BJP Defends Newly-Appointed Governor: ବିବାଦୀୟ ବୟାନ ପରେ ସ୍ପଷ୍ଟୀକରଣ ରଖିଲେ ରାଜ୍ୟପାଳ, ବିଜେଡି-ବିଜେପି ମୁହାଁମୁହିଁ
ନିଜର ବିବାଦୀୟ ବୟାନ ପରେ ସ୍ପଷ୍ଟୀକରଣ ରଖିଲେ ଓଡିଶାର ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ। କୌଣସି ପାର୍ଟି ପାଇଁ ନୁହେଁ ସମସ୍ତଙ୍କୁ ସମନ୍ବୟରେ ନେଇ କାମ କରିବି ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ବିଜେଡି କହିଛି, ବୋଧେ ବିଜେପିର ସାଂଗଠନିକ ସ୍ଥିତି ଓଡ଼ିଶାରେ ଅତି ଦୁର୍ବଳ ହୋଇଯାଇଛି। ସେଥିପାଇଁ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କୁ ରାଜନୀତିରେ ବ୍ୟବହାର କରିବାକୁ ପଛାଉ ନାହାନ୍ତି। ଏହାକୁ ଓଡି଼ଶା ବାସୀ କଦାପି ଗ୍ରହଣ କରିବେ ନାହିଁ।
ସେପଟେ ଜବାବରେ ବିଜେପି କହିଛି, ନୂଆ ରାଜ୍ୟପାଳ ଯେହେତୁ ରାଜନୈତିକ ଦଳରୁ ଆସିଛନ୍ତି ତାଙ୍କ ପାଟିରୁ ସେ କଥା ବହାରିଯାଇଥିବ, କିନ୍ତୁ ତାକୁ ନେଇ ଏତେ ଚର୍ଚ୍ଚା କରିବା କଥା ନୁହେଁ । ପ୍ରଥମେ ସେ ଆସି ରାଜ୍ୟପାଳ ଭାବେ ନିଜ କାମ କରନ୍ତୁ, ତା ପରେ ତାଙ୍କୁ ସମାଲୋଚନା କଲେ ଭଲ। କିନ୍ତୁ ଲୋକକୁ ନ ଦେଖି ତାକୁ ସମାଲୋଚନା କରିବା ତୁଚ୍ଛ ରାଜନୀତି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ....
‘ସ୍ଲିପ୍ ଅଫ ଟଙ୍ଗ୍ ହୋଇଥାଇପାରେ’
ନବନିଯୁକ୍ତ ରାଜ୍ୟପାଳଙ୍କ ବୟାନକୁ ନେଇ ବିବାଦ
ସ୍ପଷ୍ଟୀକରଣ ରଖିଲେ ବ୍ରଜ ମୋହନ ରାମ
କୌଣସି ପାର୍ଟି ପାଇଁ ନୁହେଁ ସମସ୍ତଙ୍କ ସମନ୍ବୟରେ କାମ କରିବି
ନବନିଯୁକ୍ତ ରାଜ୍ୟପାଳଙ୍କ ବୟାନକୁ ନେଇ ବିଜେଡିର ସମାଲୋଚନା
ସ୍ଲିପ୍ ଅଫ ଟଙ୍ଗ୍ ହୋଇଥାଇପାରେ: ବିଜେପି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।