Big Change In Team India Selection Committee: ଆଗରକରଙ୍କ କାର୍ଯ୍ୟକାଳ ଶେଷ, ନୂଆ ଚୟନକର୍ତ୍ତାଙ୍କ ଉପରେ ବଡ଼ ଦାୟିତ୍ୱ

Oct 06, 2026 - 17:01
Big Change In Team India Selection Committee: ଆଗରକରଙ୍କ କାର୍ଯ୍ୟକାଳ ଶେଷ, ନୂଆ ଚୟନକର୍ତ୍ତାଙ୍କ ଉପରେ ବଡ଼ ଦାୟିତ୍ୱ

ଭାରତୀୟ କ୍ରିକେଟ୍‌ ସିଲେକ୍ସନ କମିଟିକୁ ନେଇ ବଡ଼ ଚର୍ଚ୍ଚା। ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ ଆଗରକରଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ, ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ଅସ୍ଥାୟୀ ଭାବେ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି।

ରିପୋର୍ଟ ଅନୁସାରେ, ଗୁୱାହାଟିରେ ହୋଇଥିବା ଚୟନ ବୈଠକରେ ଅଜିତ ଆଗରକର ଉପସ୍ଥିତ ନଥିଲେ। ତାଙ୍କ ଚୁକ୍ତି ଅକ୍ଟୋବର ୪ରେ ଶେଷ ହୋଇଥିବାରୁ, ବିସିସିଆଇ ଅସ୍ଥାୟୀ ଭାବେ ପ୍ରଜ୍ଞାନ ଓଝାଙ୍କୁ ଦାୟିତ୍ୱ ଦେଇଛି। ବର୍ତ୍ତମାନ ଚୟନ ସମିତିରେ ସର୍ବାଧିକ ୨୪ଟି ଟେଷ୍ଟ ଖେଳିଥିବା ଓଝା ସ୍ଥାୟୀ ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ମଧ୍ୟ ଜୋରଦାର ଦାବିଦାର ବୋଲି କୁହାଯାଉଛି।

ଏହି ସପ୍ତାହରେ ସିଲେକ୍ସନ କମିଟି ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦, ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରିବ। ଆସନ୍ତା ୨୦୨୭ ବିଶ୍ୱକପ୍‌ ପାଇଁ ଦଳ ଗଠନ, ରୋହିତ ଶର୍ମାଙ୍କ ଭବିଷ୍ୟତ ଏବଂ ଅଲ୍‌ରାଉଣ୍ଡର୍‌ ଓ ଦ୍ରୁତ ବୋଲର୍‌ ଚୟନ ଭଳି ବଡ଼ ଦାୟିତ୍ୱ ନୂଆ ମୁଖ୍ୟ ଚୟନକର୍ତ୍ତାଙ୍କ ସାମ୍ନାରେ ରହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।