BJP leader: ବିଜେପି ନେତା କୋଣ୍ଡାବାବୁଙ୍କ ହୃଦ୍‌ଘାତରେ ମୃତ୍ୟୁ, ରାୟଗଡ଼ାରେ ଶୋକର ଛାୟା

Aug 28, 2026 - 07:09
BJP leader: ବିଜେପି ନେତା କୋଣ୍ଡାବାବୁଙ୍କ ହୃଦ୍‌ଘାତରେ ମୃତ୍ୟୁ, ରାୟଗଡ଼ାରେ ଶୋକର ଛାୟା

"ରାୟଗଡ଼ା (ଶିବ ପ୍ରସାଦ ଦୋରା): ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣି ସଦଶ୍ୟ ୱାଇ ଭେଙ୍କଟେଶ୍ବର ରାଓ (କୋଣ୍ଡାବାବୁ)ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନାରୁ ଜଣାପଡିଛି କୋଣ୍ଡାବାବୁ ଗୁରୁବାର ରାତିରେ ଘରେ ଖାଇ ସାରିବା ପରେ ଛାତ ଉପରେ ଚାଲୁଥିବା ବେକେ ହୃଦଘାତର ସାମ୍ନା କରିଥିଲେ।

ସେ ତଳେ ପଡ଼ିଯାଇଥିଲେ।

ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

Advertisment ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା।

ପୂର୍ବରୁ ସେ ବିଜେଡି ପାଇଁ କାର୍ଯ୍ୟ  କରୁଥିବା ବେଳେ ୨୦୨୪ ନିର୍ବାଚନ ସରିଲା ପରେ କୋଣ୍ଡାବାବୁ ବିଜେପିରେ ଯୋଗଦେଇଥିଲେ ଏବଂ ବିଜେପି  ତାଙ୍କୁ ତେଲୁଗୁ ଭୋଟ ପାଇଁ ଗୁରୁତ୍ବ ଦେଉଥିଲା।

ସେ ନିକଟରେ ଟ୍ରକ ମାଲିକ ସଂଘର ସଭାପତି ରୂପେ ନିର୍ବାଚିତ ହୋଇଥିଲେ।

ତାଙ୍କ ବିୟୋଗରେ ବିଜେପି ମହଲରେ ଶୋକର ଛାୟା ଖେଳିଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।