railway line: ଖଡ଼ଗପୁର–ଝାରସୁଗୁଡ଼ା ଚତୁର୍ଥ ରେଳ ଲାଇନ୍‌ ମଞ୍ଜୁର

Sep 09, 2026 - 16:55
railway line: ଖଡ଼ଗପୁର–ଝାରସୁଗୁଡ଼ା ଚତୁର୍ଥ ରେଳ ଲାଇନ୍‌ ମଞ୍ଜୁର

"ନୂଆଦିଲ୍ଲୀ: ଖଡ଼ଗପୁର–ଝାରସୁଗୁଡ଼ା (ବାଗଡ଼େହି) ଚତୁର୍ଥ ରେଳଲାଇନ୍‌ ସମେତ ରେଳ ମନ୍ତ୍ରଣାଳୟର ୩ଟି ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ଆଜି ମଞ୍ଜୁର କରିଛି।

ଏହି ୩ ପ୍ରକଳ୍ପ ପାଇଁ ମୋଟ ୧୦,୭୮୩ କୋଟି ଟଙ୍କା ଖର୍ଚ୍ଚ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟିବୈଠକରେ ଏହି ପ୍ରକଳ୍ପଗୁଡ଼ିକ ମଞ୍ଜୁର ହୋଇଛି।

୨୦୨୯-୩୦ ସୁଦ୍ଧା ପ୍ରକଳ୍ପଗୁଡ଼ିକୁ ଶେଷ କରିବା ଲକ୍ଷ୍ୟ ରହିଛି।

ଖଡ଼ଗପୁର–ଝାରସୁଗୁଡ଼ା (ବାଗଡ଼େହି) ଚତୁର୍ଥ ରେଳଲାଇନ୍‌ ଫଳରେ ମାଲ ପରିବହନରେ ଦକ୍ଷତା ବଢ଼ିବ ଓ ଶିଳ୍ପଗୁଡ଼ିକ ପାଇଁ ଲଜିଷ୍ଟିକ୍ସ ଖର୍ଚ୍ଚ କମିବାର ସୁଯୋଗ ସୃଷ୍ଟି ହେବ।Advertisment ଆହୁରି ପଢନ୍ତୁ :US Open Champion: ୟୁଏସ୍‌ ଓପନ୍‌: ବିଜେତା ଆଲ୍‌କାରାଜ ବିଦା...

୩ ପ୍ରକଳ୍ପରେ ୬୫୬ କିମି ନୂଆ ରେଳ ଲାଇନ୍‌ ଯୋଡ଼ିହେବ।

କଟନୀ–ପେଣ୍ଡ୍ରା ରୋଡ୍‌ ଚତୁର୍ଥ ଲାଇନ୍‌ ଓ ବିଳାସପୁର (ଉସଲାପୁର)–ପେଣ୍ଡ୍ରା ରୋଡ୍‌ ତୃତୀୟ ରେଳଲାଇନ୍‌ ମଧ୍ୟ ମଞ୍ଜୁର ହୋଇଛି।

ଏହି ପ୍ରକଳ୍ପଗୁଡ଼ିକ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ୧୪ଟି ଜିଲ୍ଲା ଦେଇ ଯିବ।

ଏହା ଦ୍ୱାରା ଭାରତୀୟ ରେଳ ନେଟୱର୍କ ପ୍ରାୟ ୬୫୬ କିମି ଲାଇନ ବଢ଼ିବ।

ପ୍ରକଳ୍ପଗୁଡ଼ିକ ଦ୍ୱାରା ପ୍ରାୟ ୪,୭୯୦ଟି ଗାଁ ରେଳ ଯୋଗାଯୋଗରେ ଅଧିକ ସୁବିଧା ପାଇବ।

ଏହି ଗାଁଗୁଡ଼ିକରେ ପ୍ରାୟ ୫୬ ଲକ୍ଷ ଲୋକ ବସବାସ କରୁଛନ୍ତି।

ଆହୁରି ପଢନ୍ତୁ :New MMDR Act ନୂଆ ଏମ୍‌ଏମ୍‌ଡିଆର୍‌ ଆଇନ ବିରୋଧରେ ବାମପନ୍ଥୀ ସଂଗଠନ ସମୂହର ବିକ୍ଷୋଭ ରେଳ କ୍ଷମତା ବଢ଼ିବା ଫଳରେ ତାରାତାରିଣୀ ମନ୍ଦିର, ଝାରସୁଗୁଡ଼ା ନିକଟସ୍ଥ ପ୍ରାଚୀନ ଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯୋଗାଯୋଗ ଉନ୍ନତ ହେବ।

ଏହା ସହିତ ମଧ୍ୟପ୍ରଦେଶ ଓ ଛତିଶଗଡ଼ର ବାନ୍ଧବଗଡ଼ ଟାଇଗର ରିଜର୍ଭ, ଅମରକଣ୍ଟକ, ଅଚାନକମାର ଟାଇଗର ରିଜର୍ଭ, ରତନପୁର ମହାମାୟା ମନ୍ଦିର ଆଦି ସ୍ଥାନକୁ ମଧ୍ୟ ଯୋଗାଯୋଗ ସୁବିଧା ବଢ଼ିବ।

ଆହୁରି ପଢନ୍ତୁ :Vande Mataram Row: "ବନ୍ଦେ ମାତରମ୍‌" ସମ୍ପୂର୍ଣ୍ଣ ଗାନ ବେଳେ ଛିଡ଼ା ହୋଇ ରହିଲେ ଓମର ଅବଦୁଲ୍ଲା, କଂଗ୍ରେସ ପକ୍ଷରୁ ଆପତ୍ତି ସରକାରଙ୍କ ଆକଳନ ଅନୁଯାୟୀ, ଏହି ପ୍ରକଳ୍ପଗୁଡ଼ିକ ଫଳରେ ବାର୍ଷିକ ପ୍ରାୟ ୨୭ ନିୟୁତ ଟନ୍‌ ଅତିରିକ୍ତ ମାଲ ପରିବହନ ସମ୍ଭବ ହେବ।

ରେଳ ପରିବହନ ଅଧିକ ହେବାରୁ ପ୍ରାୟ ୧୨ କୋଟି ଲିଟର ତେଲ ଆମଦାନି କମିବା ଏବଂ ପ୍ରାୟ ୬୨ କୋଟି କିଲୋଗ୍ରାମ୍‌ ସିଓ୨ ନିର୍ଗମନ ହ୍ରାସ ପାଇବ ବୋଲି ସରକାର କହିଛି।

ପ୍ରକଳ୍ପଗୁଡ଼ିକୁ ପିଏମ୍‌ ଗତିଶକ୍ତି ନ୍ୟାସନାଲ୍‌ ମାଷ୍ଟର ପ୍ଲାନ୍‌ ଅନୁସାରେ ଯୋଜନା କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।