BJD Holds Major Meeting At Sankha Bhawan: ଶଙ୍ଖ ଭବନରେ ବିଜୁ ଜନତା ଦଳର ବଡ଼ ବୈଠକ
ଶଙ୍ଖ ଭବନରେ ବିଜେଡିର ବୈଠକ। ଶଙ୍ଖ ଭବନରେ ବିଜୁ ଜନତା ଦଳର ବଡ଼ ବୈଠକ ବସିବ। ବିଜେଡିର ଜଣକ ପରେ ଜଣେ ନେତା ଆସି ପହଞ୍ଚୁଛନ୍ତି। ବରିଷ୍ଠ ବିଜେଡି ନେତା ସୁଲତା ଦେଓ, ଟୁକୁନି ସାହୁ, ଚନ୍ଦ୍ରଶେଖର ସାହୁ ଓ ସ୍ନେହାଙ୍ଗିନୀ ଛୁରିଆ, ପଦ୍ମନାଭ ବେହେରା, ବିଧାୟକ ଧ୍ରୁବ ସାହୁ ଆସି ପହଞ୍ଚିଛନ୍ତି।
ଆଜି ଦଳର ସଭାପତି ଆମକୁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ପାଇଁ ଡାକିଛନ୍ତି ବୋଲି କହିଛନ୍ତି ବିଜେଡି ନେତା ପଦ୍ମନାଭ ବେହେରା।ବିଜେଡିରେ ଆଜି ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା ଲାଗି ରହିଛି। ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ନବୀନ ପଟ୍ଟନାୟକ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।