Big Setback for Yash Toxic: ବଡ଼ ଷ୍ଟାରକାଷ୍ଟ୍ ବଡ଼ ବଜେଟ୍‌, ତଥାପି କାମ ଦେଲାନି; ମିଳିଲେନି ଦର୍ଶକ, ସପ୍ତାହରେ ଥିଏଟରରୁ ଗାଏବ!

Sep 12, 2026 - 14:34
Big Setback for Yash Toxic: ବଡ଼ ଷ୍ଟାରକାଷ୍ଟ୍ ବଡ଼ ବଜେଟ୍‌, ତଥାପି କାମ ଦେଲାନି; ମିଳିଲେନି ଦର୍ଶକ, ସପ୍ତାହରେ ଥିଏଟରରୁ ଗାଏବ!

କେଜିଏଫ୍ ଷ୍ଟାର ୟଶଙ୍କ ଫିଲ୍ମ ‘ଟକ୍ସିକ୍: ଏ ଫେୟାରି ଟେଲ୍ ଫର୍ ଗ୍ରୋନ୍-ଅପ୍ସ’ ରିଲିଜ୍ ପୂର୍ବରୁ ଖୁବ୍ ଚର୍ଚ୍ଚାରେ ଥିଲା। ବଡ଼ ବଜେଟ୍ ଓ ଷ୍ଟାରକାଷ୍ଟ୍ ପାଇଁ ଏହି ଫିଲ୍ମ ଉପରେ ଦର୍ଶକଙ୍କ ନଜର ରହିଥିଲା। କିନ୍ତୁ ରିଲିଜ୍ ପରେ ଫିଲ୍ମକୁ ମିଳିଛି ମିଶ୍ର ପ୍ରତିକ୍ରିୟା। ବକ୍ସ ଅଫିସରେ ମଧ୍ୟ ଆଶା ଅନୁସାରେ ପ୍ରଦର୍ଶନ କରିପାରିନାହିଁ।

୨୬ ଅଗଷ୍ଟରେ ରିଲିଜ୍ ହୋଇଥିବା ଏହି ଆକ୍ସନ୍ ଥ୍ରିଲରର ଇଂରାଜୀ ଭର୍ସନ୍ ୪ ସେପ୍ଟେମ୍ବରରେ ଭାରତୀୟ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା। ହେଲେ ଏହା ବକ୍ସ ଅଫିସରେ ଖୁବ୍ ନିରାଶାଜନକ ପ୍ରଦର୍ଶନ କରିଛି।

ଗୋଟିଏ ସପ୍ତାହରେ ମାତ୍ର ୩.୧୬ ଲକ୍ଷ ଆୟ

ରିପୋର୍ଟ ଅନୁସାରେ, ‘ଟକ୍ସିକ୍’ର ଇଂରାଜୀ ଭର୍ସନ୍ ରିଲିଜ୍ ହେବାର ମାତ୍ର ଗୋଟିଏ ସପ୍ତାହ ପରେ ଥିଏଟରରୁ ହଟାଇ ଦିଆଯାଇଛି। ଏହି ଭର୍ସନ୍ ପ୍ରଥମ ସପ୍ତାହରେ କେବଳ ୩.୧୬ ଲକ୍ଷ ଟଙ୍କା ଆୟ କରିଛି। ରିଲିଜ୍ ଦିନରେ ମୁମ୍ବାଇ, ବେଙ୍ଗାଲୁରୁ, ଗୁରୁଗ୍ରାମ ଓ ନୋଏଡାର ୧୧ଟି ଶୋ’ରୁ ଫିଲ୍ମ ୧.୩୮ ଲକ୍ଷ ଟଙ୍କା କମାଇଥିଲା। ଏହା ପରେ ଶନିବାର ୭୮,୭୭୪ ଟଙ୍କା ଏବଂ ରବିବାର ୭୦,୪୬୦ ଟଙ୍କା ଆୟ କରିଥିଲା।

କିନ୍ତୁ ସୋମବାର ପରଠାରୁ ଫିଲ୍ମର ଆୟରେ ବଡ଼ ହ୍ରାସ ଦେଖାଯାଇଥିଲା। ସୋମବାର ୧୫,୦୩୪ ଟଙ୍କା, ମଙ୍ଗଳବାର ୩,୧୨୫ ଟଙ୍କା, ବୁଧବାର ୫,୬୯୯ ଟଙ୍କା ଏବଂ ଗୁରୁବାର ୪,୬୫୫ ଟଙ୍କା ଆୟ କରିଥିଲା।

କନ୍ନଡ ଓ ଇଂରାଜୀରେ ଶୁଟ୍ ହୋଇଛି ଫିଲ୍ମ

‘ଟକ୍ସିକ୍’କୁ କନ୍ନଡ ଓ ଇଂରାଜୀ ଭାଷାରେ ଏକାସାଙ୍ଗରେ ଶୁଟ୍ କରାଯାଇଛି। ଏହାକୁ ହିନ୍ଦୀ, ତାମିଲ, ତେଲୁଗୁ ଓ ମଲୟାଳମରେ ଡବ୍ କରାଯାଇଛି। ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏକ ସାଇକୋଲଜିକାଲ୍ ଗ୍ୟାଙ୍ଗଷ୍ଟର ଆକ୍ସନ୍ ଥ୍ରିଲର। ଫିଲ୍ମରେ ୟଶଙ୍କ ସହ କିଆରା ଆଡଭାନୀ, ନୟନତାରା, ହୁମା କୁରେଶୀ, ତାରା ସୁତାରିଆ ଓ ରୁକ୍ମିଣୀ ବସନ୍ତ ଭଳି କଳାକାର ଅଭିନୟ କରିଛନ୍ତି।

ଭାରତରେ ୨୪୮ କୋଟି ପାର୍ କଲା କଲେକ୍ସନ୍

ଫିଲ୍ମରେ ୟଶ ଡବଲ୍ ରୋଲ୍‌ରେ ନଜର ଆସିଛନ୍ତି। ସେ ଏହି ଫିଲ୍ମର କୋ-ପ୍ରଡ୍ୟୁସର ମଧ୍ୟ ଅଛନ୍ତି। ଫିଲ୍ମର କାହାଣୀ ୟଶ ଓ ଗୀତୁ ମୋହନଦାସ ମିଶି ଲେଖିଛନ୍ତି। ସାକନିଲ୍କର ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଭାରତରେ ‘ଟକ୍ସିକ୍’ ଏପର୍ଯ୍ୟନ୍ତ ପ୍ରାୟ ୨୪୮.୫୦ କୋଟି ଟଙ୍କା ଆୟ କରିଛି। ସେହିପରି ବିଶ୍ୱବ୍ୟାପୀ ସଂଗ୍ରହ ପ୍ରାୟ ୩୪୦.୧୦ କୋଟି ଟଙ୍କା ରହିଛି।

ତେବେ ଇଂରାଜୀ ଭର୍ସନ୍‌ର ଏହି ଦୁର୍ବଳ ପ୍ରଦର୍ଶନ ୟଶଙ୍କ ଫିଲ୍ମ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।