Job: ଆପଣ ଦଶମ ପାସ କରିଛନ୍ତି କି? ରେଳବାଇରେ ମିଳିପାରେ ନିଯୁକ୍ତି

Sep 01, 2026 - 17:33
Job: ଆପଣ ଦଶମ ପାସ କରିଛନ୍ତି କି? ରେଳବାଇରେ ମିଳିପାରେ ନିଯୁକ୍ତି

"ନୂଆଦିଲ୍ଲୀ: ରେଳବାଇରେ ଚାକିରିକରିବାକୁ ଇଚ୍ଛୁକ ୧୦ମ ଏବଂ ଆଇଟିଆଇ ପାସ୍ ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି।

ରେଳବାଇ ନିଯୁକ୍ତି ସେଲ୍ (RRC), ଦକ୍ଷିଣ ରେଳବାଇ (Southern Railway) ବିଭିନ୍ନ ଟ୍ରେଡ୍‌ରେ ୪,୪୭୧ଟି ଆପ୍ରେଣ୍ଟିସ୍ ପଦବୀ ପୂରଣ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି।

ମୋଟ ୪,୪୭୧ଟି ପଦବୀ ମଧ୍ୟରୁ ଫ୍ରେସର୍ କ୍ୟାଟେଗୋରୀ ଭାବେ ୧୭୭ଟି ପଦବୀ ଥିବାବେଳେ ଏକ୍ସ-ଆଇଟିଆଇ କ୍ୟାଟେଗୋରୀ ଭାବେ ୪,୩୦୮ଟି ପଦବୀ ରହିଛି |Advertisment ଆହୁରି ପଢନ୍ତୁ :Mamata Banerjee: ଜୀବନ ହାରିଲେ ମମତା ବାନାର୍ଜୀଙ୍କ ଝିଆରୀ: ଘରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଶିକ୍ଷାଗତ ଯୋଗ୍ୟତା:୧୦+୨ ଶିକ୍ଷା ବ୍ୟବସ୍ଥାରେ ନୂତନ ଭାବେ ଅତିକମରେ ୫୦% ମାର୍କ ସହ ୧୦ମ ପାସ୍ କରିଥିବା ଆବଶ୍ୟକ।

ମେଡିକାଲଲ୍ୟାବ ଟେକନିସିଆନ ପଦବୀ ପାଇଁ ଯୁକ୍ତ ଦୁଇରେ ଫିଜିକ୍ସ, କେମିଷ୍ଟ୍ରି ଓ ବାୟୋଲୋଜି ଥିବା ଜରୁରୀ।

ସେହିପରି ଏକ୍ସ-ଆଇଟିଆଇ କ୍ୟାଟେଗୋରୀରେ ୫୦% ମାର୍କ ସହ ୧୦ମ ପାସ୍ ଏବଂ ସମ୍ପୃକ୍ତ ଟ୍ରେଡ୍‌ରେ ଆଇଟିଆଇ ସାର୍ଟିଫିକେଟ୍ ଥିବା ଆବଶ୍ୟକ।

ତେବେ ଏସସି/ଏସଟି ପ୍ରାର୍ଥୀଙ୍କ ପାଇଁ ୧୦ମରେ ୫୦% ମାର୍କର ବାଧ୍ୟତାମୂଳକ ନିୟମ ଲାଗୁ ହେବ ନାହିଁ।

ଆହୁରି ପଢନ୍ତୁ :Jibanara Jalachhabi: "ନଈ ଆରପାରି" ଗୌରହରି ଦାସଙ୍କ ଜୀବନର ଜଳଛବିରେ ଏଥର...

ସେହିପରି ଫ୍ରେସରଙ୍କ ପାଇଁ ସର୍ବାଧିକ ବୟସ ସୀମା ୨୨ ବର୍ଷ ରଖାଯାଇଥିବାବେଳେ ଏବଂ ଏକ୍ସ-ଆଇଟିଆଇ ପ୍ରାର୍ଥୀଙ୍କ ପାଇଁ ୨୪ ବର୍ଷ।

ରଖାଯାଇଛି | ମିଳିଥିବା ସୂଚନା ମୁତାବକ ପ୍ରାର୍ଥୀଙ୍କର କୌଣସି ଲିଖିତ ପରୀକ୍ଷା ହେବ ନାହିଁ।

୧୦ମ ଏବଂଆଇଟିଆଇ ମାର୍କ ଆଧାରରେ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯାଇ ଚୟନ କରାଯିବ।

ଆହୁରି ପଢନ୍ତୁ :congress leader ajay rai:: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ ଷ୍ଟାଇପେଣ୍ଡ ଭାବେ ୧୦ମ ପାସ୍ ଫ୍ରେସରଙ୍କୁ ମାସକୁ ₹୮,୨୦୦/ ମିଳିବ | ସେହିପରି ଆଇଟିଆଇ ପ୍ରାର୍ଥୀଙ୍କୁ ମାସିକ  ₹୯,୬୦୦/ ମିଳିବ | ଆବେଦନ ପାଇଁ ଶେଷ ତାରିଖ ୨୭ ସେପ୍ଟେମ୍ବର, ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଥିବାବେଳେ ଇଚ୍ଛୁକ ପ୍ରାର୍ଥୀମାନେ ଦକ୍ଷିଣ ରେଳବାଇର ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ଅନଲାଇନ୍ ଆବେଦନ କରିପାରିବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।