AMNS junior Khokho: ଏଏମ୍ଏନ୍ଏସ୍ କନିଷ୍ଠ ଖୋ‌ଖୋ: ଓଡ଼ିଶା ବାଳକଙ୍କୁ ରୌପ୍ୟ, ବାଳିକାଙ୍କୁ କାଂସ୍ୟ

Sep 05, 2026 - 06:01
AMNS junior Khokho: ଏଏମ୍ଏନ୍ଏସ୍ କନିଷ୍ଠ ଖୋ‌ଖୋ: ଓଡ଼ିଶା ବାଳକଙ୍କୁ ରୌପ୍ୟ, ବାଳିକାଙ୍କୁ କାଂସ୍ୟ

"ଭୁବନେଶ୍ବର: ସ୍ୱଦେଶୀ ଖେଳ ଖୋ ଖୋର ବିକାଶକୁ ଆହୁରି ମଜଭୁତ କରିଛି ଓଡ଼ିଶା ଏଏମ୍-ଏନ୍ଏସ୍ କନିଷ୍ଠ ଖୋଖୋ ଚାମ୍ପିଅନସିପ୍‌-୨୦୨୬।

ପୁରୀରେ ଆୟୋଜିତ ତିନିଦିନିଆ ଜାତୀୟସ୍ତରୀୟ ପ୍ରତିଯୋଗିତା ଗତ ଅଗଷ୍ଟ ୩୧ରେ ଉଦ୍‌ଯାପିତ ହୋଇଛି।

ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୧୨ଟି ଦଳର ୧୮୦ ଜଣ ଉଦୀୟମାନ ଖେଳାଳି ଭାଗ ନେଇଥିଲେ।

ଓଡ଼ିଶା ଏଏମ୍-ଏନ୍ଏସ୍ ଇଣ୍ଡିଆ ଖୋଖୋ ହାଇ ପରଫର୍ମାନ୍ସ ସେଣ୍ଟର ପକ୍ଷରୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଭାରତୀୟ ଖୋଖୋ ମହାସଂଘ ଏବଂ ଓଡ଼ିଶା ଖୋଖୋ ସଂଘର ମିଳିତ ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ଜାତୀୟ କ୍ରୀଡ଼ା ଦିବସ ଅବସରରେ ଅଗଷ୍ଟ ୨୯ରେ ଏହାର ଅନୁଷ୍ଠାନିକ ଉଦ୍‌ଘାଟନ ହୋଇଥିଲା।Advertisment Standing committee: ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ ବାଳିକା ବର୍ଗ ଫାଇନାଲରେ ମହାରାଷ୍ଟ୍ର ୨୪-୨୦ ପଏଣ୍ଟରେ ଓଡ଼ିଶାକୁ ପରାସ୍ତ କରି ବିଜେତା ହୋଇଛି।

ତାମିଲନାଡୁକୁ ହରାଇ ପଞ୍ଜାବ କାଂସ୍ୟ ପଦକ ଜିତିଥିଲା।

ଓଡ଼ିଶାର ତୁଳସୀ ନାଏକଙ୍କୁ ଶ୍ରେଷ୍ଠ ଆଟାକର, ମହାରାଷ୍ଟ୍ରର ମୈଥିଳୀ ପାୱାରଙ୍କୁ ଶ୍ରେଷ୍ଠ ଡିଫେଣ୍ଡର ଏବଂ ସ୍ନେହା ଲାମକାନେଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

ବାଳକ ବର୍ଗର ଫାଇନାଲ ମଧ୍ୟ ରୋମାଞ୍ଚକର ହୋଇଥିଲା।

କର୍ଣ୍ଣାଟକ ୩୬-୩୪ ପଏଣ୍ଟରେ ମହାରାଷ୍ଟ୍ରକୁ ହରାଇ ଟାଇଟଲ ଜିତିଥିଲା।

ଓଡ଼ିଶା କୋହ୍ଲାପୁରକୁ ପରାସ୍ତ କରି କାଂସ୍ୟ ପଦକ ହାସଲ କରିଥିଲା।

କର୍ଣ୍ଣାଟକର ଇବ୍ରାହିମ୍ ଶ୍ରେଷ୍ଠ ଆଟାକର, ମହାରାଷ୍ଟ୍ରର ପାର୍ଥ ଦେବକାଟେ ଶ୍ରେଷ୍ଠ ଡିଫେଣ୍ଡର ଏବଂ କର୍ଣ୍ଣାଟକର ଅନିକେତ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି।

ପୁରସ୍କାର ବିତରଣ ଉତ୍ସବରେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର ମୁଖ୍ୟ ଅତିଥି ଥିଲେ।

ଅଲିମ୍ପିଆନ୍ ଓ ଅର୍ଜୁନ ପୁରସ୍କାର ବିଜେତା କେ ରବି କୁମାରଙ୍କ ସମେତ କ୍ରୀଡ଼ା ଓ ଖୋ ଖୋ ଜଗତର ବହୁ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ।

ଏଏମ୍/ଏନ୍ଏସ୍ ଇଣ୍ଡିଆର ମାନବ ସମ୍ବଳ ଓ ପ୍ରଶାସନ ବିଭାଗର ନିର୍ଦ୍ଦେଶକ ତଥା ଉପସଭାପତି ଆଶୁତୋଷ ତେଲାଙ୍ଗ ସମସ୍ତ ଅଂଶଗ୍ରହଣକାରୀ ଓ ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

Flood in Bihar: ବିହାରରେ ବନ୍ୟା; ୮ ଜିଲ୍ଲାରେ ହାଇଆଲର୍ଟ, ଗଙ୍ଗା-କୋଶୀ ନଦୀ ବିପଦ ସଙ୍କେତ ଟପିଲା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।