BJD Protest Ends After SP Assures Arrest of Attackers Within 48 Hours
#ଧାରଣାରୁ_ହଟିଲେ_ବିଜେଡି_ନେତା_କର୍ମୀ
ଯାଜପୁର ଏସପି ଅଫିସ ଆଗରୁ ହଟିଲା ବିଜେଡି ନେତା ଓ କର୍ମୀଙ୍କ ଧାରଣା। ୪୮ ଘଣ୍ଟା ଭିତରେ ଆକ୍ରମଣକାରୀଙ୍କୁ ଗିରଫ ପାଇଁ ଏସପିଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ବିଜେଡି ନେତା ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି। ଧର୍ମଶାଳାରେ ଆଜି ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ହମଲା ପରେ ଏସପି ଅଫିସ ଆଗରେ ଏକାଠି ହୋଇଥିଲେ ଯାଜପୁରର ସମସ୍ତ ବିଜେଡି ନେତା। ଆକ୍ରମଣକାରୀଙ୍କୁ ତୁରନ୍ତ କରିବା ଦାବିରେ ସେମାନେ ଧାରଣା ଦେଇଥିଲେ। ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ପ୍ରଣବଙ୍କ ଗାଡି ଉପରେ ଢେଲାମାଡ଼ ହୋଇଥିଲା। ପ୍ରଣବ ଅଭିଯୋଗ କରିଛନ୍ତି, ଜନ ସମ୍ପର୍କ ପଦଯାତ୍ରାରେ ସେମାନେ ଗଡମଧୁପୁରରେ ବୈଠକ ସାରି ଫେରିବା ବେଳେ ୪୦ରୁ ୫୦ ଜଣ ସଶସ୍ତ୍ର ବ୍ୟକ୍ତି ତାଙ୍କ ଉପରେ ହଠାତ୍ ଆକ୍ରମଣ କରିଥିଲେ। ସେମାନଙ୍କ ହାତରେ ଖଣ୍ଡା, କୁରାଢୀ ଏବଂ ଅନ୍ୟ ମାରଣାସ୍ତ୍ର ଥିଲା। ଆକ୍ରମଣକାରୀ ସେମାନଙ୍କ ତିନିଟି ଗାଡିକୁ ଟେକା-ପଥର ମାରି ଭାଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ପ୍ରଣବ। ଘଟଣା ପଛରେ ବିଜେପି କର୍ମୀ ଥିବା ଅଭିଯୋଗ କରିଛନ୍ତି ପ୍ରଣବ। ସେପଟେ ବିଜେପି କହିଛି, ଆମକୁ ଦୋଷ ଦେବା ବିଜେଡିର ଅଭ୍ୟାସ ହୋଇଗଲାଣି। ଆମ ସଙ୍ଗଠନ ମଜଭୁତ ହେଉଥିବାରୁ ସେମାନେ ବ୍ୟସ୍ତବିବ୍ରତ ହୋଇପଡିଥିବା କହିଛି ବିଜେପି।
#PranabBalabantray#PramilaMallik#Dharmasala#Jajpur#BJD#BJP#PoliticalViolence#PoliticalClash#OdishaPolitics#JajpurNews#OdishaNews#OdishaTV#OTV
The BJD protest outside the Jajpur SP office has been withdrawn after the SP assured that the alleged attackers in the Pranab Balabantray vehicle attack would be arrested within 48 hours, BJD leader Pramila Mallik said. BJD leaders had staged the protest demanding immediate action after stones were allegedly pelted at Pranab’s vehicles in Panturi village of Dharmasala. Pranab alleged that 40–50 armed persons attacked them and claimed BJP workers were behind the incident, while the BJP denied the allegation.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।