Bird: କିମାଶ୍ଚର୍ଯ୍ୟମ୍‌: ୩କୋଟି ୮୫ଲକ୍ଷ ଟଙ୍କିଆ ବାଜପକ୍ଷୀ

Sep 08, 2026 - 04:51
Bird: କିମାଶ୍ଚର୍ଯ୍ୟମ୍‌: ୩କୋଟି ୮୫ଲକ୍ଷ ଟଙ୍କିଆ ବାଜପକ୍ଷୀ

"ୟୁନାଇଟେଡ୍‌ ଆରବ ଏମିରେଟ୍‌ସ ବା "ୟୁଏଇ"ର ପ୍ରାଚୁର୍ଯ୍ୟପୂର୍ଣ୍ଣ ରାଜଧାନୀ ଆବୁଧାବିର କଥା ପଡ଼ିଲେ ଓଟ ଓ ଶିକାର କଥା ମନକୁ ଆସେ।

ତେବେ କୋଟିପତି ଶେଖମାନଙ୍କର ଏହି ସ୍ଥାନ ଏବେ ଚର୍ଚ୍ଚାରେ ଅଛି ଏକ ବାଜପକ୍ଷୀ ଛୁଆକୁ ନେଇ।

ନିକଟରେ ଏଠାରେ ଅନୁଷ୍ଠିତ "ଆବୁଧାବି ଇଣ୍ଟରନ୍ୟାସନାଲ ହଣ୍ଟିଂ ଆଣ୍ଡ୍‌ ଇକ୍ବେଷ୍ଟ୍ରିଆନ୍‌ ଏକ୍‌ଜିବିସନ" (ଆଦିହେକ୍ସ)ରେ ଏହି ବାଜପକ୍ଷୀଟି ୧୫ ଲକ୍ଷ ଦିର୍‌ହମ୍‌ ବା ଭାରତୀୟ ମୁଦ୍ରାରେ ପାଖାପାଖି ୩.୮୫ କୋଟି ଟଙ୍କାରେ ବିକ୍ରି ହୋଇଛି।

ସେଠାକାର ଜଣେ ବିତ୍ତଶାଳୀ ଶେଖ ନିଲାମରେ ଏହାକୁ କିଣି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। "ଆଦିହେକ୍ସ"ର ପଞ୍ଚମ ବାଜପକ୍ଷୀ ନିଲାମରେ ଆମେରିକାସ୍ଥିତ ମାର୍କ ମୋଗଲିକ୍‌ ଫାଲକନ୍‌ ଫାର୍ମ ଭାଗ ନେଇ ଧଳାରଙ୍ଗର ଏହି ବାଜଟିକୁ ରେକର୍ଡ ମୂଲ୍ୟରେ ବିକ୍ରି କରିଛି।Advertisment Horoscope 2026 September 08: ଜାଣନ୍ତୁ ଆଜିର ରାଶିଫଳ...

ପକ୍ଷୀଟିର ଓଜନ ପ୍ରାୟ ୧ କିଲୋଗ୍ରାମ ହୋଇଥିବା ବେଳେ ଏହାର ଲମ୍ବ ୧୬.୫ ଇଞ୍ଚ।

ଏହାର ନିଲାମ ବା ବିକ୍ରି ଅର୍ଥ ଅବିଶ୍ବସନୀୟ ହୋଇଥିଲେ ବି ୟୁଏଇ ଭଳି ଉପସାଗରୀୟ ଦେଶଗୁଡ଼ିକରେ ଏହାର ଚାହିଦା କାହିଁରେ କ"ଣ।

ସେଠାରେ ବାଜପକ୍ଷୀକୁ ଶିକାରରେ ବ୍ୟବହାର କରାଯାଏ।

ତେଣୁ ପକ୍ଷୀର ଆକାର, ବେଗ ଓ ଶିକାର କରିବାର ଦକ୍ଷତା ଉପରେ ସବୁବେଳେ ଗୁରୁତ୍ବ ଦିଆଯାଏ ଏବଂ ମୋଟା ଅର୍ଥରେ ସେଗୁଡ଼ିକ ବିକ୍ରି ହୋଇଥାଏ।

ଆମୋଦ ଓ ବିଳାସପ୍ରିୟ କୋଟିପତି ଶେଖମାନେ ସଉକରେ ଏଗୁଡ଼ିକୁ ପୋଷି ଶିକାରରେ ଲଗାଇଥାନ୍ତି।

ଶହ ଶହ ବର୍ଷ ଧରି ସେଠାରେ ଏଭଳି ପରମ୍ପରା ଚାଲି ଆସୁଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ପକ୍ଷୀ ପ୍ରଜନନ ଫାର୍ମଗୁଡ଼ିକ ଭଲ ପ୍ରଜାତିର ବାଜ ଉତ୍ପାଦନ କରି ମୋଟା ଅର୍ଥରେ ସେଗୁଡ଼ିକ ଯୋଗାଇଥାନ୍ତି।

ଏହି ଦୌଡ଼ରେ ଆମେରିକା ଓ ୟୁରୋପର ବ୍ରିଡିଂ ଫାର୍ମଗୁଡ଼ିକ ଆଗରେ ଅଛନ୍ତି।

ତେବେ ଗୋଟିଏ ପକ୍ଷୀର ଦାମ୍‌ ଯେ ୩.୮୫ କୋଟି ଟଙ୍କା ହୋଇପାରେ, ତାହା ସମସ୍ତଙ୍କ କଳ୍ପନାର ବାହାରେ।

Health: ଉପଖଣ୍ଡ ଚିକିତ୍ସାଳୟରେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ଗୁରୁତର ଶିଶୁ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।