Binika Firing Case: ବିନିକା ଗୁଳିମାଡ଼; ଖସିଗଲା ଗ୍ୟାଙ୍ଗ ଲିଡର! ମିଛ ଧରା ପକାଇଲା କାଉଣ୍ଟର FIR
ବିନିକା ଗୁଳିମାଡ଼ ଘଟଣାର ଗ୍ୟାଙ୍ଗ୍ ଲିଡର୍ କିଏ? ଏବେ ବି ମାଷ୍ଟର ମାଇଣ୍ଡ ଗିରଫ ହୋଇନଥିବା ଅଭିଯୋଗ। ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। କିନ୍ତୁ ଏବେ ବି ପୁରା ଘଟଣାର ମାଷ୍ଟର ମାଇଣ୍ଡକୁ ପୋଲିସ ଗିରଫ କରିନଥିବା ଚର୍ଚ୍ଚା ହେଉଛି। ରାମପୁର ଥାନାରେ ଦିଆଯାଇଥିବା କାଉଣ୍ଟର୍ FIR ସନ୍ଦେହ ବଢାଉଛି।
ପୁରା ଘଟଣାରେ ସ୍ଥାନୀୟ ଅଞ୍ଚଳର ଜଣାଶୁଣା ରାଜନେତାଙ୍କ ଭୂମିକାକୁ ନେଇ ଚର୍ଚ୍ଚା ହେଉଛି। ଗିରଫ କଫସିରଫ ମାଫିଆ ଟାଇଗର୍ ବାଗ ସହିତ ରାଜନେତାଙ୍କ ଅନ୍ତରଙ୍ଗ ଫଟୋ ସୋସିଆଲ ମିଡ଼ିଆରେ ଘୁରି ବୁଲିଛି। ଆଉ ଜଣେ ଗିରଫ ବ୍ୟକ୍ତି ଦୁର୍ବାସା ବେହେରା ମଧ୍ୟ ନେତାଙ୍କ ଖାସ ଲୋକ।
କିନ୍ତୁ ପୋଲିସ ଟାଇଗର୍ ବାଗକୁ ମୁଖ୍ୟ ଅଭିଯୁକ୍ତ ସଜେଇ ଗିରଫ କରିଥିବା ବେଳେ ମାଷ୍ଟରମାଇଣ୍ଡ ଖସି ଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ କାଉଣ୍ଟର୍ FIR ମିଛ ବୋଲି କହିବା ସହ ସିସିଟିଭି ପ୍ରମାଣ ଦେଇଛନ୍ତି ବ୍ଳକ ଅଧ୍ୟକ୍ଷାଙ୍କ ସ୍ୱାମୀ ଅଶୋକ ନନ୍ଦ। ମିଥ୍ୟା ଅଭିଯୋଗ କରାଯାଇଥିବାରୁ ମାନହାନୀ ଅଭିଯୋଗ କରିବେ ବୋଲି କହିଛନ୍ତି ବ୍ଳକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।