେ କହିଥିଲେ।

ସେ କାହାର ନାଁ ନେଇନଥିଲେ।

ତେବେ ଏହି ମନ୍ତବ୍ୟ ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ୟ କରି କରାଯାଇଥିବା ଚର୍ଚ୍ଚା ହେଉଛି।

ଯମୁନା ନଦୀରେ ହେଲା ମନମୋହନ ସିଂହଙ୍କ ଅସ୍ଥି ବିସର୍ଜନ ମୋଦୀ କହିଥିଲେ, ସ୍ବାଧୀନତା ପରେ ମଧ୍ୟ ଯେଉଁ ଅଞ୍ଚଳଗୁଡ଼ିକ ରେଳ ସଂଯୋଗରୁ ବଞ୍ଚିତ ଥିଲେ, ଫ୍ରେଟ୍‌ କରିଡର୍‌ ସେଠାକୁ ରେଳ ସଂଯୋଗ ନେଉଛି।

ଏହା ଦେଶର ଯୋଗାଣ ଶୃଙ୍ଖଳାକୁ ମଜବୁତ କରିବା ସହ ଆତ୍ମନିର୍ଭରତାକୁ ବଢ଼ାଇବ।

ପୂର୍ବ ସରକାରକୁ ଟାର୍ଗେଟ୍‌ କରି ମୋଦୀ ଆହୁରି କହିଥିଲେ ଯେ ୨୦୧୪ ପରଠାରୁ ଭାରତ ୫୦,୦୦୦ ଆଧୁନିକ ରେଳ କୋଚ୍‌ ନିର୍ମାଣ କରିଛି।

ପୂର୍ବ ସରକାର ୧୦ ବର୍ଷରେ ୫୦,୦୦୦ ଶୌଚାଳୟ ମଧ୍ୟ ନିର୍ମାଣ କରିପାରିନଥିଲା।

ଭାରତ ଏବେ "ଚିପ୍‌ରୁ ଜାହାଜ" ପର୍ଯ୍ୟନ୍ତ ଦେଶରେ ନିର୍ମାଣ କରି ନୂଆ ଉତ୍ପାଦନ ଯୁଗରେ ପ୍ରବେଶ କରୁଛି ବୋଲି ସେ କହିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।