Blood Cancer: ରକ୍ତ କର୍କଟ କ’ଣ? ଜାଣନ୍ତୁ ପ୍ରକାର, ଲକ୍ଷଣ
"ନୂଆଦିଲ୍ଲୀ: ରକ୍ତ କର୍କଟ ବା ହେମାଟୋଲୋଜିକାଲ୍ କ୍ୟାନସର ଏକ ଗୁରୁତର ରୋଗ।
ଶରୀରର ଅନ୍ୟାନ୍ୟ ଅଙ୍ଗରେ ଟ୍ୟୁମର ଭଳି ଏହାର ଉତ୍ପତ୍ତି ନହୋଇ ମୁଖ୍ୟତଃ ଅସ୍ଥିମଜ୍ଜା, ରକ୍ତ କୋଷ ଓ ଲସିକା ପ୍ରଣାଳୀକୁ ପ୍ରଭାବିତ କରେ।
ଏହା ଲୋହିତ ରକ୍ତ କୋଷ, ଧଳା ରକ୍ତ କୋଷ ଓ ପ୍ଲେଟଲେଟ୍ର ସାଧାରଣ ଉତ୍ପାଦନକୁ ବାଧା ଦେଇଥାଏ।
ଗୁରୁଗ୍ରାମର ଆର୍ଟେମିସ୍ ହସ୍ପିଟାଲର ହେମାଟୋଲୋଜି, ଅଙ୍କୋଲୋଜି ଓ ଅସ୍ଥିମଜ୍ଜା ପ୍ରତିରୋପଣ ବିଭାଗର ଡାକ୍ତରଙ୍କ କହିବା ଅନୁଯାୟୀ, ରକ୍ତ କର୍କଟର ନିର୍ଦ୍ଦିଷ୍ଟ ପ୍ରକାର ଚିହ୍ନଟ କରିବା ଚିକିତ୍ସା ପାଇଁ ଅତ୍ୟନ୍ତ ଜରୁରୀ।
ଏହାର ମୁଖ୍ୟ ତିନି ପ୍ରକାର ହେଉଛି ଲ୍ୟୁକେମିଆ, ଲିମ୍ଫୋମା ଓ ମଲ୍ଟିପଲ୍ ମାଏଲୋମା।Advertisment ମୁଖ୍ୟ ତିନି ପ୍ରକାର ଲ୍ୟୁକେମିଆଲ୍ୟୁକେମିଆ ଅସ୍ଥିମଜ୍ଜାରେ ଅସ୍ୱାଭାବିକ ଧଳା ରକ୍ତ କୋଷ ଦ୍ରୁତ ଭାବେ ବୃଦ୍ଧି ପାଇବା ଦ୍ୱାରା ହୁଏ।
ଏହା ଲୋହିତ ରକ୍ତ କୋଷ ଓ ପ୍ଲେଟଲେଟ୍ର ଉତ୍ପାଦନକୁ ମଧ୍ୟ ପ୍ରଭାବିତ କରିପାରେ।
ଏହା ତୀବ୍ର ଓ କ୍ରନିକ୍, ଦୁଇ ପ୍ରକାରର ହୋଇପାରେ।
ଲିମ୍ଫୋମାଲିମ୍ଫୋମା ଲସିକା ପ୍ରଣାଳୀକୁ ପ୍ରଭାବିତ କରେ।
ଏଥିରେ ଅସ୍ୱାଭାବିକ ଲିମ୍ଫୋସାଇଟ୍ ଲିମ୍ଫ ନୋଡ୍ ଓ ଆଖପାଖ ଟିସୁରେ ଜମା ହୋଇଥାଏ।
ଏହାର ମୁଖ୍ୟ ପ୍ରକାର ହେଉଛି ହଜକିନ୍ ଓ ନନ୍-ହଜକିନ୍ ଲିମ୍ଫୋମା।
ମଲ୍ଟିପଲ୍ ମାଏଲୋମାଏହା ଅସ୍ଥିମଜ୍ଜାର ପ୍ଲାଜ୍ମା କୋଷର କର୍କଟ।
ଏଥିରେ ଅସ୍ୱାଭାବିକ ପ୍ଲାଜ୍ମା କୋଷ ବୃଦ୍ଧି ପାଇ ସାଧାରଣ ରକ୍ତ କୋଷ ଉତ୍ପାଦନକୁ ପ୍ରଭାବିତ କରେ।
ଏହା ହାଡ଼ ଦୁର୍ବଳତା, ରକ୍ତହୀନତା ଓ ବୃକକ୍ ସମ୍ପର୍କିତ ସମସ୍ୟା ସୃଷ୍ଟି କରିପାରେ।
ଲକ୍ଷଣ ରକ୍ତ କର୍କଟର କିଛି ଲକ୍ଷଣ ସାଧାରଣ ଅସୁସ୍ଥତା ଭଳି ଲାଗିପାରେ।
ତେଣୁ ଦୀର୍ଘ ସମୟ ଧରି ରହୁଥିବା ଅତ୍ୟଧିକ ଥକ୍କା, ଦୁର୍ବଳତା, ବାରମ୍ବାର ଜ୍ୱର କିମ୍ବା ସଂକ୍ରମଣ, ସହଜରେ ଶରୀରରେ ଦାଗ ବା ରକ୍ତସ୍ରାବ, ବେକ କିମ୍ବା କାଖରେ ଯନ୍ତ୍ରଣାହୀନ ଲିମ୍ଫ ନୋଡ୍ ଫୁଲିବା, ହାଡ଼ ଯନ୍ତ୍ରଣା, ରାତିରେ ଅଧିକ ଝାଳ ଓ ଅବ୍ୟାଖ୍ୟାତ ଓଜନ ହ୍ରାସ ଭଳି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। perfume: ପରଫ୍ୟୁମ୍ରେ କେଉଁ କେମିକାଲ୍ ଥାଏ?
ଜାଣନ୍ତୁ ଏଥିରେ ଏଥାନୋଲ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରୋଗ ଚିହ୍ନଟ ପାଇଁ ସମ୍ପୂର୍ଣ୍ଣ ରକ୍ତ ପରୀକ୍ଷା, ଅସ୍ଥିମଜ୍ଜା ପରୀକ୍ଷା, ଫ୍ଲୋ ସାଇଟୋମେଟ୍ରି ଓ ଜେନେଟିକ୍ ପରୀକ୍ଷା ଭଳି ପଦ୍ଧତି ବ୍ୟବହାର କରାଯାଇପାରେ।
ରୋଗର ପ୍ରକାର ଓ ଅବସ୍ଥା ଅନୁଯାୟୀ କେମୋଥେରାପି, ଲକ୍ଷ୍ୟଭେଦୀ ଚିକିତ୍ସା, ଇମ୍ୟୁନୋଥେରାପି ଓ ଷ୍ଟେମ୍ ସେଲ୍/ଅସ୍ଥିମଜ୍ଜା ପ୍ରତିରୋପଣ ଭଳି ଚିକିତ୍ସା କରାଯାଏ।ବିଶେଷଜ୍ଞଙ୍କ ମତରେ, ଲକ୍ଷଣକୁ ଅଣଦେଖା ନକରି ସମୟରେ ରୋଗ ଚିହ୍ନଟ କରିବା ଓ ଠିକ୍ ପ୍ରକାରର ଚିକିତ୍ସା ଆରମ୍ଭ କରିବା ଗୁରୁତ୍ୱପୂର୍ଣ୍ଣ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।