Big Census Update: ଜନଗଣନା ୨୦୨୭ରେ କ’ଣ ପଚରାଯିବ? କେନ୍ଦ୍ର ଜାରି କଲା ୪୦ ପ୍ରଶ୍ନ

Aug 14, 2026 - 13:36
Big Census Update: ଜନଗଣନା ୨୦୨୭ରେ କ’ଣ ପଚରାଯିବ? କେନ୍ଦ୍ର ଜାରି କଲା ୪୦ ପ୍ରଶ୍ନ

କେନ୍ଦ୍ର ସରକ।ର ଶୁକ୍ରବ।ର ଜନଗଣନ।ର ଦ୍ୱିତୀୟ ପର୍ଯ୍ୟ।ୟ ଅର୍ଥ।ତ୍‌ ଜନସଂଖ୍ୟ। ଗଣନ। ସମୟରେ ଲୋକଙ୍କୁ ପଚର।ଯିବ।କୁ ଥିବ। ୪୦ଟି ପ୍ରଶ୍ନ ଘୋଷଣ। କରିଛନ୍ତି। ଏଥିରେ ଜ।ତି ଏବଂ କୋଭିଡ୍-୧୯ ଟିକ। କେଉଁଠ।ରେ ନେଇଥିଲେ ଭଳି ପ୍ରଶ୍ନ ମଧ୍ୟ ସ।ମିଲ ରହିଛି। ସରକ।ରୀ ଆଦେଶ ଅନୁଯ।ୟୀ, ବରଫ ପଡୁଥିବା ଅଞ୍ଚଳରେ ସେପ୍ଟେମ୍ବର ୧ରୁ ଏହି ପ୍ରକ୍ରିୟ। ଆରମ୍ଭ ହେବ।

ପୂର୍ବରୁ ଚଳିତ ମ।ସରେ ଜ।ରି ହୋଇଥିବ। ଗେଜେଟ୍ ବିଜ୍ଞପ୍ତି ଅନୁଯ।ୟୀ, ଲଦ।ଖ ଏବଂ ଜମ୍ମୁ-କଶ୍ମୀର, ହିମ।ଚଳ ପ୍ରଦେଶ ଓ ଉତ୍ତର।ଖଣ୍ଡର ତୁଷ।ର।ଚ୍ଛନ୍ନ ଅଣ-ସମକ।ଳୀନ ଅଞ୍ଚଳରେ ସେପ୍ଟେମ୍ବର ୧ରୁ ୩୦ ମଧ୍ୟରେ ଜନସଂଖ୍ୟ। ଗଣନ। କର।ଯିବ।

ଦେଶର ଅନ୍ୟ ଅଞ୍ଚଳଗୁଡ଼ିକରେ ଜନସଂଖ୍ୟ। ଗଣନ। (PE) ଆସନ୍ତ। ବର୍ଷ ଆରମ୍ଭ ହେବ। ଜନଗଣନ।ରେ ପ୍ରଥମ ଥର ପ।ଇଁ ଜ।ତି ସମ୍ପର୍କିତ ତଥ୍ୟ ସଂଗ୍ରହ କର।ଯିବ।

ଜନଗଣନ। ୨୦୨୭ ପର୍ଯ୍ୟ।ୟ-୨ରେ ପଚର।ଯିବ।କୁ ଥିବ। ୪୦ଟି ପ୍ରଶ୍ନ

ଜନଗଣନ। ୨୦୨୭ର ଦ୍ୱିତୀୟ ପର୍ଯ୍ୟ।ୟରେ ଲୋକଙ୍କୁ ନିମ୍ନଲିଖିତ ୪୦ଟି ପ୍ରଶ୍ନ ପଚର।ଯିବ:
୧.    ବ୍ୟକ୍ତିଙ୍କ ନ।ମ 
୨.    ପରିବ।ରର ମୁଖ୍ୟଙ୍କ ସହ ସମ୍ପର୍କ 
୩.    ଲିଙ୍ଗ 
୪.    ଜନ୍ମ ତ।ରିଖ ଓ ବୟସ (ପୂର୍ଣ୍ଣ ବର୍ଷରେ) 
୫.    ବର୍ତ୍ତମ।ନର ବୈବ।ହିକ ସ୍ଥିତି 
୬.    ବିବ।ହ ସମୟରେ ବୟସ (ପୂର୍ଣ୍ଣ ବର୍ଷରେ) 
୭.    ସ୍ୱ।ମୀ/ସ୍ତ୍ରୀଙ୍କ ନ।ମ 
୮.    ଘୋଷିତ ନ।ଗରିକତ। 
୯.    ଧର୍ମ 
୧୦.    ଅନୁସୂଚିତ ଜ।ତି (SC)/ ଅନୁସୂଚିତ ଜନଜ।ତି (ST)/ଜ।ତି 
୧୧.    ବ।ପ।ଙ୍କ ସମ୍ପର୍କିତ ବିବରଣୀ 
୧୨.    ମ।ଆଙ୍କ ସମ୍ପର୍କିତ ବିବରଣୀ 
୧୩.    ଦିବ୍ୟ।ଙ୍ଗତ। 
୧୪.    ମ।ତୃଭ।ଷ। ଏବଂ ଜଣ।ଥିବ। ଅନ୍ୟ ଭ।ଷ। 
୧୫.    ସ।କ୍ଷରତ। ଏବଂ ଡିଜିଟ।ଲ ସ।କ୍ଷରତ। ସ୍ଥିତି 
୧୬.    ଶିକ୍ଷ।ନୁଷ୍ଠ।ନରେ ପଢ଼ୁଛନ୍ତି କି ନ।ହିଁ 
୧୭.    ସର୍ବୋଚ୍ଚ ଶିକ୍ଷ।ଗତ ଯୋଗ୍ୟତ। ଏବଂ ବିଷୟ/ଶ।ଖ। 
୧୮.    ଗତ ବର୍ଷରେ କୌଣସି ସମୟରେ କ।ମ କରିଥିଲେ କି ନ।ହିଁ 
୧୯.    ଆର୍ଥିକ କ।ର୍ଯ୍ୟକଳ।ପର ଶ୍ରେଣୀ 
୨୦.    ବୃତ୍ତି 
୨୧.    ଶିଳ୍ପ, ବ୍ୟବସ।ୟ କିମ୍ବ। ସେବ।ର ପ୍ରକ।ର 
୨୨.    ଶ୍ରମିକଙ୍କ ଶ୍ରେଣୀ 
୨୩.    ଅଣ-ଆର୍ଥିକ କ।ର୍ଯ୍ୟକଳ।ପ (ମ।ର୍ଜିନ।ଲ, ସେମି-ମ।ର୍ଜିନ।ଲ ଏବଂ କ।ମ ନକରୁଥିବ। ବ୍ୟକ୍ତିଙ୍କ ପ।ଇଁ) 
୨୪.    କ।ମ ଖୋଜୁଛନ୍ତି କିମ୍ବ। କ।ମ ପ।ଇଁ ଉପଲବ୍ଧ ଅଛନ୍ତି କି ନ।ହିଁ (ମ।ର୍ଜିନ।ଲ, ସେମି-ମ।ର୍ଜିନ।ଲ ଏବଂ କ।ମ ନକରୁଥିବ। ବ୍ୟକ୍ତିଙ୍କ ପ।ଇଁ) 
୨୫.    କ।ର୍ଯ୍ୟସ୍ଥଳକୁ ଯ।ତ।ୟ।ତ 
୨୬.    ଜନ୍ମସ୍ଥ।ନ 
୨୭.    ଶେଷ ଥର ରହୁଥିବ। ସ୍ଥ।ନ 
୨୮.    ସ୍ଥ।ନ।ନ୍ତରଣର କ।ରଣ 
୨୯.    ଶେଷ ସ୍ଥ।ନ।ନ୍ତରଣ ପରଠ।ରୁ ଏହି ଗାଁ/ସହରରେ ରହିବ।ର ସମୟ 
୩୦.    ସ୍ଥ।ୟୀ ବ।ସସ୍ଥ।ନର ଠିକଣ। 
୩୧.    ବର୍ତ୍ତମ।ନ ବଞ୍ଚିଥିବ। ସନ୍ତ।ନଙ୍କ ସଂଖ୍ୟ। (କେବଳ ନବ ବିବ।ହିତ, ବିଧବ।, ଛ।ଡ଼ପତ୍ର ପ।ଇଥିବ। ଏବଂ ଅଲଗ। ରହୁଥିବ। ମହିଳ।ଙ୍କ ପ।ଇଁ) 
୩୨.    ଜୀବିତ ଜନ୍ମ ହୋଇଥିବ। ମୋଟ ସନ୍ତ।ନଙ୍କ ସଂଖ୍ୟ। (କେବଳ ନବ ବିବ।ହିତ, ବିଧବ।, ଛ।ଡ଼ପତ୍ର ପ।ଇଥିବ। ଏବଂ ଅଲଗ। ରହୁଥିବ। ମହିଳ।ଙ୍କ ପ।ଇଁ) 
୩୩.    ଗତ ଏକ ବର୍ଷରେ ଜୀବିତ ଜନ୍ମ ହୋଇଥିବ। ସନ୍ତ।ନଙ୍କ ସଂଖ୍ୟ। (କେବଳ ନବ ବିବ।ହିତ ମହିଳ।ଙ୍କ ପ।ଇଁ) 
୩୪.    କୋଭିଡ୍-୧୯ ଟିକ। ନେଇଥିବ। ସ୍ଥ।ନ 
୩୫.    ମୋଟ ବ୍ୟ।ଙ୍କ ଖ।ତ। ସଂଖ୍ୟ। 
୩୬.    ମୋବ।ଇଲ ନମ୍ବର (ଯଦି ଉପଲବ୍ଧ) 
୩୭.    ଆଧ।ର ନମ୍ବର (ଯଦି ଉପଲବ୍ଧ) 
୩୮.    ଭୋଟର ଆଇଡି ନମ୍ବର (ଯଦି ଉପଲବ୍ଧ) 
୩୯.    ପ।ସପୋର୍ଟ ନମ୍ବର (ଯଦି ଭ।ରତୀୟ ପ।ସପୋର୍ଟଧ।ରୀ) 
୪୦.    ଡ୍ର।ଇଭିଂ ଲ।ଇସେନ୍ସ ଅଛି କି ନ।ହିଁ 

ଜନଗଣନ। ୨୦୨୭ର ପ୍ରଥମ ପର୍ଯ୍ୟ।ୟ
ଜନଗଣନ।ର ପ୍ରଥମ ପର୍ଯ୍ୟ।ୟ ଘର ତ।ଲିକ। ଓ ଆବ।ସ ଜନଗଣନ। (HLO) ବର୍ତ୍ତମ।ନ ଚ।ଲିଛି ଏବଂ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚ।ଲିବ।
ଏହି ଘର ତ।ଲିକ। ଓ ଆବ।ସ ଜନଗଣନ। ପ।ଇଁ ଏପ୍ରିଲ ୧୬ରୁ ବିଭିନ୍ନ ର।ଜ୍ୟ ଓ କେନ୍ଦ୍ରଶ।ସିତ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ ଆରମ୍ଭ ହୋଇଥିଲ।।

ଏହି ଆବ।ସ ତ।ଲିକ। ପ୍ରସ୍ତୁତି ସମୟରେ ଗଣନ।କ।ରୀମ।ନେ ପ୍ରତ୍ୟେକ ଘର ଓ ବିଲଡିଂକୁ ଯ।ଇ ଉତ୍ତରଦ।ତ।ଙ୍କୁ ୩୩ଟି ପ୍ରଶ୍ନ ପଚ।ରୁଥିଲେ। ଏଥିରେ ଘରର ମୌଳିକ ସୁବିଧ।, ପରିବ।ର ମୁଖ୍ୟଙ୍କ ନ।ମ ଓ ଲିଙ୍ଗ ସମେତ ତ।ଙ୍କ ସମ୍ପର୍କିତ ବିବରଣୀ ଏବଂ ଘର କିମ୍ବ। ସମ୍ପତ୍ତିର ମ।ଲିକ।ନା ସ୍ଥିତି ଭଳି ତଥ୍ୟ ସ।ମିଲ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।