Mojtaba Khamenei: ଆରବ ସାଗର ପାର୍ ହେବା ଆମେରିକାକୁ କେବଳ କ୍ଷତି ଦେଇଛି: ମୋଜତାବା ଖେମିନି

Sep 28, 2026 - 22:53
Mojtaba Khamenei: ଆରବ ସାଗର ପାର୍ ହେବା ଆମେରିକାକୁ କେବଳ କ୍ଷତି ଦେଇଛି: ମୋଜତାବା ଖେମିନି

"ତେହେରାନ: ଇରାନ ସର୍ବୋଚ୍ଚ ନେତା ମୋଜତାବା ଖେମିନି ସୋମବାର କହିଛନ୍ତି ଯେ, ଅତ୍ୟଧିକ କ୍ଷତି ସହିବା ପରେ ଆମେରିକା ଆରବ ସାଗର ଛାଡ଼ିବାକୁ ବାଧ୍ୟ ‌ହେବ।

ମୋଜତାବାଙ୍କ ମନ୍ତବ୍ୟ ଇରାନ ଜାତୀୟ ଟିଭିରେ ପ୍ରସାରିତ କରାଯାଇଥିଲା।

ଫେବ୍ରୁଆରିରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଖେମିନିଙ୍କୁ କେହି ସର୍ବସାଧାରଣରେ ଦେଖିନାହାନ୍ତି।Advertisment ଆହୁରି ପଢନ୍ତୁ :Jewellery Trader Robbed ଗହଣା ବ୍ୟବସାୟୀଙ୍କୁ ମାଡ଼ ମାରି ଲୁଟ୍‌ ଖେମିନି ଆମେରିକାର ନାମ ନ ନେଇ କହିଛନ୍ତି ଯେ, ଶତ୍ରୁ ଶକ୍ତିକୁ ଖୁବ୍ ଶୀଘ୍ର ଆରବ ସାଗରରୁ ବିତାଡିତ କରାଯିବ।

ତାଙ୍କ ଅନୁସାରେଆକ୍ରମଣକାରୀ ଶକ୍ତି ଏବେ ନିଜେ ଯୁଦ୍ଧ ଜାରି ରଖିବା ପରିବର୍ତ୍ତେ ଯୁଦ୍ଧ ବନ୍ଦ କରିବାକୁ ନିବେଦନ କରୁଛନ୍ତି।

ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଉତ୍ତେଜନା ସର୍ବକାଳୀନ ଶୀର୍ଷରେ ରହିଛି।

ଇରାନ-ଇରାକ ଯୁଦ୍ଧର ବାର୍ଷିକୀ ଓ ୨୦୨୪ ମସିହାରେ ହତ୍ୟା କରାଯାଇଥିବା ହିଜବୋଲ୍ଲା ନେତା ହାସନ ନସରାଲ୍ଲାଙ୍କ ମୃତ୍ୟୁ ବାର୍ଷିକୀରେ ଜାରି ଏକ ବାର୍ତ୍ତାରେ ଖେମିନି ଏହି ଦେଇଛନ୍ତି।

ଏହି ଦୁଇଟି ଅବସରକୁ ଇରାନରେ ବଡ଼ ଧୁମ୍‌ଧାମ୍‌ରେ ​​ପାଳନ କରାଯାଏ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।