BJD in High Court Over Alleged Cross-Voting: ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ; ହାଇକୋର୍ଟ ଗଲା ବିଜୁ ଜନତା ଦଳ

Sep 11, 2026 - 13:44
BJD in High Court Over Alleged Cross-Voting: ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ; ହାଇକୋର୍ଟ ଗଲା ବିଜୁ ଜନତା ଦଳ

ହାଇକୋର୍ଟ ଗଲା ବିଜେଡି। ବାଚସ୍ପତିଙ୍କୁ ପକ୍ଷଭୁକ୍ତ କରି ବିଜେଡି ରିଟ ପିଟିସନ (ସିଭିଲ) ଦାଖଲ କରିଛି । ରାଜ୍ୟସଭା ନିର୍ବାଚନରେ ୮ ସଦସ୍ୟ ଦଳର ନିଷ୍ପତ୍ତି ବିରୋଧରେ ଭୋଟ ଦେଇଥିଲେ। ତେଣୁ ସଦସ୍ୟତା ରଦ୍ଦ ପାଇଁ ପୂର୍ବରୁ ବାଚସ୍ପତିଙ୍କ ନିକଟରେ ଦଳ ପିଟିସନ ଦାଖଲ କରିଥିଲା । ହେଲେ ଟେକ୍ନିକାଲ ଗ୍ରାଉଣ୍ଡରେ ବାଚସ୍ପତି ପିଟିସନକୁ ଖାରଜ କରିଥିଲେ । ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ବିଜେଡି ପିଟିସନ ଦାଖଲ କରିଛି ।

ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବାଚସ୍ପତି ଏକତରଫା ଭାବରେ ନିଷ୍ପତ୍ତି ନେଲେ,  ଆମକୁ ଆମର ମତ ରଖିବାକୁ ସୁଯୋଗ ଦେଲେନି। ସେ ନିଷ୍ପତ୍ତି ବିରୁଦ୍ଧରେ ଆମେ ହାଇକୋର୍ଟ ଯାଇଛୁ | ହାଇକୋର୍ଟ ଯାହା ବିଚାର କରିବେ |

ସେପଟେ ବିଜେପି କହିଛି, ବିଜେଡିର ବିଧାୟକମାନେ ରାଜ୍ୟସଭାରେ ଜଣେ ପ୍ରାର୍ଥୀଙ୍କୁ ସମର୍ଥନ ଦେଲେ । ନେତାଙ୍କ ମତ ନନେଇ ବିଜେଡ଼ି ସଭାପତି ପ୍ରାର୍ଥୀ କଲେ, ତେଣୁ ବିଧାୟକମାନେ ତାଙ୍କ ସହିତ ରହିଲେ ନାହିଁ । ବାଚସ୍ପତି ସେମାନଙ୍କ ଆବେଦନକୁ ଖାରଜ କଲେ । ଆଇନର ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ଅଛି । ରାଜ୍ୟସଭା ପାଇଁ ବିବେକାନୁମୋଦିତ ଭୋଟ ହୁଏ । ହ୍ୱିପ ଲାଗୁ ହୁଏ ନାହିଁ ।.... 

ହାଇକୋର୍ଟ ଗଲା ବିଜେଡି

ସୂଚନା ଦେଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ 
ବାଚସ୍ପତିଙ୍କୁ ପକ୍ଷଭୁକ୍ତ କରି ବିଜେଡିର ରିଟ୍  ପିଟିସନ(ସିଭିଲ୍) ଦାଖଲ 
ଦଳୀୟ ନିଷ୍ପତ୍ତି ବିରୋଧରେ ୮ ସଦସ୍ୟ ଭୋଟ୍  ଦେଇଥିବାରୁ ପିଟିସନ 
ସଦସ୍ୟତା ରଦ୍ଦ ପାଇଁ ପୂର୍ବରୁ ବାଚସ୍ପତିଙ୍କ ନିକଟରେ ପିଟିସନ ହୋଇଥିଲା 
ଟେକ୍ନିକାଲ୍  ଗ୍ରାଉଣ୍ଡରେ ପିଟିସନକୁ ଖାରଜ କରିଥିଲେ ବାଚସ୍ପତି 
ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ବିଜେଡିର ପିଟିସନ 
ହୁଇପ୍  କାମ କରେ କି ନାହିଁ ହାଇକୋର୍ଟ ବିଚାର କରିବେ: ପ୍ରମିଳା 
'ବାଚସ୍ପତି ଏକତରଫା ନିଷ୍ପତି ନେଲେ, ଆମକୁ ମତ ରଖିବାକୁ ସୁଯୋଗ ଦେଲେନି' 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।