Odisha Weather Update: ପାଣିପାଗ: ଆଗାମୀ ୭ଦିନ ପାଗ ସୁଖଦ, ମେଘୁଆ ସହ ୨୦ରେ କାଁଭାଁ ବର୍ଷା
"ଭୁବନେଶ୍ବର: ପୂଜା ପରିବେଶ ଭିଜିବ ବୋଲି ଆଶଙ୍କା କରାଯାଉଥିଲା।
କିନ୍ତୁ ପାର୍ବଣରେ ପାଣିପାଗର ସ୍ଥିତି ବଦଳିଯାଇଛି।
ଭକ୍ତ ଓ ପୂଜାମଣ୍ଡପ ଦେଖଣାହାରୀଙ୍କୁ ଆଶ୍ବସ୍ତି ଦେବା ଭଳି ପାଗ ସୃଷ୍ଟି ହୋଇଛି।
ଆଜି (ସୋମବାର) ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ ଆଗାମୀ ୭ ଦିନ ଓଡ଼ିଶା ବିଶେଷତଃ କଟକ ଓ ଭୁବନେଶ୍ବରର ପାଗ ମେଘୁଆ ଓ ସୁଖଦ ରହିବ।
Advertisment Cyclone warning: ବଙ୍ଗୋପସାଗରରେ ବାତ୍ୟା ସଙ୍କେତ: ବିଦେଶୀ ପାଣିପାଗ ସଂସ୍ଥାଙ୍କ ପୂର୍ବାନୁମାନସୂଚନାନୁସାରେ, କଟକ ଜିଲ୍ଲାରେ ଆଜି କେତେକ ସ୍ଥାନରେ ସ୍ପଳ୍ପରୁ ସାମାନ୍ୟ ବର୍ଷା ହୋଇପାରେ।
ପରବର୍ତୀ ୭ ଦିନ ପାଗ ଶୁଖିଲା ରହିବ ଓ ମେଘୁଆ ରହିବ।
ଦିନର ସର୍ବାଧିକ ତାପମାତ୍ର ୩୩ ଡିଗ୍ରି ରହିବ ଓ ସର୍ବନିମ୍ନ ତାପମାତ୍ର ୨୩ ଡିଗ୍ରି ରହିବ।
ସେହିଭଳି ଖୋର୍ଦ୍ଧା ଜିଲ୍ଲା ବିଶେଷତଃ ଭୁବନେଶ୍ବରରେ ଆଜି କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି।
କିନ୍ତୁ ଆସନ୍ତା ୭ ଦିନ ପାଗ ବିଶେଷତଃ ମେଘୁଆ ରହିବ।
ଦିନର ସର୍ବାଧିକ ଉତ୍ତାପ ୩୩ଡିଗ୍ରି ଓ ସର୍ବନିମ୍ନ ୨୩ଡିଗ୍ରି ରହିବ ବୋଲି ଅନୁମାନ କରାଯାଉଛି।
Chalantika: ଚଳନ୍ତିକା: ଲୋକବିଜ୍ଞାନରେ ପାଣିପାଗର ପୂର୍ବାଭାସ୨୦ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।
୨୧ ତାରିଖରେ ରାୟଗଡ଼ା, ଗଜପତି, ଗଞ୍ଜାମରେ ମଧ୍ୟ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ଅନୁମାନ କରାଯାଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।