Big Relief for Agniveers: ଅଗ୍ନିବୀରଙ୍କ ପାଇଁ ବଡ଼ ଖବର! ୪ ବର୍ଷ ପରେ ମିଳିବ ଆଉ ୨ ବର୍ଷ ଚାକିରି ସୁଯୋଗ
ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା।
ଅଗ୍ନିପଥ ଯୋଜନାରେ ଆସିଲା ବଡ଼ ପରିବର୍ତ୍ତନ।
ଏଣିକି ୪ ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ଅଗ୍ନିବୀରଙ୍କୁ ମିଳିବ ଆଉ ୨ ବର୍ଷ ସେନାରେ କାମ କରିବାର ସୁଯୋଗ।
ବୁଧବାର କେନ୍ଦ୍ର କ୍ୟାବିନେଟ୍ର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (CDS) ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି।
Advertisment ଏହି ନିଷ୍ପତ୍ତି ଅନୁସାରେ, ପୂର୍ବରୁ ୪ ବର୍ଷ ପରେ ସେନାରୁ ବାହାରିବାକୁ ଥିବା ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଅତିରିକ୍ତ ୨ ବର୍ଷର କାର୍ଯ୍ୟକାଳ ଦିଆଯିବ।
ଏହି ଅବଧି ଶେଷ ହେବା ପରେ ନିୟମିତ ସେନାରେ ସାମିଲ ହେବା ପାଇଁ ସେମାନେ ସୁଯୋଗ ପାଇବେ।
ତେବେ ଏଥିପାଇଁ ଆଗ୍ରହୀ ହେବା ସହ ନିର୍ଦ୍ଧାରିତ ଚୟନ ମାନଦଣ୍ଡ ପୂରଣ କରିବାକୁ ପଡ଼ିବ।
ଅର୍ଥାତ୍ ଅତିରିକ୍ତ ଦୁଇ ବର୍ଷ ପରେ ନିୟମିତ ସେନାରେ ନିଯୁକ୍ତି ନିଶ୍ଚିତ ନୁହେଁ; ଏହା ଚୟନ ପ୍ରକ୍ରିୟା ଉପରେ ନିର୍ଭର କରିବ।
CDS ଜେନେରାଲ ରାଜା ସୁବ୍ରମଣି କହିଛନ୍ତି, ଗତ ୪ ବର୍ଷ ମଧ୍ୟରେ ଅଗ୍ନିବୀରଙ୍କ କାର୍ଯ୍ୟଦକ୍ଷତାର କ୍ରମାଗତ ମୂଲ୍ୟାଙ୍କନ କରାଯାଇଛି।
ସେମାନଙ୍କ ପ୍ରଦର୍ଶନକୁ ନେଇ ସକାରାତ୍ମକ ମତାମତ ମିଳିଛି।
ପୂର୍ବ ବ୍ୟବସ୍ଥାରେ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ମେରିଟ୍ ଆଧାରରେ ନିୟମିତ ସେନାରେ ସାମିଲ କରାଯାଉଥିଲା।
ଅବଶିଷ୍ଟ ୭୫ ପ୍ରତିଶତଙ୍କୁ ୪ ବର୍ଷ ପରେ ସେନାରୁ ଫେରିବାକୁ ପଡ଼ୁଥିଲା।
ଏବେ ସେମାନଙ୍କ ପାଇଁ ଆଉ ଦୁଇ ବର୍ଷର ଅତିରିକ୍ତ ସେବା ଅବଧି ଯୋଡ଼ାଯାଇଛି।
Advertisment କ'ଣ ଥିଲା ଅଗ୍ନିପଥ ଯୋଜନା?
୨୦୨୨ ଜୁନ୍ ୧୪ ତାରିଖରେ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଆରମ୍ଭ କରିଥିଲେ।
ଏହି ଯୋଜନାରେ ସ୍ଥଳସେନା, ନୌସେନା ଓ ବାୟୁସେନାରେ ୪ ବର୍ଷ ପାଇଁ ଅଗ୍ନିବୀର ନିଯୁକ୍ତ ହେଉଛନ୍ତି।
ଚାରି ବର୍ଷ ପରେ ପ୍ରତ୍ୟେକ ବ୍ୟାଚ୍ରୁ ସର୍ବାଧିକ ୨୫ ପ୍ରତିଶତଙ୍କୁ ନିୟମିତ ସେନାରେ ରଖିବାର ବ୍ୟବସ୍ଥା ଥିଲା।
କିନ୍ତୁ ମାତ୍ର ୪ ବର୍ଷର ସେବା ଅବଧିକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ ଓ ବିଭିନ୍ନ ମହଲରେ ସମାଲୋଚନା ହୋଇଥିଲା।
ଏହାପରେ ଉତ୍ତରପ୍ରଦେଶ, ହରିୟାଣା ଓ ମହାରାଷ୍ଟ୍ର ଭଳି କିଛି ରାଜ୍ୟ ଅଗ୍ନିବୀରଙ୍କ ପାଇଁ ପୋଲିସ ଓ ଅନ୍ୟ ସରକାରୀ ସେବାରେ ସଂରକ୍ଷଣ ବ୍ୟବସ୍ଥା କରିଥିଲେ।
ଏବେ କେନ୍ଦ୍ରର ନୂଆ ନିଷ୍ପତ୍ତି ପରେ ଅଗ୍ନିବୀରଙ୍କ ସେବା ଅବଧି ଓ ନିୟମିତ ସେନାରେ ସାମିଲ ହେବାର ସୁଯୋଗକୁ ନେଇ ନୂଆ ଆଶା ସୃଷ୍ଟି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।