BJD U-Turn on Odisha Bandh: ବନ୍ଦକୁ ସମର୍ଥନ କରିବନି ବିଜେଡି, ଅଧଘଣ୍ଟାରେ ବଦଳିଗଲା ନିଷ୍ପତ୍ତି

Oct 07, 2026 - 14:01
BJD U-Turn on Odisha Bandh: ବନ୍ଦକୁ ସମର୍ଥନ କରିବନି ବିଜେଡି, ଅଧଘଣ୍ଟାରେ ବଦଳିଗଲା ନିଷ୍ପତ୍ତି

ଆସନ୍ତାକାଲିର ଓଡ଼ିଶା ବନ୍ଦକୁ ନେଇ ବିଜେଡିର ଆଭିମୁଖ୍ୟ ବଦଳିଛି। କିଛି ସମୟ ବ୍ୟବଧାନରେ ବିଜେଡି ପକ୍ଷରୁ ବନ୍ଦକୁ ନେଇ ଦୁଇଟି ଭିନ୍ନ ବୟାନ ଆସିଛି।

ନବୀନ ନିବାସରେ ବୈଠକ ପରେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ, ଆସନ୍ତାକାଲି INDIA ବ୍ଲକ୍ ପକ୍ଷରୁ ଆହ୍ୱାନ କରାଯାଇଥିବା ଓଡ଼ିଶା ବନ୍ଦକୁ ବିଜେଡି ସମର୍ଥନ କରିବ। ଏନେଇ ସେ ସ୍ପଷ୍ଟ ସୂଚନା ଦେଇଥିଲେ । ଏପରିକି ସେ ଏହା ମଧ୍ୟ କହିଥିଲେ ଯେ ବିଜେଡି INDIA ବ୍ଲକରେ ଅଛି । 

ତେବେ ଏହାର କିଛି ସମୟ ପରେ ନିଜ ମତ ବଦଳାଇଛନ୍ତି ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ବିଜେଡି ଆସନ୍ତାକାଲିର କଂଗ୍ରେସର ବନ୍ଦ ଡାକରାକୁ ସମର୍ଥନ କରିବ ନାହିଁ।

ଫଳରେ ବନ୍ଦକୁ ନେଇ ବିଜେଡିର ନିଷ୍ପତ୍ତିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଥମେ ସମର୍ଥନ ଘୋଷଣା ପରେ ହଠାତ୍ ନିଷ୍ପତ୍ତି ବଦଳିବା ପଛରେ କାରଣ କ’ଣ, ତାହାକୁ ନେଇ ପ୍ରଶ୍ନ ଉଠିଛି।

ପ୍ରମିଳା ମଲ୍ଲିକଙ୍କ ଦୁଇଟି ବୟାନ ମଧ୍ୟରେ ଏହି ପରିବର୍ତ୍ତନର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ କିଛି ସ୍ପଷ୍ଟତା ନାହିଁ। ତେବେ ପୂର୍ବ ସରକାର ସମୟରେ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ନେଇ ବିଜେଡି ଚାପରେ ରହିଥାଇପାରେ ବୋଲି କହିଛନ୍ତି ବରିଷ୍ଠ ସାମ୍ୱାଦିକ ପ୍ରସନ୍ନ ମହାନ୍ତି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।