Bhutan: ଭୁଟାନରେ ୪.୯ ତୀବ୍ରତାର ଭୂମିକମ୍ପ: ଉତ୍ତର-ପୂର୍ବ ଭାରତରେ ଝଟ୍‌କା ଅନୁଭୂତ

Sep 19, 2026 - 23:27
Bhutan: ଭୁଟାନରେ ୪.୯ ତୀବ୍ରତାର ଭୂମିକମ୍ପ: ଉତ୍ତର-ପୂର୍ବ ଭାରତରେ ଝଟ୍‌କା ଅନୁଭୂତ

"ଗୁଆହାଟୀ: ଭୁଟାନରେ ଶନିବାର ୪.୯ ତୀବ୍ରତାର ଭୂମିକମ୍ପ ହୋଇଥିବାବେଳେ ଏହାର ପ୍ରଭାବରେ ଆସାମ ସମେତ ସମଗ୍ର ଉତ୍ତର-ପୂର୍ବ ଭାରତରେ ଝଟ୍‌କା ଅନୁଭୂତ ହୋଇଛି।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ତଥ୍ୟ ଅନୁଯାୟୀ, ଭୁଟାନର ଗେଲପୋଜିଂଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା।Advertisment ଅପରାହ୍ଣ ୪ଟା ୧ ମିନିଟ ସମୟରେ ୫ କିଲୋମିଟର ଗଭୀରତାରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

ଭୂକମ୍ପ ଯୋଗୁ ଆସାମ ସମେତ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ଝଟ୍‌କା ଅନୁଭୂତ ହୋଇଥିଲା।

ତେବେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ।

ସମ୍ଭାବ୍ୟ ପରବର୍ତ୍ତୀ ଝଟ୍‌କା ଉପରେ କର୍ତ୍ତୃପକ୍ଷ ନଜର ରଖିଛନ୍ତି।

ଭୁଟାନ ଭୂମିକମ୍ପର ତିନି ଦିନ ପୂର୍ବରୁ ନେପାଳରେ ଦୁଇଥର ମଧ୍ୟମ ଧରଣ ଭୂକମ୍ପ ଅନୁଭୂତ ହୋଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।