Chief Minister: କାଦୁଅ ରାସ୍ତାରେ ଫସିଲା ମୁଖ୍ୟମନ୍ତ୍ରୀ ବସ ସେବା ଗାଡି
"ବାଲିଶଙ୍କରା: ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ଯୋଗାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ବସ ସେବା ଆରମ୍ଭ ହୋଇଥିଲେ ମଧ୍ୟ ରାସ୍ତାର ଦୁରବସ୍ଥା ଯୋଗୁଁ ଯାତ୍ରୀ ଓ ଗ୍ରାମବାସୀନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବାଲିଶଙ୍କରା ବ୍ଲକ ଧୁବେନଦାଣ୍ଡ ପଞ୍ଚାୟତ ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।
ବର୍ଷାଯୋଗୁଁ ଧୁବେନଦାଣ୍ଡ ରାସ୍ତା କାଦୁଅ ପଚପଚ ହୋଇଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ବସ ସେବାର ଏକ ବସ କାଦୁଅରେ ଫସି ଯାଇଥିଲା।
ବସଟି ଫସିଯିବା ପରେ ଗ୍ରାମବାସୀମାନେ ପଛପଟୁ ଠେଲି ବସକୁ ବାହାର କରିବାକୁ ଉଦ୍ୟମ କରିଥିଲେ।Advertisment ଆହୁରି ପଢନ୍ତୁ :AI Ban: ପିଲାମାନଙ୍କୁ ଶିକ୍ଷକଙ୍କର ଆବଶ୍ୟକତା ରହିଛି ଏଆଇର ନୁହେଁ: ସ୍କୁଲଗୁଡ଼ିକରେ ଏଆଇ ବ୍ୟବହାରକୁ ନିଷେଧ କଲେ ମାମଦାନୀ ତେବେ ବସଟି ଗଭୀର କାଦୁଅରେ ଫସିଥିବାରୁ ଉଦ୍ୟମ ସଫଳ ହୋଇନଥିଲା।
ଶେଷରେ ଏକ ଟ୍ରାକ୍ଟର ଆଣି ବସକୁ ଟାଣି ବାହାର କରାଯାଇଥିଲା।
ଏହା ଫଳରେ ବସରେ ଥିବା ଯାତ୍ରୀମାନେ ଦୀର୍ଘ ସମୟ ଧରି ହଇରାଣ ହରକତ ହୋଇଥିଲେ।
ସରକାରଙ୍କ ଗ୍ରାମାଞ୍ଚଳ ପରିବହନ ଯୋଜନାରେ ବସ ଚଳାଚଳ ଆରମ୍ଭ ହୋଇଥିଲେ ମଧ୍ୟ ଅନେକ ଅଞ୍ଚଳରେ ରାସ୍ତା ଅତ୍ୟନ୍ତ ଦୟନୀୟ ରହିଛି।
ଖାଲଖମା ଓ ବର୍ଷାଦିନର କାଦୁଅ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେଉଛି।
ତେଣୁ ବସ ସେବାକୁ ସୁଗମ କରିବା ପୂର୍ବରୁ ଧୁବେନଦାଣ୍ଡ ରାସ୍ତାକୁ ଶୀଘ୍ର ମରାମତି ଓ ସ୍ଥାୟୀ ଭାବେ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।