BJP Leader Attacked ଗଞ୍ଜାମରେ ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ

Sep 28, 2026 - 23:14
BJP Leader Attacked  ଗଞ୍ଜାମରେ ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ

"ଆସିକା: ଆସିକା ବ୍ଲକ ହରଡ଼ାପଦର ବିଜେପି ମଣ୍ଡଳ ସଭାପତି କାଳିଆ ନାହାକଙ୍କୁ ଆଜି (ସୋମବାର) ରାତିରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି।

ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ (ଏମ୍‌କେସିଜି)ରେ ଭର୍ତ୍ତି କରାଯାଇଛି।

Advertisment One Killed: ଗଞ୍ଜାମରେ ପୂର୍ବ ଶତ୍ରୁତାରୁ ହତ୍ୟା ଅଭିଯୋଗ: ସୋରଡ଼ାରେ ଦୁଇ ଯୁବକଙ୍କୁ ଆକ୍ରମଣ, ଜଣେ ମୃତମିଳିଥିବା ସୂଚନାନୁସାରେ, କାଳିଆ ନିଜ ଗାଁ ଗୌଡ଼ଗୋଠ ବାଇକ୍‌ରେ ଯାଉଥିଲେ।

କମାଶାସନ-ଗୌଡ଼ଗୋଠ ନିଛାଟିଆ ରାସ୍ତାରେ ତିନି ଜଣ ତାଙ୍କୁ ଅଟକାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର୍‌ ହୋଇଯାଇଥିଲେ।

ଗୁରୁତର ଅବସ୍ଥାରେ କାଳିଆଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

Khudputuli Robbery and Murder Case: ଖୁଦପୁଟୁଳି ଡକାୟତି ଓ ହତ୍ୟା ମାମଲା: ୪ ଅଭିଯୁକ୍ତ ଗିରଫସୂଚନା ପାଇ ଆସିକା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୂର୍ବ ଶସ୍ତ୍ରୁ୍ତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।