Midnight Blaze in Angul: ପେଟ୍ରୋଲ ଢାଳି ଦୋକାନରେ ନିଆଁ! ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

Sep 15, 2026 - 12:42
Midnight Blaze in Angul: ପେଟ୍ରୋଲ ଢାଳି ଦୋକାନରେ ନିଆଁ! ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଦୋକାନରେ ନିଆଁ ଲାଗି ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଅନୁଗୋଳ ସଦର ଥାନା ନୂଆମୌଜା ଅଞ୍ଚଳରେ ଏକ ରାସନ ଓ ଡାଇନାମା ଦୋକାନରେ ପେଟ୍ରୋଲ ଢାଳି  ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ଗୋଟିଏ କାର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଛି। ଜାତୀୟ ରାଜପଥ କଡ଼ରେ ଥିବା ଦୁଇଟି ଦୋକାନ ଏବଂ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି।

ଦୁଇ ଦୋକାନ କୁମୁଦ ନାଏକ ଏବଂ ସାଗର ପ୍ରଧାନଙ୍କର ବୋଲି ଜଣାପଡିଛି। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ କେବଳ ଦୋକାନ ଜଳି ନଷ୍ଟ ହୋଇନି ବରଂ ପାଖରେ ଥିବା ଏକ ଗ୍ୟାରେଜ ନିକଟରେ ଏକ କାର ଜଳିଯାଇଥିଲା। ଖବର ପାଇ ଅନୁଗୋଳ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲା। ଅଭିଯୋଗ ପରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।