BJP Slams Congress Chief Kharge: ମୋଦିଙ୍କୁ ନେଇ ଖଡ଼ଗେଙ୍କ ବିବାଦୀୟ ବୟାନ, ଦେଶବ୍ୟାପୀ ତେଜିଲା ରାଜନୈତିକ ଝଡ଼
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବୟାନକୁ ନେଇ ତେଜିଲା ରାଜନୈତିକ ଝଡ଼।
ପାଟନାରେ ଏକ କାର୍ଯ୍ୟକ୍ରମରେ ଖଡ଼ଗେଙ୍କ ମୁହଁରୁ ବାହାରିଥିବା 'ମୋଦି କା ବାପ୍ ଭି ଯାଏଗା' ମନ୍ତବ୍ୟକୁ ନେଇ ବିବାଦ ତେଜିଛି।
ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଡକ୍ଟର ଶ୍ରୀକୃଷ୍ଣ ସିଂହଙ୍କ ୧୩୯ତମ ଜୟନ୍ତୀ ଉତ୍ସବରେ ଭାଷଣ ଦେଉଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ।
Advertisment ଏହି ସମୟରେ ଭିଡ଼ ଭିତରୁ ଜଣେ ବ୍ୟକ୍ତିଙ୍କ ସ୍ୱର ଶୁଣିବାକୁ ମିଳିଥିଲା ମୋଦି ନହିଁ ଯାଏଗା।
ଏହାର ଜବାବରେ ଖଡ଼ଗେ କହିଥିଲେ ମୋଦି କା ବାପ୍ ଭି ଯାଏଗା।
ଖଡଗେଙ୍କ ଏହି ବୟାନକୁ ନେଇ ଆରମ୍ଭ ହୋଇଗଲା ରାଜନୈତିକ ତୁମ୍ବି ତୋଫାନ।
ବିଜେପି ଏହାକୁ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ସ୍ୱର୍ଗତ ପିତାଙ୍କ ପ୍ରତି ଅପମାନ ବୋଲି ଅଭିଯୋଗ କରିଛି।
କଂଗ୍ରେସ ଅଧ୍ୟକ୍ଷଙ୍କ ଭାଷାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ବହୁ ବରିଷ୍ଠ ନେତା କଡ଼ା ସମାଲୋଚନା କରିଛନ୍ତି।
ଶାହ କହିଛନ୍ତି, ଖଡଗେ ସମସ୍ତ ମର୍ଯ୍ୟାଦାକୁ ଖଣ୍ଡ ଖଣ୍ଡ କରି ଦେଇଛନ୍ତି।
ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ପାର୍ଟି ପ୍ରତିଦିନ ଅଶିଷ୍ଟତାର ସୀମା ଅତିକ୍ରମ କରୁଛି।
ବାରମ୍ବାର ନିର୍ବାଚନୀ ପରାଜୟ ପାଇଁ କଂଗ୍ରେସର ଏହା ହତାଶା ଏବଂ ନିରାଶା।
Advertisment ସେହିପରି ଅସଂସଦୀୟ ଭାଷା କଂଗ୍ରେସ ପାର୍ଟିର ଆଦର୍ଶଗତ ଦେବାଳିଆମିର ପ୍ରତିଫଳନ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ।
ପ୍ରଧାନମନ୍ତ୍ରୀଙ୍କ ପ୍ରତି ଖଡଗେଙ୍କ ଅପମାନଜନକ ମନ୍ତବ୍ୟକୁ ନେଇ ଝଡ ଉଠିଥିବା ବେଳେ ମନ୍ତବ୍ୟରେ ଅପମାନ କେଉଁଠି ବୋଲି ପାଲଟା ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ଭୂପେଶ ବଘେଲ।
ଯାହାକୁ ନେଇ ତେଜିଛି ରାଜନୀତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।