BJD Demands ରାନ୍ଦିଆରୁ ବନ୍ଦାଳ–ମଢିଆଳି ରାସ୍ତା ମରାମତି ଦାବିରେ ଦାବିପତ୍ର

Aug 19, 2026 - 19:58
BJD Demands  ରାନ୍ଦିଆରୁ ବନ୍ଦାଳ–ମଢିଆଳି ରାସ୍ତା ମରାମତି ଦାବିରେ ଦାବିପତ୍ର

"ଭଦ୍ରକ:  ଭଦ୍ରକର  ରାନ୍ଦିଆ ବେଦାନ୍ତ (ଫେକର) ଠାରୁ  ଭଣ୍ଡାରୀପୋଖରୀ  ବ୍ଲକର  ବନ୍ଦାଳ–ମଢିଆଳି ଭାୟା କେନ୍ଦୁଆପଦା–ମଞ୍ଜୁରୀରୋଡ଼ ପୂର୍ତ୍ତ ବିଭାଗ ରାସ୍ତାର ତୁରନ୍ତ ମରାମତି ଦାବିରେ ବନ୍ତ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଭଦ୍ରକ ଜିଲ୍ଲାପାଳ ସୋମେଶ  କୁମାର ଉପାଧ୍ୟାୟଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Advertisment Neglect: ଦୁଃଖ କେହି ଶୁଣିଲେଣି; ଶ୍ରମଦାନ କରି ରାସ୍ତା ମରାମତି କଲେ ଗ୍ରାମବାସୀ!

ଆଜି (ବୁଧବାର) ସନ୍ଧ୍ୟାରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ନେତୃତ୍ୱରେ ବିଜେଡିର ଶତାଧିକ  ଦଳୀୟ କର୍ମୀ ଓ ନେତା ଜିଲ୍ଲାପାଳଙ୍କୁ ଭେଟିଥିଲେ।

ଉକ୍ତ ରାସ୍ତାର ବର୍ତ୍ତମାନର ଦୁରବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ।

ଜନସାଧାରଣଙ୍କ ସୁରକ୍ଷିତ ଓ ସୁଗମ ଯାତାୟାତ ପାଇଁ ତୁରନ୍ତ ମରାମତି କାର୍ଯ୍ୟ କରାଯିବାକୁ ଦାବି କରିଥିଲେ ।

ଏହି ରାସ୍ତା ଉପରେ  ୨୫୦ ରୁ ଅଧିକ  ଗ୍ରାମର ଲୋକେ ଦୈନନ୍ଦିନ ଯାତାୟାତ ପାଇଁ ନିର୍ଭର କରୁଥିବାରୁ ରାସ୍ତାର ମରାମତିକୁ ପ୍ରାଥମିକତା ଦେଇ ଶୀଘ୍ର ପଦକ୍ଷେପ ନେବାକୁ ପ୍ରତିନିଧିମଣ୍ଡଳୀ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି ରଖିଥିଲେ।

Demands: ରାସ୍ତା ମରାମତି ଦାବି ନେଇ ରାଜରାସ୍ତାକୁ ଉହ୍ଲାଇବା ପାଇଁ ଚେତାବନୀ ଦାବିପତ୍ର ପ୍ରଦାନ ସମୟରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ବିଜେଡ଼ିର  ବରିଷ୍ଠ ନେତା ପ୍ରଶାନ୍ତ ଦାସ, ବିଧାୟକ ପ୍ରତିନିଧି ଲାଲା ସ୍ୱାଇଁ, ବନ୍ତ ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ବିଜେଡି ବନ୍ତ  ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଚିନ୍ମୟ ଦାସ, ଯୁବନେତା ବିପିନ ବିହାରୀ ନାୟକ ଓ ଅକ୍ଷୟ ଦାସଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।