BJD and ABVP Students Face Off: ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଧସ୍ତାଧସ୍ତି, ବଲାଙ୍ଗିରରେ ଉତ୍ତେଜନା
ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍ତେଜନା। ବଲାଙ୍ଗିର ପୁଇଁତଳାର ଏକ ସରକାରୀ କଲେଜରେ ଛାତ୍ରମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି।
ଅଣଛାତ୍ରଙ୍କ କ୍ୟାମ୍ପସ ପ୍ରବେଶକୁ ନେଇ ଏହି ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଜଣାପଡ଼ିଛି। ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପସରେ ରାଜନୈତିକ ତତ୍ପରତା ବଢ଼ିଥିବା ବେଳେ ଅଣଛାତ୍ରଙ୍କ ପ୍ରବେଶକୁ କିଛି ଛାତ୍ର ବିରୋଧ କରିଥିଲେ।
ଏହାକୁ ନେଇ କ୍ୟାମ୍ପସରେ ବିଜେଡି ଓ ABVP ସମର୍ଥିତ ଛାତ୍ରଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ଓ ପରେ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି। ଘଟଣାକୁ ନେଇ କିଛି ସମୟ ପାଇଁ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ କ୍ୟାମ୍ପସରେ ଏଭଳି ଘଟଣାକୁ ନେଇ ଚିନ୍ତା ବଢ଼ିଛି। ତେବେ ଘଟଣା ପରେ ପରିସ୍ଥିତି କଣ ରହିଛି ଏବଂ ଏନେଇ କଲେଜ କର୍ତ୍ତୃପକ୍ଷ କିମ୍ବା ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇଛି କି ନାହିଁ, ସେନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।