BJP Offices, Somnath Temple Get Bomb Threat: ବିଜେପି କାର୍ଯ୍ୟାଳୟକୁ ବୋମାରେ ଉଡାଇଦେବାକୁ ଧମକ, ଟାର୍ଗେଟରେ ମନ୍ଦିର ଓ ମୁଖ୍ୟମନ୍ତ୍ରୀ!

Sep 21, 2026 - 12:54
BJP Offices, Somnath Temple Get Bomb Threat: ବିଜେପି କାର୍ଯ୍ୟାଳୟକୁ ବୋମାରେ ଉଡାଇଦେବାକୁ ଧମକ, ଟାର୍ଗେଟରେ ମନ୍ଦିର ଓ ମୁଖ୍ୟମନ୍ତ୍ରୀ!

ଗୁଜରାଟକୁ ପୁଣି ବୋମା ଧମକ। ଗତ ୫ ଦିନ ତଳେ ବୋମା ଧମକ ମିଳିଥିବା ବେଳେ ଆଜି ପୁଣି ସୋମନାଥ ମନ୍ଦିର ଓ ବିଜେପି କାର୍ଯ୍ୟାଳୟକୁ ବୋମାମାଡରେ ଉଡାଇ ଦେବାକୁ ଧମକ ମିଳିଛି। ଖାନପୁରର ସବୁଠାରୁ ପୁରୁଣା ବିଜେପି କାର୍ଯ୍ୟାଳୟ ଓ କୋବା ସ୍ଥିତ ବିଜେପି କାର୍ଯ୍ୟାଳୟକୁ ବୋମା ଧମକ ମିଳିବା ପରେ, ବମ୍ ସ୍କ୍ୱାଡ୍ ଏବଂ ପୋଲିସ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। 

ଗୁଜୁରାଟରେ ପୁଣି ଥରେ ବୋମା ଧମକ ପାଇବା ପରେ ପୋଲିସ ସମେତ ସୁରକ୍ଷା ଏଜେନ୍ସିଗୁଡ଼ିକ ଘଟଣାସ୍ଥଳକୁ ଯାଇଛନ୍ତି। ଅଭିଯୁକ୍ତମାନେ ଖାନପୁର ବିଜେପି କାର୍ଯ୍ୟାଳୟ ଏବଂ ଅହମ୍ମଦାବାଦର ସୋମନାଥ ମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଇମେଲ୍ ଯୋଗେ ଧମକ ଦେଇଛନ୍ତି। ଅହମଦାବାଦ ସିଟି ପୋଲିସକୁ ଏହି ଧମକପୂର୍ଣ୍ଣ ଇମେଲ୍ ଆସିଥିଲା।

ପୋଲିସକୁ ମିଳିଥିବା ଇମେଲରେ ସୋମନାଥ ମନ୍ଦିର, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ବିଜେପି କାର୍ଯ୍ୟାଳୟ, ପୋଲିସ କର୍ମଚାରୀ ଏବଂ RAW ଏଜେନ୍ସିକୁ ଟାର୍ଗେଟ କରାଯାଇଛି। ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ବୋମା ରଖାଯାଇଥିବା ମଧ୍ୟ ଦାବି କରାଯାଇଛି। ଧମକପୂର୍ଣ୍ଣ ଇମେଲରେ ହିନ୍ଦୁସ୍ତାନ ମୁର୍ଦ୍ଦାବାଦ ଏବଂ ବିଜେପି ମୁର୍ଦ୍ଦାବାଦ ଭଳି ଶବ୍ଦ ମଧ୍ୟ ବ୍ୟବହାର କରାଯାଇଛି। ଏପରିକି ପାକିସ୍ତାନ ଜିନ୍ଦାବାଦ ଏବଂ ଖାଲିସ୍ତାନ ଜିନ୍ଦାବାଦର ସ୍ଲୋଗାନ ମଧ୍ୟ ଲେଖାଯାଇଛି। ତେଣୁ ଏହି ଇମେଲ୍‌କୁ ନେଇ ତଦନ୍ତ ଜୋରଦାର କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।