Biju swabhiman Manch ବିଜୁ ସ୍ୱାଭିମାନ ମଞ୍ଚ ପକ୍ଷରୁ ପଞ୍ଚାୟତସ୍ତରୀୟ ବୈଠକ

Sep 01, 2026 - 17:33
Biju swabhiman Manch ବିଜୁ ସ୍ୱାଭିମାନ ମଞ୍ଚ ପକ୍ଷରୁ ପଞ୍ଚାୟତସ୍ତରୀୟ ବୈଠକ

"ଗୁଡାରି ( ମକରଧ୍ଵଜ କାଦମ୍ବାଲୁ ): ରାୟଗଡ଼ା ଜିଲ୍ଲା ଗୁଡ଼ାରି ବ୍ଲକ ଶିରିଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆଡ୍ଡା ଗ୍ରାମରେ ବିଜୁ ସ୍ୱାଭିମାନ ମଞ୍ଚ ପକ୍ଷରୁ ପଞ୍ଚାୟତସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଗୁଡ଼ାରି ବ୍ଲକର ୯ଟି ପଞ୍ଚାୟତରୁ ସ୍ୱାଭିମାନ ମଞ୍ଚରେ ସାମିଲ ଥିବା କର୍ମୀମାନେ ବୈଠକରେ ଯୋଗଦେଇଥିଲେ।

Advertisment Biju Swabhiman Manch: ଭବିଷ୍ୟତର କାର୍ଯ୍ୟପନ୍ଥା ନେଇ ପରଦା ଉଠାଇଲେ ଭାସ୍କର ରାଓ ବିଜୁ ସ୍ୱାଭିମାନ ମଞ୍ଚର ମୁଖିଆ ଏନ ଭାସ୍କର ରାଓଙ୍କ ନିର୍ଦ୍ଦେଶରେ ଗୁଡାରି ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ପତି କ୍ରାସ୍କା ଓ ବଳରାମ କାଦମ୍ବାଲୁଙ୍କ ତତ୍ତ୍ୱାବଧାନରେ ବୈଠକଟି ଆୟୋଜିତ ହୋଇଥିଲା।

ଆୟୋଜିତ କାର୍ଯ୍ୟକ୍ରମ ରେ ୯ ଗୋଟି ପଞ୍ଚାୟତ ର ଶତାଧିକ କର୍ମୀ ଯୋଗ ଦେଇଥିଲେ l Saina to Enter Politics: ଖେଳରୁ ରାଜନୀତିକୁ ଏଣ୍ଟ୍ରି କରିବେ ସାଇନା!

ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ବିଜୁ ସ୍ୱାଭିମାନ ମଞ୍ଚକୁ ତୃଣମୂଳସ୍ତରରେ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା।

ଆସନ୍ତା ପଞ୍ଚାୟତ ନିର୍ବାଚନରେ ବ୍ଲକର ସମସ୍ତ ପଞ୍ଚାୟତରେ ମଞ୍ଚ ପକ୍ଷରୁ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡସଭ୍ୟ ପ୍ରାର୍ଥୀ ଦିଆଯିବ ବୋଲି ଉପସ୍ଥିତ ନେତୃବୃନ୍ଦ କହିଥିଲେ।

ଏହି ଅବସରରେ ପ୍ରତ୍ୟେକ ପଞ୍ଚାୟତରୁ ଆସିଥିବା କର୍ମୀମାନେ ମଞ୍ଚର ସାଙ୍ଗଠନିକ ସ୍ଥିତି ଓ ଆଗାମୀ ରଣନୀତି ସମ୍ପର୍କରେ ନିଜ ନିଜର ମତ ରଖିଥିଲେ।

ପଦ୍ମପୁର ବ୍ଲକର ବରିଷ୍ଠ ନେତା କୈଳାସ କ୍ରାସ୍କା, ରଘୁନନ୍ଦନ ନାୟକ ଓ ସରପଞ୍ଚ ସୁବାଷ ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।