BJD Suspends Saintala ZP Member ସଇଁତଳା ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟ ନିଲମ୍ବିତ
"ଦେଓଗାଁ /ସଇଁତଳା: ବିଜୁ ଜନତା ଦଳ (ବିଜେଡି)ର ପୁରୁଖା ନେତା ତଥା ସଇଁତଳା ୩୦ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ ବୁଡେକଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି।
Advertisment ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ମନ୍ତ୍ରୀ ତଥା କାମାକ୍ଷାନଗରର ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ ମଲ୍ଲିକଏହି ଘଟଣା ପରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡ଼ି ମଧ୍ୟରେ ହଇଚଇ ସୃଷ୍ଚି ହୋଇଛି।
ଅନେକ ବିଜେଡି ନେତା ବିଜେପି ସହ ଭିତିରି ସମ୍ପର୍କ ରଖି ଦଳ ବିରୋଧୀ କାର୍ଯ୍ୟ କରୁଥିବା ଓ ସେମାନଙ୍କ ମଧ୍ୟ ସମଦଶା ହୋଇପାରେ ବୋଲି ବିଜେଡି ମହଲରେ ଆଲୋଚନା ହେଉଛି।
ଅପରପକ୍ଷରେ, ଦଳରୁ ନିଲମ୍ବିତ ସଦସ୍ୟମାନେ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେବା ସମ୍ଭାବନା ରହିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୋଇଛି।
Senior BJD leader to Join BJP soon ବିଜେଡିରୁ ନିଲମ୍ବିତ ହେଲେ ମଣ୍ଡଳ ଦମ୍ପତି, ବିଜେପିର ମିଶିବା ଚର୍ଚ୍ଚା୧୫ ଦିନ ତଳେ ଟିଟିଲାଗଡ ବିଜେପି ବିଧାୟକ ନବୀନ ଜୈନ ସଇଁତଳା ବ୍ଲକ ଛନଛଡା ଠାରେ ଏକ ନୂଆ ଖାଇ ଭେଟ ଘାଟ ଆୟୋଜନ କରିଥିଲେ।
ଏହି ସଭାକୁ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ ବୁଡେକ ସଂଯୋଜନା କରିଥିଲେ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଏହାକୁ ନେଇ ବିଜେଡି ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଥିଲା।
ଆଜି ଚର୍ଚ୍ଚାର ଅବସାନ ଘଟାଇ ଦଳ ଜିଲ୍ଲା ପରିଷଦ ସଭ୍ୟ ଙ୍କୁ ନିଲମ୍ବିତ କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।