Bigg Boss 20 First Captain: ‘ବିଗ୍ ବସ୍ ୨୦’ରେ ୟଙ୍ଗ୍ DSAଙ୍କ ଦବଦବା, କ୍ୟାପଟେନ୍ ହେଉ ହେଉ କନିକାଙ୍କୁ ଝଟ୍‌କା

Sep 11, 2026 - 15:10
Bigg Boss 20 First Captain: ‘ବିଗ୍ ବସ୍ ୨୦’ରେ ୟଙ୍ଗ୍ DSAଙ୍କ ଦବଦବା, କ୍ୟାପଟେନ୍ ହେଉ ହେଉ କନିକାଙ୍କୁ ଝଟ୍‌କା

‘ବିଗ୍ ବସ୍ ୨୦’ ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ହେଲେ ଏହାରି ଭିତରେ ଘର ଭିତରେ ଆରମ୍ଭ ହୋଇଗଲାଣି ଗ୍ରୁପ୍‌ବାଜି, ପସନ୍ଦ-ନାପସନ୍ଦ ଓ ରଣନୀତିର ଖେଳ। ଏବେ ସମସ୍ତଙ୍କ ନଜର ପ୍ରଥମ କ୍ୟାପଟେନ୍ସି ଉପରେ। ଆଉ ଏହି ବାଜି ଜିତି ଘରର ପ୍ରଥମ କ୍ୟାପଟେନ୍ ହୋଇଛନ୍ତି ସିଙ୍ଗର୍ ୟଙ୍ଗ୍ DSA।

ପ୍ରଥମ କ୍ୟାପଟେନ୍ସି ବାଜି ଜିତିଲେ ୟଙ୍ଗ୍ DSA

ପ୍ରଥମ ସପ୍ତାହର କ୍ୟାପଟେନ୍ସି ଟାସ୍କରେ ୟଙ୍ଗ୍ DSA, ଗୁଲ୍ଲୁ ଓ ଆସିଫ୍‌ଙ୍କ ମଧ୍ୟରେ ଜୋରଦାର ମୁକାବିଲା ହୋଇଥିଲା। ଘରର ଅନ୍ୟ ସଦସ୍ୟମାନେ ନିଜ ପସନ୍ଦର ଦାବିଦାରଙ୍କୁ ସମର୍ଥନ କରିଥିଲେ।

ଟାସ୍କ ପୂର୍ବରୁ ହୋଇଥିବା ପପ୍‌କର୍ଣ୍ଣ ଟାସ୍କରେ ମଧ୍ୟ ୟଙ୍ଗ୍ DSAଙ୍କୁ ଅନେକ ପ୍ରତିଯୋଗୀଙ୍କ ସମର୍ଥନ ମିଳିଥିଲା। କାଜି, ସ୍କାଉଟ୍‌ ଓ ଅର୍ଶିଫାଙ୍କ ସମେତ ଅନେକ ତାଙ୍କ ପକ୍ଷରେ ନଜର ଆସିଥିଲେ। ଏହି ସମର୍ଥନ ଶେଷରେ ତାଙ୍କୁ କ୍ୟାପଟେନ୍‌ର ତାଜ୍ ପିନ୍ଧାଇଛି।

କ୍ୟାପଟେନ୍ ହେଉ ହେଉ କନିକାଙ୍କୁ ବଡ଼ ଝଟ୍‌କା

ୟଙ୍ଗ୍ DSA କ୍ୟାପଟେନ୍ ହେବା ପରେ ତାଙ୍କ ପ୍ରଥମ ବଡ଼ ନିଷ୍ପତ୍ତିର ପ୍ରଭାବ ପଡ଼ିଛି ଅଭିନେତ୍ରୀ କନିକା ମାନ୍‌ଙ୍କ ଉପରେ। ଏହି ସିଜନ୍‌ରେ ପ୍ରତିଯୋଗୀମାନଙ୍କୁ ଦୁଇଟି ଲାଇଫ୍‌ଲାଇନ୍ ଦିଆଯାଇଛି। କ୍ୟାପଟେନ୍ସି ଟାସ୍କ ପୂର୍ବରୁ ତିନି ଦାବିଦାରଙ୍କୁ ପଚରାଯାଇଥିଲା କ୍ୟାପଟେନ୍ ହେଲେ କାହାର ଲାଇଫ୍‌ଲାଇନ୍ ଶେଷ କରିବାକୁ ଚାହିଁବେ?

ଗୁଲ୍ଲୁ ଉଦିତି ସିଂହଙ୍କ ନାଁ ନେଇଥିବା ବେଳେ ଆସିଫ୍ ଅର୍ଶିଫା ଖାନ୍‌ଙ୍କୁ ବାଛିଥିଲେ। ହେଲେ ୟଙ୍ଗ୍ DSAଙ୍କ ଟାର୍ଗେଟ୍‌ରେ ଥିଲେ କନିକା ମାନ୍‌। ଏବେ ସେ କ୍ୟାପଟେନ୍ ହେବା ପରେ କନିକାଙ୍କ ଗୋଟିଏ ଲାଇଫ୍‌ଲାଇନ୍ ଶେଷ ହୋଇଯାଇଛି।

ପୂର୍ବରୁ ନୋମିନେଟ୍, ଏବେ ଲାଇଫ୍‌ଲାଇନ୍‌ ବି ଶେଷ

କନିକା ମାନ୍‌ ଏହି ସପ୍ତାହ ପାଇଁ ପୂର୍ବରୁ ହିଁ ନୋମିନେଟ୍ ହୋଇଛନ୍ତି। ଏବେ ତାଙ୍କ ଗୋଟିଏ ଲାଇଫ୍‌ଲାଇନ୍ ମଧ୍ୟ ଶେଷ ହୋଇଥିବାରୁ ତାଙ୍କ ପାଇଁ ଏହି ସପ୍ତାହ ଆହୁରି କଷ୍ଟକର ହୋଇପାରେ।

କ୍ୟାପଟେନ୍‌ଙ୍କ ଏହି ନିଷ୍ପତ୍ତି ଆଗାମୀ ଦିନରେ ୟଙ୍ଗ୍ DSA ଓ କନିକାଙ୍କ ମଧ୍ୟରେ ସମ୍ପର୍କକୁ କେଉଁ ଦିଗକୁ ନେଉଛି, ତାହା ମଧ୍ୟ ଦେଖିବାକୁ ରୋଚକ ହେବ।

ଏଲିମିନେସନ୍‌ ତାଲିକାରେ କିଏ କିଏ?

ଚଳିତ ସପ୍ତାହରେ କନିକା ମାନ୍‌ଙ୍କ ବ୍ୟତୀତ ଲଭ୍ ଗିଲ୍‌, ଉଦିତି ସିଂହ ଓ ଅର୍ଶିଫା ଖାନ୍‌ ମଧ୍ୟ ନୋମିନେଟ୍ ହୋଇଛନ୍ତି। ଏବେ ଦର୍ଶକଙ୍କ ଭୋଟ୍‌ କାହାକୁ ବଞ୍ଚାଉଛି ଏବଂ କିଏ ‘ବିଗ୍ ବସ୍ ୨୦’ର ପ୍ରଥମ ଏଲିମିନେସନ୍‌ର ଶିକାର ହେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର।

ସେପଟେ ପ୍ରଥମ କ୍ୟାପଟେନ୍ ଭାବେ ୟଙ୍ଗ୍ DSAଙ୍କ ରଣନୀତି ଆଗକୁ ଘର ଭିତରେ କେତେ ନୂଆ ବିବାଦ ଓ ନୂଆ ସମୀକରଣ ସୃଷ୍ଟି କରୁଛି, ତାହା ହିଁ ଏବେ ଦେଖିବାର ବିଷୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।