Big UPI update: ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ, ଗେଜେଟ୍ ନୋଟିଫିକେସନ୍ ଜାରି

Sep 15, 2026 - 12:42
Big UPI update: ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ, ଗେଜେଟ୍ ନୋଟିଫିକେସନ୍ ଜାରି

୨ ହଜାର ଟଙ୍କା ପର୍ଯ୍ୟନ୍ତ UPI ପେମେଣ୍ଟ ଉପରେ ଲାଗିବନି କୌଣସି ଶୁଳ୍କ। ସରକାର UPI ଓ RuPay ଡେବିଟ୍ କାର୍ଡ ବ୍ୟବହାର ଉପରେ ଏହି ବଡ଼ ନିର୍ଦ୍ଦେଶ ଜାରି କରିଛନ୍ତି। UPI ମାଧ୍ୟମରେ ୨ ହଜାରରୁ କମ ମୂଲ୍ୟର ପେମେଣ୍ଟ ଉପରେ କୌଣସି ଶୁଳ୍କ ନିଆଯିବ ନାହିଁ। ଏ ନେଇ ଏକ ନୂତନ ସରକାରୀ ଗେଜେଟ୍  ବିଜ୍ଞପ୍ତି ପ୍ରକାଶ ପାଇଛି। UPI ଏବଂ RuPay ଡେବିଟ୍ କାର୍ଡ ବ୍ୟବହାର କରି କରାଯାଉଥିବା ଛୋଟ ପେମେଣ୍ଟ ସମ୍ପର୍କରେ କେନ୍ଦ୍ର ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ମନ୍ତ୍ରାଳୟ ଏ ସମ୍ପର୍କିତ ଏକ ବିଜ୍ଞପ୍ତି ଜାରି କରିଛି।

ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ଦ୍ୱାରା ଜାରି କରାଯାଇଥିବା ଗେଜେଟ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ବ୍ୟାଙ୍କ କିମ୍ବା ସେବା ପ୍ରଦାନକାରୀ ସଂସ୍ଥାମାନେ ୨ ହଜାର ପର୍ଯ୍ୟନ୍ତ UPI କାରବାର ପାଇଁ କୌଣସି ଶୁଳ୍କ ଆଦାୟ କରିବେ ନାହିଁ। ପ୍ରତ୍ୟକ୍ଷ ଭାବରେ କିମ୍ବା ପରୋକ୍ଷ ଭାବରେ ମଧ୍ୟ ଏହି ଅର୍ଥ ଆଦାୟ କରାଯିବ ନାହିଁ । ଏହା ଦ୍ବାରା ଛୋଟ ଦୋକାନୀ, ଗ୍ରୋସରୀ ଦୋକାନୀ, ରାସ୍ତା ବିକ୍ରେତା, ଛୋଟ ବ୍ୟବସାୟୀ ଏବଂ ଗ୍ରାହକମାନେ ସିଧାସଳଖ ଲାଭ ପାଇପାରିବେ । 

୨ ହଜାର ଟଙ୍କା ପର୍ଯ୍ୟନ୍ତ UPI ଦେଣନେଣ ଦେୟମୁକ୍ତ
୨ ହଜାର ଟଙ୍କା ଉପରେ କୌଣସି ଦେୟ ଲଗାଇ ପାରିବ ନାହିଁ
ବ୍ୟାଙ୍କ କିମ୍ବା ଅନ୍ୟ ଅର୍ଥ ନେଣଦେଣ ସଂସ୍ଥା ଦେୟ ଲଗାଇ ପାରିବେନି
କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ଗେଜେଟ୍ ନୋଟିଫିକେସନ୍
RuPay ଡେବିଟ୍ କାର୍ଡରେ ମଧ୍ୟ ୨ ହଜାର ପର୍ଯ୍ୟନ୍ତ ଦେଣନେଣ ଦେୟମୁକ୍ତ
ଅର୍ଥ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।