Democrats Challenge Trump's Grip: ଦୁଇ ବର୍ଷର ଶାସନକୁ ଜନତାଙ୍କ ଜବାବ, ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

Nov 04, 2026 - 11:17
Democrats Challenge Trump's Grip: ଦୁଇ ବର୍ଷର ଶାସନକୁ ଜନତାଙ୍କ ଜବାବ, ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

ଆମେରିକାରେ ମଧ୍ୟବର୍ତ୍ତୀ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା ।

ଫଳାଫଳର ପ୍ରାଥମିକ ଟ୍ରେଣ୍ଡ ଆସିଛି ।

ଏଥିରେ ଟ୍ରମ୍ପଙ୍କୁ ଶକ୍ତ ଝଟକା ଲାଗିଛି ।

ଭାରତୀୟ ବଂଶୋଦ୍ଭବ ପିଆ ଣ୍ଡି ଫ୍ଲୋରିଡାରେ ବିଜୟୀ ହୋଇଛନ୍ତି ।

ସେ ଡେମୋକ୍ରାଟିକ୍ ପାର୍ଟିର ପ୍ରତିନିଧିତ୍ୱ କରୁଛନ୍ତି ।

ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ପରାସ୍ତ ହୋଇଛନ୍ତି ।

Advertisment ଟ୍ରମ୍ପଙ୍କ ଏକଦମ୍ ଖାସ୍ କୁହାଯାଉଥିବା ଭାରତୀୟ ବଂଶୋଦ୍ଭବ ରିପବ୍ଲିକାନ୍ ନେତା ବିବେକ ରାମସ୍ୱାମୀ ଓହାଇଓ ରାଜ୍ୟର ଗଭର୍ଣ୍ଣର ନିର୍ବାଚନରେ ପରାଜିତ ହୋଇଛନ୍ତି।

ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ନିଜ ରାଜ୍ୟ ଓହାଇଓରେ ତାଙ୍କୁ ଡେମୋକ୍ରାଟିକ୍ ପ୍ରାର୍ଥୀ ଏମି ଆକ୍ଟନ୍ ପରାସ୍ତ କରିଛନ୍ତି।

ଏହି ନିର୍ବାଚନକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଚାଲିଥିବାବେଳେ ଏହା ରିପବ୍ଲିକାନ୍ ପାର୍ଟି ମଧ୍ୟରେ ଥିବା ମତଭେଦକୁ ମଧ୍ୟ ସାମ୍ନାକୁ ଆଣିଛି।

ଏମି ଆକ୍ଟନ୍ ଗତ ୨୦ ବର୍ଷ ମଧ୍ୟରେ ଓହାଇଓର ଗଭର୍ଣ୍ଣର ନିର୍ବାଚନ ଜିତିଥିବା ପ୍ରଥମ ଡେମୋକ୍ରାଟିକ୍ ପ୍ରାର୍ଥୀ ହୋଇଛନ୍ତି।

ଏଥିସହ ସେ ରାଜ୍ୟର ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ପଦବୀକୁ ନିର୍ବାଚିତ ହେବାରେ ପ୍ରଥମ ମହିଳା ହେବାର ଗୌରବ ମଧ୍ୟ ହାସଲ କରିଛନ୍ତି।

Advertisment ଟ୍ରମ୍ପଙ୍କ ଦ୍ବିତୀୟ ପାଳିର କାର୍ଯ୍ୟକାଳ ଅଧା ହୋଇଥିବାବେଳେ ଏହି ନିର୍ବାଚନ ତାଙ୍କ ଶାସନ ଓ ନୀତି ପ୍ରତି ଜନସାଧାରଣଙ୍କ ମତାମତର ପରୀକ୍ଷା ବୋଲି ବିବେଚନା କରାଯାଉଛି ।

ଏହି ନିର୍ବାଚନରେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଏବଂ ସିନେଟ୍ ର ଆସନ ପାଇଁ ଭୋଟ୍ ପଡ଼ିଛି ।

ଟ୍ରମ୍ପଙ୍କ ଦୁଇ ବର୍ଷର ଶାସନକୁ ନେଇ ଜନତାଙ୍କ ମତାମତ ଏହି ନିର୍ବାଚନରେ ପ୍ରତିଫଳିତ ହେବ ।

ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସର ୪୩୫ଟି ଆସନ ଏବଂ ସିନେଟ୍ ର ୧୦୦ଟି ଆସନ ମଧ୍ୟରୁ ୩୫ଟି ଆସନ ପାଇଁ ହୋଇଛି ମତଦାନ ।

ଏଥିସହ ୩୬ଟି ରାଜ୍ୟରେ ଗଭର୍ଣ୍ଣର ପଦ ପାଇଁ ମଧ୍ୟ ନିର୍ବାଚନ ହୋଇଛି ।

ଉଭୟ ଗୃହରେ ବର୍ତ୍ତମାନ ରିପବ୍ଲିକାନ୍ ପାର୍ଟିର ବହୁମତ ରହିଛି ।

ତେଣୁ ନିଜର ଏହି ଦବଦବା ବଜାୟ ରଖିବା ଟ୍ରମ୍ପଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ।

ଅନ୍ୟପଟେ ଡେମୋକ୍ରାଟ୍ ପାର୍ଟି ମଧ୍ୟ ବହୁମତ ହାସଲ ପାଇଁ ଜୋରଦାର ଉଦ୍ୟମ କରୁଛି ।

ଯଦି ଡେମୋକ୍ରାଟ୍ ମାନେ ହାଉସ୍ କିମ୍ବା ସିନେଟ୍ ରେ ବହୁମତ ହାସଲ କରନ୍ତି , ତେବେ ଟ୍ରମ୍ପଙ୍କ ନୀତି ଓ ନିଷ୍ପତ୍ତି ଉପରେ ଅଙ୍କୁଶ ଲାଗିପାରେ ।

ଆଗାମୀ ଦୁଇ ବର୍ଷରେ ସରକାରଙ୍କ କାର୍ଯ୍ୟକଳାପ ମଧ୍ୟ ପ୍ରଭାବିତ ହୋଇପାରେ ।

ତିନିଟି ପ୍ରମୁଖ ପ୍ରସଙ୍ଗ ଟ୍ରମ୍ପଙ୍କ ପାଇଁ ଚିନ୍ତା ବଢ଼ାଇଛି ।

ଇରାନ୍ ଯୁଦ୍ଧ , ଅବୈଧ ଅନୁପ୍ରବେଶ ଓ ଇମିଗ୍ରେସନ୍ ନୀତି ସହ ଅନ୍ୟ ଦେଶ ଉପରେ ଲଗାଯାଇଥିବା ଟାରିଫ୍ ବା ଶୁଳ୍କକୁ ନେଇ ତାଙ୍କୁ ଘେରିଛନ୍ତି ବିରୋଧୀ ।

୨୦୨୮ରେ ହେବାକୁ ଥିବା ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମଧ୍ୟ ଏହା ଆମେରିକାର ରାଜନୈତିକ ଦିଗ ନିର୍ଣ୍ଣୟରେ ଗୁରୁତ୍ୱ ବହନ କରିବ ।

ଏହି ପ୍ରସଙ୍ଗଗୁଡ଼ିକ ଭୋଟରଙ୍କ ମତାମତକୁ ପ୍ରଭାବିତ କରିପାରେ ।

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ଆପ୍ରୁଭାଲ୍ ରେଟିଂ ମଧ୍ୟ ହ୍ରାସ ପାଇଥିବା ରିପୋର୍ଟ ହୋଇଛି ।

ତେଣୁ ଏହି ନିର୍ବାଚନ ଫଳାଫଳ ତାଙ୍କ ଲୋକପ୍ରିୟତାର ଏକ ବଡ଼ ପରୀକ୍ଷା ହେବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।