BJP: ବିଜେପିର ୭ ମୋର୍ଚ୍ଚା ପାଇଁ ପ୍ରଭାରୀ ନିଯୁକ୍ତ; ଓବିସି ମୋର୍ଚ୍ଚା ପ୍ରଭାରୀ ବୈଜୟନ୍ତ ପଣ୍ଡା
"ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ସଂଗଠନର ୭ଟି ମୋର୍ଚ୍ଚା ପାଇଁ ନୂଆ ପ୍ରଭାରୀଙ୍କ ନାମ ଘୋଷଣା କରିଛି।
ବସ୍ତୀର ଲୋକସଭା ସାଂସଦ ହରିଶ ଦ୍ୱିବେଦୀଙ୍କୁ ଯୁବ ମୋର୍ଚ୍ଚାର ପ୍ରଭାରୀ କରାଯାଇଥିବା ବେଳେ ରାଜସ୍ଥାନର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସତୀଶ ପୁନିଆଙ୍କୁ ଅନୁସୂଚିତ ଜନଜାତି (ଏସ୍ଟି) ମୋର୍ଚ୍ଚାର ଦାୟିତ୍ୱ ଦିଆଯାଇଛି।
ବିଜେପିର ନୂଆ ସଂଗଠନ ବ୍ୟବସ୍ଥାରେ ବିଭିନ୍ନ ବର୍ଗ ଓ ସମୁଦାୟ ସହ ସମନ୍ୱୟ ପାଇଁ ଏହି ନିଯୁକ୍ତି କରାଯାଇଛି।Advertisment ଘୋଷିତ ତାଲିକା ଅନୁସାରେ, ଯୁବ ମୋର୍ଚ୍ଚାର ପ୍ରଭାରୀ ହରିଶ ଦ୍ୱିବେଦୀ, ମହିଳା ମୋର୍ଚ୍ଚାର ପ୍ରଭାରୀ ଡି.
ପୁରନ୍ଦେଶ୍ୱରୀ, ଏସ୍ସି ମୋର୍ଚ୍ଚାର ପ୍ରଭାରୀ ସଞ୍ଜୟ ଭାଟିଆ, ଓବିସି ମୋର୍ଚ୍ଚାର ପ୍ରଭାରୀ ବୈଜୟନ୍ତ ପଣ୍ଡା, କୃଷକ ମୋର୍ଚ୍ଚାର ପ୍ରଭାରୀ ଲାଲ୍ ସିଂହ ଆର୍ଯ୍ୟ, ଏସ୍ଟି ମୋର୍ଚ୍ଚାର ପ୍ରଭାରୀ ସତୀଶ ପୁନିଆ ଏବଂ ସଂଖ୍ୟାଲଘୁ ମୋର୍ଚ୍ଚାର ପ୍ରଭାରୀ ଗଜେନ୍ଦ୍ର ପଟେଲ ହୋଇଛନ୍ତି।
ବିଜେପିର ଏହି ନୂଆ ଦାୟିତ୍ୱ ବଣ୍ଟନରେ ଓଡ଼ିଶାର ବୈଜୟନ୍ତ ପଣ୍ଡାଙ୍କୁ ଓବିସି ମୋର୍ଚ୍ଚାର ପ୍ରଭାରୀ କରାଯାଇଛି।
ସେ ବିଜେପିର ଜାତୀୟ ଉପାଧ୍ୟକ୍ଷ ଅଛନ୍ତି।
କେନ୍ଦ୍ରାପଡ଼ା ଲୋକସଭା ଆସନରୁ ସାଂସଦ ହୋଇଥିବା ବୈଜୟନ୍ତଙ୍କର ଓଡ଼ିଶାରେ ଦଳର ସଂଗଠନ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବିଜେପି କହିଛି।
ଆନ୍ଧ୍ରପ୍ରଦେଶ ବିଜେପିର ପୂର୍ବତନ ରାଜ୍ୟ ସଭାପତି ଡି.
ପୁରନ୍ଦେଶ୍ୱରୀଙ୍କୁ ମହିଳା ମୋର୍ଚ୍ଚାର ଦାୟିତ୍ୱ ମିଳିଛି।
ହରିୟାଣାର ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ଭାଟିଆ ଏସ୍ସି ମୋର୍ଚ୍ଚାର ପ୍ରଭାରୀ ହୋଇଛନ୍ତି।
କୃଷକ ମୋର୍ଚ୍ଚାର ଦାୟିତ୍ୱ ପାଇଥିବା ଲାଲ୍ ସିଂହ ଆର୍ଯ୍ୟ ମଧ୍ୟପ୍ରଦେଶ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ରହିଥିଲେ ଏବଂ ଦଳର ଜାତୀୟ ଉପାଧ୍ୟକ୍ଷ ଅଛନ୍ତି।
Congress: ଆଗାମୀ ନିର୍ବାଚନ ପୂର୍ବରୁ ବଦଳିବେ ଅନେକ ରାଜ୍ୟ ସଭାପତି, ପ୍ରଭାରୀ ସେହିପରି ରାଜସ୍ଥାନ ବିଜେପିର ପୂର୍ବତନ ସଭାପତି ସତୀଶ ପୁନିଆ ଦଳର ବରିଷ୍ଠ ନେତା।
ହରିୟାଣା ବିଧାନସଭା ନିର୍ବାଚନରେ ସେ ପ୍ରଭାରୀ ଭାବେ ଦଳକୁ ଲଗାତାର ତୃତୀୟ ଥର ସରକାର ଗଠନରେ ସହାୟତା କରିଥିଲେ।
ଏବେ ତାଙ୍କୁ ଏସ୍ଟି ମୋର୍ଚ୍ଚାର ଦାୟିତ୍ୱ ମିଳିଛି।
ମଧ୍ୟପ୍ରଦେଶର ଖରଗୋନ-ବଡ଼ୱାନୀ ଲୋକସଭା ଆସନର ସାଂସଦ ଗଜେନ୍ଦ୍ର ପଟେଲଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚାର ପ୍ରଭାରୀ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।