BJP Chief Nagenthran: "ବାପା କେଉଁଠି?" ପ୍ରଶ୍ନକୁ ନେଇ ବିଧାନସଭାରେ ରାଜନୈତିକ ବିବାଦ

Aug 15, 2026 - 23:33
BJP Chief Nagenthran: "ବାପା କେଉଁଠି?" ପ୍ରଶ୍ନକୁ ନେଇ ବିଧାନସଭାରେ ରାଜନୈତିକ ବିବାଦ

"ନୂଆଦିଲ୍ଲୀ: ତାମିଲନାଡୁରେ ରାଜନୈତିକ ବୟାନବାଜି ବ୍ୟକ୍ତିଗତ କ୍ଷେତ୍ରକୁ ଖସି ଆସୁଥିବା ପରି ମନେ ହେଉଛି।

ଟିଭିକେ ନେତା ବିଜୟଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ବିଜେପି ରାଜ୍ୟ ସଭାପତି ନୈନାର ନାଗେନ୍ଦ୍ରନ ଦେଇଥିବା ମନ୍ତବ୍ୟ ପରେ ଏକ ବିବାଦ ସୃଷ୍ଟି ହୋଇଛି।

Advertisment ନିରାମିଷ ବନାମ ମାଂସାହାରୀ: କେଉଁ ଖାଦ୍ୟ ଖାଇଲେ ବଢ଼ିବ ଆୟୁଷ?

ବିଜୟ ବାରମ୍ବାର ପଚାରିଲେ, "ବାପା କେଉଁଠି?", ନାଗେନ୍ଦ୍ରନ ଜବାବ ଦେଇ କହିଥିଲେ, "ଯଦି ତୁମେ ବିଧାନସଭାରେ 'ବାପା କେଉଁଠି?

ବାପା କେଉଁଠ?

ପଚାରି ତୁମେ କିପରି ଜାଣିବ?

ତୁମକୁ ଘରକୁ ଯାଇ ତୁମର ମା'ଙ୍କୁ ପଚାରିବାକୁ ପଡିବ।

କେବଳ ସେ ତୁମକୁ କହିପାରିବେ ଯେ ତୁମର ବାପା କେଉଁଠି?

ଟିଭିକେ ନେତାମାନେ ଏହି ମନ୍ତବ୍ୟକୁ ଅନୁପଯୁକ୍ତ ବୋଲି ନିନ୍ଦା କରିଛନ୍ତି।

ପୂର୍ବତନ ବିଜେପି ରାଜ୍ୟ ସଭାପତି କେ.

ଅନ୍ନାମଲାଇ ମଧ୍ୟ ନାଗେନ୍ଦ୍ରନଙ୍କ ବକ୍ତବ୍ୟକୁ ସମାଲୋଚନା କରିଛନ୍ତି।

ବିବାଦ ସେଠାରେ ଥମି ନଥିଲା।

ଟିଭିକେ ନେତା ରାଜ ମୋହନ ନାଗେନ୍ଦ୍ରନଙ୍କ ବକ୍ତବ୍ୟକୁ "ଅସଭ୍ୟ, ନିନ୍ଦନୀୟ ଏବଂ ଜଣେ ନେତାଙ୍କ ସ୍ତରରେ ଏପରି କହିବ‌ା ଗ୍ରହଣୀୟ ନୁହେଁ ବୋଲି ବର୍ଣ୍ଣନା କରିଛନ୍ତି।

ଏହି ସମୟରେ, କେ.

ଅନ୍ନମଲାଇ କହିଛନ୍ତି ଯେ , ଜଣେ ନେତାଙ୍କ ପରିବାରକୁ ଟାର୍ଗେଟ କରିବା - ବିଶେଷକରି ତାଙ୍କ ମା'ଙ୍କୁ - ଗ୍ରହଣୀୟ ନୁହେଁ।" ଏ ପ୍ରସଙ୍ଗରେ କେବଳ ବିରୋଧୀ ଦଳ ଆପତ୍ତି ଉଠାଇ ନାହିଁ।

ବିଜେପି  ମଧ୍ୟ ଏହି ବିବୃତ୍ତି ସମ୍ପର୍କରେ ପ୍ରଶ୍ନ ଉଠାଇଛି।

ଫଳସ୍ୱରୂପ, ଆଗାମୀ ଦିନରେ ତାମିଲନାଡୁ ରାଜନୀତିରେ ଏହି ବିବାଦ ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।