Bhutan Glacial Lake Flood: ଭୁଟାନରେ ଫାଟିଲା ବରଫ ହ୍ରଦ, ମାଡ଼ି ଆସିଲା ଜଳପ୍ରଳୟ !

Oct 31, 2026 - 10:13
Bhutan Glacial Lake Flood: ଭୁଟାନରେ ଫାଟିଲା ବରଫ ହ୍ରଦ, ମାଡ଼ି ଆସିଲା ଜଳପ୍ରଳୟ !

ହଠାତ୍ ଫାଟିଲା ବରଫ ହ୍ରଦ, ମାଡିଆସିଲା ହିମରାକ୍ଷସ ।

ନେପାଳ ପରେ ଭୁଟାନରେ ପ୍ରକୃତିର ମହାପ୍ରଳୟ !

ଭାରତ ପାଇଁ ବଢିଲା ବିପଦ ।

ଭୁଟାନର ବରଫ ପାହାଡ଼ ତଳେ ଥିବା ଶିନ୍ତାଫୁ ହ୍ରଦ ଫାଟିଯିବାରୁ ଏଠି ଦେଖାଦେଇଛି ଭୟଙ୍କର ବନ୍ୟା ।

ଏ ଦୃଶ୍ୟ କିଛି ଦିନ ତଳେ ନେପାଳରେ ଦେଖାଦେଇଥିବା ବିନାଶକାରୀ ବନ୍ୟା ସ୍ଥିତିକୁ ମନେପକାଇ ଦେଉଛି ।

Advertisment ଗୁରୁବାର ସନ୍ଧ୍ୟାରେ ଭୁଟାନ ଗାସା ଜିଲ୍ଲାରେ ଥିବା ଶିନ୍ତାଫୁ ହ୍ରଦରେ ହଠାତ୍ ଜଳସ୍ତର ବୃଦ୍ଧି ପାଇ ଏହା ବିସ୍ଫୋରଣ ପରି ଫାଟିଥିଲା ।

ଏହି ବରଫ ହ୍ରଦରୁ ବାହାରିଥିବା ବନ୍ୟାଜଳ ଦ୍ରୁତଗତିରେ ମାଡିଆସିଥିଲା ତଳିଆ ଅଂଚଳକୁ ।

ଏଥିରେ ଭୁଟାନର ପୁନାଖା ଅଞ୍ଚଳରେ ଥିବା ସୋଲାର ଇରିଗେସନ୍ ଲିଫ୍ଟିଂ ସିଷ୍ଟମ୍ କ୍ଷତିଗ୍ରସ୍ତ ହୋଇଛି ।

ରାସ୍ତାଘାଟ ଧୋଇଯାଇଛି ।

ଭୁଟାନରେ ଏପର୍ଯ୍ୟନ୍ତ କୌଣସି ଜୀବନହାନିର ଖବର ନାହିଁ, ସତ...

କିନ୍ତୁ ଭୁଟାନର ଏହି ପ୍ରଳୟ, ଏବେ ଭାରତ ପାଇଁ ସାଜିଛି ବଡ଼ ଚିନ୍ତାର କାରଣ ।

ଭୁଟାନର ବନ୍ୟାଜଳ ମୋଫୁ ନଦୀ ଦେଇ ପଶ୍ଚିମବଙ୍ଗର ସଙ୍କୋଶ ନଦୀ ଆଡକୁ ପ୍ରବାହିତ ହେଉଛି ।

ଏଥିପାଇଁ ପଶ୍ଚିମବଙ୍ଗ ଓ ଆସାମର ୫ଟି ଜିଲ୍ଲାରେ ଜାରି ହୋଇଛି ହାଇଆଲର୍ଟ ।

ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

ସ୍ଥିତି ଉପରେ ନଜର ରଖିଛି ପ୍ରଶାସନ ।

କିଛି ଦିନ ତଳେ ନେପାଳରେ ଗ୍ଲେସିୟର ହ୍ରଦ ଫାଟିବା ଯୋଗୁଁ ଭୟଙ୍କର ବନ୍ୟା ହୋଇଥିଲା ।୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା, ପାଖାପାଖି ୫ ହଜାର ଲୋକଙ୍କ ପତ୍ତା ମିଳିନଥିଲା ।

ଏହି ଘଟଣା ମନରୁ ନ ଲିଭୁଣୁ ଭୁଟାନରେ ଦେଖାଯାଇଛି ଏଭଳି ମୃତ୍ୟୁ ତାଣ୍ଡବ ।

ତେବେ କ୍ଷୟକ୍ଷତି ନେଇ ଏବେ ସୁଦ୍ଧା ବିଶେଷ ସୂଚନା ମିଳିନାହିଁ ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।