Dog Grabs Meat: ଦୋକାନୀ ହାତରୁ ମାଂସ ଛଡ଼ାଇନେଲା କୁକୁର !
"ଗ୍ରାହକଙ୍କ ସୁସ୍ୱାଦୁ ଶ୍ୱରମା ରୋଲ୍ ରନ୍ଧା ହେବା ପାଇଁ ଟଙ୍ଗା ହୋଇଥିଲା ମାଂସ ।
ହେଲେ ମଣିଷ ଖାଇବ କଣ ଏଠି ଆଖି ପିଛୁଳାକେ ମାଂସ ଝାମ୍ପିନେଲା ବୁଲା କୁକୁର ।
ଦୋକାନୀ ଆସିବା ପୂର୍ବରୁ ମାଂସ ଧରି ଚମ୍ପଟ ମାରିଲା କୁକୁର ।
ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଷ୍ଟ୍ରିଟ୍ ଫୁଡ୍ର ଚାହିଦା ଆଜିକାଲି ବେଶ୍ ବଢ଼ିଛି ।
ସନ୍ଧ୍ୟା ହେଲେ ସାଙ୍ଗସାଥୀଙ୍କ ସହ ବାହାରକୁ ଯାଇ ମନପସନ୍ଦର ଖାଦ୍ୟ ଖାଇବାକୁ ଅନେକ ପସନ୍ଦ କରନ୍ତି।
ବିଶେଷ କରି ଆମିଷ ଉପରେ ସମସ୍ତଙ୍କର ଟାର୍ଗେଟ ।
ଚିକେନ୍, ମଟନ ଉପରେ ନାନାଦି ଆଇଟମ୍ ଖାଇବାକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି ।
ଆଉ ଚିକେନ ରୋଲ୍ ତ ସମସ୍ତଙ୍କ ପସନ୍ଦ ।
ମନେ କରନ୍ତୁ ଆପଣ ଗୋଟିଏ ରୋଲ୍ ଅର୍ଡର କରିଥିବେ, କିନ୍ତୁ ହଠାତ ଆପଣଙ୍କ ଆଖି ସାମ୍ନାରୁ କୁକୁର ଚିକେନ୍ ଭିଡ଼ି କରି ନେଇଯିବ ।
ସେତେ ବେଳେ ଆପଣ କଣ କରିବେ ।
କିଛି ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।